www.samajalive.in
Sunday, December 14, 2025
23.1 C
Bhubaneswar

ଏଭଳି ପରାଜୟକୁ ଗ୍ରହଣ କରିବା ସହଜ ନୁହେଁ : ସେହ୍ବାଗ

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ ଦଳ ଚଳିତ ଟ୍ବେଣ୍ଟି୨୦ ବିଶ୍ବକପରେ ଅନ୍ୟତମ ଟାଇଟଲ ଦାବିଦାର ରହିଥିଲା। ରୋହିତ ଶର୍ମାଙ୍କ ନେତୃତ୍ବାଧିନ ଭାରତୀୟ ଦଳ ସେମିଫାଇନାଲରେ ଯେଉଁଭଳି ଭାବେ ପରାଜିତ ହେଲା ତାହାକୁ ଗ୍ରହଣ କରିବା ସହଜ ନୁହେଁ ବୋଲି ପୂର୍ବତନ ଭାରତୀୟ ବିସ୍ଫୋରକ ବ୍ୟାଟ୍‌ସମ୍ୟାନ ବୀରେନ୍ଦ୍ର ସେହ୍ବାଗ କହିଛନ୍ତି। ଟାଇମ୍‌ ଅଫ ଇଣ୍ଡିଆକୁ ସାକ୍ଷାତକାର ଦେଇ ସେହ୍ବାଗ କହିଛନ୍ତି ଯେ, ଭାରତୀୟ ଦଳଠାରୁ ଏଭଳି ପରାଜୟ ଆଶା କରାଯାଏ ନାହିଁ ।

ଇଂଲଣ୍ଡ ଏକ ଶକ୍ତିଶାଳୀ ଦଳ। ଉକ୍ତ ଦଳ ବିପକ୍ଷରେ ପରାଜିତ ହେବା ନୂଆ କଥା ନୁହେଁ। କିନ୍ତୁ ଏଭଳି ପରାଜୟ ଗ୍ରହଣଯୋଗ୍ୟ ନୁହେଁ ବୋଲି ସେହ୍ବାଗ କହିଛନ୍ତି। ଅନ୍ୟପକ୍ଷରେ ଭାରତୀୟ କ୍ରିକେଟ ଦଳର ଏହି ପରାଜୟକୁ ନେଇ ପୂର୍ବତନ କ୍ରିକେଟରଙ୍କଠାରୁ ଆରମ୍ଭ କରି ରାଜନୈତିକ ଓ ଶିଳ୍ପପତିମାନେ ସମାଲୋଚନା କରିଛନ୍ତି। ବିଜୟ ଓ ପରାଜୟ ଖେଳର ଏକ ଅଙ୍ଗ; କିନ୍ତୁ ବିଶ୍ବକପ ଭଳି ମ୍ୟାଚରେ ଏଭଳି ପରାଜୟ ଆଦୌ ଅନୁଚିତ।

- Advertisement -

ଭାରତୀୟ ଦଳଠାରୁ ଆମ ବିଦ୍ୟାଳୟର ଦଳ ବହୁତ ଭଲ ଥିଲା ବୋଲି ମହିନ୍ଦ୍ରା ଗ୍ରୁପର ଅଧ୍ୟକ୍ଷ ଆନନ୍ଦ ମହିନ୍ଦ୍ରା କହିଛନ୍ତି। ସେହିପରି କଂଗ୍ରେସ ନେତା ପୱନ ଖେରା କହିଛନ୍ତି ଯେ, କ୍ରିକେଟକୁ ଏତେ ଭଲ ପାଇବା ଆଦୌ ଅନୁଚିତ। ଅତ୍ୟାଧିକ କ୍ରିକେଟକୁ ଭଲ ପାଇବାର ମୂଲ୍ୟ ଭାରତବାସୀଙ୍କୁ ଦେବାରେ ଭାରତୀୟ କ୍ରିକେଟ ଦଳ ଅଯୋଗ୍ୟ ବୋଲି ପୱନ କହିଛନ୍ତି।

Hot this week

ଦିଲ୍ଲୀରେ ଗ୍ରାପ୍‌-୩ କଟକଣା

ନୂଆଦିଲ୍ଲୀ : ରାଜଧାନୀ ଦିଲ୍ଲୀର ବାୟୁମଣ୍ଡଳ ଶନିବାର ଅତ୍ୟଧିକ ପ୍ରଦୂଷିତ ହୋଇପଡିଥିବାରୁ...

୧୫୫ଟି ବାର୍ ରେ ଅବକାରୀ ବିଭାଗର ଚଢାଉ

ସମାଜ ଡିଜିଟାଲ ଡେସ୍କ: ନୂଆ ବର୍ଷ ପୂର୍ବରୁ ରାଜଧାନୀ ଭୁବନେଶ୍ୱରରେ ବିଭିନ୍ନ...

ପୁଅର ପରୀକ୍ଷା ପାଇଁ ୮୦୦ କିମି କାର୍‌ ଡ୍ରାଇଭ୍‌ କଲେ ବାପା

ଚଣ୍ଡିଗଡ଼ : ଇଣ୍ଡିଗୋ ସଙ୍କଟ ସମୟରେ ଦେଶର ବିଭିନ୍ନ ବିମାନ ବନ୍ଦରରେ...

ଯାତ୍ରୀଙ୍କୁ ୫୦୦ କୋଟିରୁ ଅଧିକ କ୍ଷତିପୂରଣ ଦେବ ଇଣ୍ଡିଗୋ

ନୂଆଦିଲ୍ଲୀ : ବିମାନସେବାରୁ ବଞ୍ଚିତ ହୋଇଥିବା ତଥା ଅଧିକ ମାତ୍ରାରେ ପ୍ରଭାବିତ...

ପରୀକ୍ଷା ବେଳେ ବିଶ୍ୱବିଦ୍ୟାଳୟରେ ଗୁଳିକାଣ୍ଡ: ୨ମୃତ

ସମାଜ ଡିଜିଟାଲ ଡେସ୍କ: ଆମେରିକାର ବ୍ରାଉନ୍ ବିଶ୍ୱବିଦ୍ୟାଳୟରେ ଜଣେ ଯୁବକ ପ୍ରବେଶ...

Related Articles

Popular Categories