www.samajalive.in
Sunday, December 14, 2025
17.1 C
Bhubaneswar

ଜାନୁଆରୀ ୪ରୁ ୧୪ ଭିତରକନିକା ବନ୍ଦ

ରାଜନଗର: ବିଶ୍ୱପ୍ରସିଦ୍ଧ ଭିତରକନିକା ଜାତୀୟ ଉଦ୍ୟାନ ଓ ଗହୀରମଥା ସାମୁଦ୍ରିକ ଅଭୟାରଣ୍ୟ ଆସନ୍ତା ଜାନୁୟାରୀ ୪ ତାରିଖରୁ ୧୪ ତାରିଖ ପର୍ଯ୍ୟନ୍ତ ପର୍ଯ୍ୟଟକଙ୍କ ପାଇଁ ବନ୍ଦ ରହିବ। ପ୍ରତିବର୍ଷ ଭଳି ୨୦୨୩ ବର୍ଷରେ କୁମ୍ଭୀର ଗଣନା କାର୍ଯ୍ୟ କରାଯିବା ପାଇଁ ସ୍ଥିର ହୋଇଥିବାରୁ ଏହି ସମୟ ମଧ୍ୟରେ ଭିତରକନିକା କିମ୍ବା ଗହୀରମଥା ସାମୁଦ୍ରିକ ଅଭୟାରଣ୍ୟର ହୁକିଟୋଲା ପ୍ରଭୃତି ସ୍ଥାନକୁ ପର୍ଯ୍ୟଟକମାନେ ନଆସିବା ପାଇଁ ବାରଣ କରାଯାଇଛି।

ବିଶେଷକରି ଏଠାରେ ରାତ୍ରିଯାପନ କରିବାକୁ ଇଛା କରିଥିବା ପର୍ଯ୍ୟଟକଙ୍କ ପାଇଁ ଏହି ବିଜ୍ଞପ୍ତି ବନ ବିଭାଗ ପକ୍ଷରୁ ପ୍ରକାଶ ପାଇଛି। ଏହି ସମୟ ମଧ୍ୟରେ ଅନଲାଇନ୍‍ ବୁକିଙ୍ଗ୍‍ ନକରିବା ପାଇଁ ବନବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଏହି ସମୟ ମଧ୍ୟରେ ରାଜନଗର ବନଖଣ୍ଡର କନିକା, ରାଜନଗର, ଗହୀରମଥା, ମହାକାଳପଡ଼ା, କୁଜଙ୍ଗ ରେଞ୍ଚର ନଦୀନାଳରେ କୁମ୍ଭୀର ଗଣନା କରାଯିବ। ବଉଳା କୁମ୍ଭୀର ଅନ୍ତୁଡିଶାଳ ଭାବେ ପରିଚିତ ଭିତରକନିକା ଜାତୀୟ ଉଦ୍ୟାନର ନଦୀନାଳରେ କୁମ୍ଭୀର ଗଣନା କରାଯାଇ ଆସୁଥିବାବେଳେ କିଛିବର୍ଷ ହେବ ଅନ୍ୟ ବନାଞ୍ଚଳର ନଦୀନାଳରେ କୁମ୍ଭୀର ଗଣନା କରାଯାଉଛି।

Hot this week

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

ସୋରାବାଡି ଜଙ୍ଗଲରେ ଗୋହତ୍ୟା, ୩ ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ପୁରୁଣାପାଟଣା ନିକଟ ସୋରାବାଡି ଜଙ୍ଗଲରେ ଗତ...

ମାଲକାନଗିରି ହିଂସା: ୧୨ ଗିରଫ

ସମାଜଲାଇଭ ଡ଼େସ୍କ: ମହିଳାଙ୍କ ମୃତ୍ୟୁ ଘଟଣାକୁ ନେଇ ମାଲକାନଗିରିରେ ସୃଷ୍ଟି ହୋଇଥିବା...

Related Articles

Popular Categories