ନୂଆଦିଲ୍ଲୀ : ଜମ୍ମୁ-କାଶ୍ମୀରର ପୁଲୱମା ଆତଙ୍କବାଦୀ ଆକ୍ରମଣ ସଂପର୍କରେ ଟିଭି ନ୍ୟୁଜ ଚାନେଲରେ ଖବର ପରିବେଷଣ ନେଇ ଭାରତ ସରକାର ମାର୍ଗଦର୍ଶିକା ଜାରି କରିଛନ୍ତି । ଭିିନ୍ନ ଭିନ୍ନ ସମୟରେ ଜାରି କରାଯାଉଥିବା ମାର୍ଗଦର୍ଶିକା ଅନୁସାରେ ଖବର ପରିବେଷଣ କରିବା ପାଇଁ ସରକାର ସମସ୍ତ ଘରୋଇ ସାଟେଲାଇଟ ଟିଭି ଚାନେଲ କୁ ଅନୁରାଧ କରିଛନ୍ତି।
ବିଗତ ଦିନରେ ବିଭିନ୍ନ ସମୟରେ ସୂଚନା ଓ ପ୍ରସାଣର ମନ୍ତ୍ରଣାଳୟ ଘରୋଇ ଟିଭି ଚାନେଲ ପାଇଁ କେବଳ ଟେଲିଭିଜନ ନେଟୱାର୍କ(ନିୟନ୍ତ୍ରଣ) ଅଧିନିୟମ-୧୯୯୫ରେ ନିର୍ଦ୍ଧାରିତ କାର୍ଯ୍ୟକ୍ରମ ଏବଂ ବିଜ୍ଞାପନ ସଂହିତାକୁ କଡ଼ାକଡି ପାଳନ କରି ନ୍ୟୁଜ୍ର ବିଷୟବସ୍ତୁ ସ୍ଥିର କରିବା ପାଇଁ ଉପଦେଶ ଜାରି କରିଥାଏ।
ଏହି ଆତଙ୍କବାଦୀ ଆକ୍ରମଣ ପରିପ୍ରେକ୍ଷୀରେ ଟିଭି ଚାନେଲ ମାନେ ବିଶେଷ ଧ୍ୟାନ ଦେଇ ସତର୍କତାର ସହିତ ଖବର ପରିବେଷଣ କରିବା ସହିତ ବିଷୟ ବସ୍ତୁ ଚୟନ କରିବା ପାଇଁ କୁହାଯାଇଛି।
ହିଂସାକୁ ପ୍ରୋତ୍ସାହିତ କରିବା ଅବା ଉସୁକାଇବା ସମ୍ଭାବନା ଥିବା ବିଷୟ ପ୍ରସାରଣ ନ କରିବା। ଯାହା ଦେଶର ଅଖଣ୍ଡତା ପ୍ରତି ବିପଦ ସୃଷ୍ଟି କରିବ ତଥା ଆଇନ ଶୃଙ୍ଖଳା ପରିସ୍ଥିିତି ସୃଷ୍ଟି କରିବ, ସେହିପରି ଯାହା ରାଷ୍ଟ୍ର ବିରୋଧୀ ଭାବନାକୁ ପ୍ରୋତ୍ସାହନ ଦେବ, ସେଥି ପ୍ରତି ଧ୍ୟାନ ଦେବାକୁ କୁହାଯାଇଛି । ଯାହା କି ଉପରୋକ୍ତ ଅଧିନିୟମକୁ ଉଲଙ୍ଘନ କରୁଛି ।
ସମସ୍ତ ଘରୋଇ ଟିଭି ଚାନେଲ ଏହି ମାର୍ଗଦର୍ଶିକା ପାଳନକୁ ସୁନିଶ୍ଚିତ କରିବାକୁ ସୂଚନା ଓ ପ୍ରସାରଣ ମନ୍ତ୍ରାଳୟ ପକ୍ଷରୁ ଜାରି ଉପଦେଶରେ ଅନୁରୋଧ କରାଯାଇଛି।
ପୁଲୱମା ଆତଙ୍କବାଦୀ ଆକ୍ରମଣ : ଖବର ପରିବେଷଣ ନେଇ ଟିଭି ନ୍ୟୁଜ ଚାନେଲ ପାଇଁ ମାର୍ଗଦର୍ଶିକା
Popular Categories



