ନୂଆଦିଲ୍ଲୀ: ସ୍ୱରାଷ୍ଟ୍ର ମନ୍ତ୍ରୀ ରାଜନାଥ ସିଂହ ଲକ୍ଷ୍ନୌରୁ ଇରାକ୍ର ନଜଫ୍କୁ ପ୍ରଥମ ବିମାନର ଗୁରୁବାରଦିନ ଶୁଭାରମ୍ଭ କରିଛନ୍ତି। ଶ୍ରୀ ସିଂହ କହିଛନ୍ତି, ଦେଶର ଦୂରଦୂରାନ୍ତ ଅଞ୍ଚଳକୁ ବିମାନ ସଂଯୋଗ କରିବାକୁ ସରକାର ଚାହାନ୍ତି। ଏହି ବିମାନ ସଂଯୋଗ ପାଇଁ ସିଆ ସମ୍ପ୍ରଦାୟର ମୁସଲମାନମାନେ ଦୀର୍ଘ ଦିନରୁ ଦାବି କରି ଆସୁଥିଲେ। ଇରାକ୍ର ନଜଫ୍ ସହର ମୁସଲମାନ ସଂପ୍ରଦାୟ ପାଇଁ ଧାର୍ମିକ ଗୁରୁତ୍ୱ ବହନ କରେ। ଲକ୍ଷ୍ନୌ ଓ ଏହାର ଆଖପାଖ ଅଞ୍ଚଳରେ ବହୁ ସଂଖ୍ୟାରେ ସିଆ ମୁସଲମାନମାନେ ବସବାସ କରୁଛନ୍ତି। ଲକ୍ଷ୍ନୌରୁ ନଜଫ୍କୁ ବିମାନ ଯାତ୍ରା ପ୍ରାୟ ସାଢ଼େ ପାଞ୍ଚ ଘଣ୍ଟା ସମୟ ନେବ ଓ ଏହା ସୋମବାର ଏବଂ ଗୁରୁବାର ଚଳାଚଳ କରିବ। ଏହା ଦୁଇ ଦେଶ ମଧ୍ୟରେ ଶିକ୍ଷା ଓ ପର୍ଯ୍ୟଟନର ବିକାଶରେ ସହାୟତା କରିବ ବୋଲି ସେ କହିଛନ୍ତି।
Popular Categories



