www.samajalive.in
Sunday, December 7, 2025
18.1 C
Bhubaneswar

ରାଜୀବ ଗୌବା ନୂଆ କ୍ୟାବିନେଟ ସଚିବ

ନୂଆଦିଲ୍ଲୀ : କେନ୍ଦ୍ର ସ୍ବରାଷ୍ଟ୍ର ସଚିବ ରାଜୀବ ଗୌବା ପରବର୍ତ୍ତୀ କ୍ୟାବିନେଟ ସଚିବ ଭାବେ ନିଯୁକ୍ତି ପାଇଛନ୍ତି। ଚଳିତ ମାସ ୩୦ତାରିଖରୁ ସେ ପି.କେ ସିହ୍ନାଙ୍କ ସ୍ଥାନରେ ଏହି ପଦଭାର ଗ୍ରହଣ କରିବେ ଓ ଆସନ୍ତା ଦୁଇ ବର୍ଷ ପାଇଁ ଦାୟିତ୍ବରେ ରହିବେ। ନିଯୁକ୍ତି ସଂକ୍ରାନ୍ତ କ୍ୟାବିନେଟ କମିଟିର ନିଷ୍ପତ୍ତିକ୍ରମେ କେନ୍ଦ୍ର କାର୍ମିକ ଓ ପ୍ରଶିକ୍ଷଣ ବିଭାଗ ପକ୍ଷରୁ ବୁଧବାର ଏ ସମ୍ପର୍କରେ ବିଜ୍ଞପ୍ତି ପ୍ରକାଶ ପାଇଛି। ଏଥିସହିତ ରାଜୀବଙ୍କୁ କ୍ୟାବିନେଟ ସଚିବାଳୟରେ ଅଫିସର ଅନ ସ୍ପେସାଲ ଡ୍ୟୁଟି (ଓଏସ୍‌ଡି) ଭାବେ ନିଯୁକ୍ତି ଦିଆଯାଇଛି ଏବଂ ତୁରନ୍ତ ଏହା କାର୍ଯ୍ୟକାରୀ ହୋଇଛି। ସିହ୍ନା ୨୦୧୫ରୁ କ୍ୟାବିନେଟ ସଚିବ ଭାବେ ଅବସ୍ଥାପିତ ଥିଲେ। ଏଥିମଧ୍ୟରେ ଏକାଧିକ ବାର ତାଙ୍କର କାର୍ଯ୍ୟକାଳ ବୃଦ୍ଧି କରାଯାଇଥିଲା। ଅପରପକ୍ଷରେ ଝାଡ଼ଖଣ୍ଡ କ୍ୟାଡରର ୧୯୮୨ ବ୍ୟାଚ୍‌ ଆଇଏଏସ୍‌ ଅଫିସର ରାଜୀବଙ୍କ କାର୍ଯ୍ୟକାଳ ଅସନ୍ତା ୩୧ରେ ଶେଷ ହେବାକୁ ଥିଲା।

ଏହି ଅବସରରେ କେନ୍ଦ୍ର ସରକାର କେତେକ ବରିଷ୍ଠ ଅଧିକାରୀସ୍ତରରେ ଅଦଳବଦଳ କରିଛନ୍ତି। ପୂର୍ବରୁ ଶକ୍ତି ସଚିବ ତଥା ସ୍ବରାଷ୍ଟ୍ର ମନ୍ତ୍ରଣାଳୟର ଓଏସ୍‌ଡି ଥିବା ଅଜୟ କୁମାର ଭାଲ୍ଲାଙ୍କୁ ରାଜୀବଙ୍କ ସ୍ଥାନରେ ପରବର୍ତ୍ତୀ ସ୍ବରାଷ୍ଟ୍ର ସଚିବ ଭାବେ ନିଯୁକ୍ତି ଦିଆଯାଇଛି। ଆସାମ ଓ ମେଘାଳୟ ପାହ୍ୟାର ୧୯୮୪ ବ୍ୟାଚ୍‌ ଅଧିକାରୀ ଭାଲ୍ଲାଙ୍କ କାର୍ଯ୍ୟକାଳ ୨୦୨୧ ଅଗଷ୍ଟ ପର୍ଯ୍ୟନ୍ତ ଦୁଇ ବର୍ଷ ଧାର୍ଯ୍ୟ କରାଯାଇଛି। ପ୍ରତିରକ୍ଷା ଉତ୍ପାଦନ ବିଭାଗ ସଚିବ ଥିବା ଅଜୟ କୁମାରଙ୍କୁ ପ୍ରତିରକ୍ଷା ସଚିବ ଭାବେ ଦୁଇ ବର୍ଷ ପାଇଁ ନିଯୁକ୍ତି ଦିଆଯାଇଛି। ଏହା ଦ୍ବାରା କ୍ୟାବିନେଟ ସଚିବ, ସ୍ବରାଷ୍ଟ୍ର ସଚିବ ଓ ବୈଦେଶିକ ବ୍ୟାପାର ସଚିବ ପଦ ସହିତ ପ୍ରତିରକ୍ଷା ସଚିବଙ୍କ କାର୍ଯ୍ୟକାଳ ଦୁଇ ବର୍ଷ ଧାର୍ଯ୍ୟ କରାଯାଇଛି। ଅଜୟ କୁମାର ହେଉଛନ୍ତି ୧୯୮୫ ବ୍ୟାଚ୍‌ କେରଳ ପାହ୍ୟାର ଆଇଏଏସ୍‌ ଅଫିସର। ସେ ସଞ୍ଜୟ ମିତ୍ରଙ୍କ ସ୍ଥାନ ନେବେ। ଅପରପକ୍ଷରେ ୧୯୮୬ ବ୍ୟାଚ୍‌ କର୍ଣ୍ଣାଟକ ପାହ୍ୟା ଅଧିକାରୀ ସୁଭାଷ ଚନ୍ଦ୍ରାଙ୍କୁ ପ୍ରତିରକ୍ଷା ଉତ୍ପାଦନ ବିଭାଗ ସଚିବ ପଦରେ ନିଯୁକ୍ତି ଦିଆଯାଇଛି। ସେହିପରି ୧୯୮୫ ବ୍ୟାଚ୍‌ ହିମାଚଳ ପ୍ରଦେଶ ପାହ୍ୟା ଅଧିକାରୀ ବ୍ରିଜ୍‌ କୁମାର ଅଗ୍ରୱାଲଙ୍କୁ ଲୋକପାଳଙ୍କ ସଚିବ ଭାବେ ଅବସ୍ଥାପିତ କରାଯାଇଛି। ଏତଦ୍‌ବ୍ୟତୀତ ୧୯୮୫ ବ୍ୟାଚ୍‌ ଗୁଜରାଟ ପାହ୍ୟା ଅଧିକାରୀ ଅତନୁ ଚକ୍ରବର୍ତ୍ତୀଙ୍କୁ ଅର୍ଥନୈତିକ ବ୍ୟାପାର ବିଭାଗ ସଚିବ ଭାବେ ଏସ୍.ସି ଗର୍ଗଙ୍କ ସ୍ଥାନରେ ନିଯୁକ୍ତି ଦିଆଯାଇଥିଲାବେଳେ ରାଜସ୍ଥାନ ପାହ୍ୟାର ୧୯୮୩ ବ୍ୟାଚ୍‌ ଅଧିକାରୀ ଗର୍ଗଙ୍କୁ ଶକ୍ତି ସଚିବ ଭାବେ ବଦଳି କରାଯାଇଛି। ଗର୍ଗ ପୂର୍ବରୁ ଅର୍ଥ ସଚିବ ଥିଲେ। ତାଙ୍କୁ କମ୍ ଗୁରୁତ୍ବପୂର୍ଣ୍ଣ ଶକ୍ତି ବିଭାଗକୁ ବଦଳି କରାଯିବା ପରେ ସେ ସ୍ବେଚ୍ଛାକୃତ ଅବସର ପାଇଁ ଆବେଦନ କରିଛନ୍ତି।

Hot this week

ସ୍ମୃତି ମନ୍ଧାନାଙ୍କ ବିବାହ ଭାଙ୍ଗିଲା… ଏମିତି କହିଲେ ଏହି ଷ୍ଟାର କ୍ରିକେଟର

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଷ୍ଟାର ଖେଳାଳି ସ୍ମୃତି...

ଶ୍ରୀମନ୍ଦିରରେ ସ୍ବତନ୍ତ୍ର ଦର୍ଶନ ବ୍ୟବସ୍ଥା ଦାବି: ଗୁଣ୍ଡିଚା ମନ୍ଦିର ଆଗରେ ଧାରଣା ଦେଲେ ପୁରୀବାସୀ

ଶ୍ରୀମନ୍ଦିରରେ ସ୍ବତନ୍ତ୍ର ଦର୍ଶନ ବ୍ୟବସ୍ଥା କର। ଶ୍ରଦ୍ଧାଳୁ ସୁରୁଖୁରୁରେ କିପରି ମହାପ୍ରଭୁଙ୍କ...

ବାଇକକୁ ଧକ୍କା ଦେଲା ଟ୍ରାକ୍ଟର: ୨ ବନ୍ଧୁ ମୃତ, ଜଣେ ଗୁରୁତର

ବାଣପୁର: ବାଣପୁର ଥାନା ବେଙ୍ଗରାଜପଲ୍ଲୀ ନିକଟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ...

ମହିଳାଙ୍କ ହତ୍ୟାକୁ ନେଇ ଦୁଇ ଗାଁ ମୁହାଁମୁହିଁ

ମାଲକାନଗିରି: ମାଲକାନଗିରି ଜିଲ୍ଲା ପୋଟେରୁ ନଦୀରେ ଡୁଡୁମେଟଲା ନିକଟରୁ ଜଣେ ମହିଳାଙ୍କ...

ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟ ଗିରଫ

ସମାଜଲାଇଭ ଡେସ୍କ: ବଲିଉଡ ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟଙ୍କୁ ଗିରଫ କରିଛି...

Related Articles

Popular Categories