www.samajalive.in
Sunday, December 7, 2025
26.1 C
Bhubaneswar

ଆଉ ରାଜୀବ ଗାନ୍ଧୀ ଖେଳ ରତ୍ନ ଆୱାର୍ଡ଼ ନୁହେଁ, ଏଣିକି ମେଜର ଧ୍ୟାନ ଚାନ୍ଦ୍‌ ଖେଳ ରତ୍ନ ଆୱାର୍ଡ଼

ନୂଆଦିଲ୍ଲୀ: ରାଜୀବ ଗାନ୍ଧୀ ଖେଳ ରତ୍ନ ଆୱାର୍ଡ଼କୁ ଏଣିକି ମେଜର୍‌ ଧ୍ୟାନ ଚାନ୍ଦ୍‌ ଖେଳ ରତ୍ନ ଆୱାର୍ଡ଼ କୁହାଯିବ। ମେଜର୍‌ ଧ୍ୟାନ ଚାନ୍ଦ୍‌ଙ୍କ ନାମରେ ଖେଳ ରତ୍ନ ପୁରସ୍କାର ନାମିତ ହେବା ନେଇ ଶୁକ୍ରବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଘୋଷଣା କରିଛନ୍ତି। ପୂର୍ବରୁ ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କ ନାମାନୁସାରେ ନାମିତ ଥିବା ଦେଶର ଏହି ସର୍ବୋଚ୍ଚ କ୍ରୀଡ଼ା ସମ୍ମାନକୁ ଏଣିକି ଭାରତର ଅନ୍ୟତମ ‌ସର୍ବଶ୍ରେଷ୍ଠ ହକି ଖେଳାଳିଙ୍କ ସମ୍ମାନାର୍ଥେ ‘ମେଜର୍ ଧ୍ୟାନ ଚାନ୍ଦ୍‌ ଖେଳ ରତ୍ନ ଆୱାର୍ଡ’ କୁହାଯିବ।


ଏ ସଂକ୍ରାନ୍ତରେ ମୋଦୀ ଆଜି ଟ୍ବିଟ୍‌ କରି କରି କହିଛନ୍ତି ଯେ, ମେଜର୍‌ ଧ୍ୟାନ ଚାନ୍ଦ୍‌ଙ୍କ ନାମାନୁସାରେ ଖେଳ ରତ୍ନ ଆୱାର୍ଡକୁ ନାମିତ କରିବା ପାଇଁ ସମଗ୍ର ଭାରତ ବର୍ଷରୁ ଦୀର୍ଘ ଦିନ ଧରି ନାଗରିକମାନେ ଅନୁରୋଧ କରି ଆସିଛନ୍ତି। ସେମାନଙ୍କ ପ୍ରସ୍ତାବ ପାଇଁ ଧନ୍ୟବାଦ ଜ୍ଞାପନ କରୁଛି। ସେମାନଙ୍କର ଭାବାବେଗକୁ ସମ୍ମାନ ଜଣାଇ ଏଣିକି ଖେଳ ରତ୍ନ ଆୱାର୍ଡକୁ ‘ମେଜର୍ ଧ୍ୟାନ ଚାନ୍ଦ୍‌ ଖେଳ ରତ୍ନ ଆୱାର୍ଡ’ କୁହାଯିବ! ଜୟ ହିନ୍ଦ୍‌!

- Advertisement -

ପ୍ରଧାନମନ୍ତ୍ରୀ ଆହୁରି ମଧ୍ୟ ଲେଖିଛନ୍ତି ଯେ, ଭାରତ ପ୍ରତି ସମ୍ମାନ ଓ ଗୌରବ ଆଣିଥିବା ଅଗ୍ରଣୀ କ୍ରୀଡ଼ାବିତଙ୍କ ମଧ୍ୟରେ ମେଜର୍‌ ଧ୍ୟାନ ଚାନ୍ଦ୍‌ ଅନ୍ୟତମ। ତାଙ୍କ ନାମାନୁସାରେ ଆମ ଦେଶର ସର୍ବୋଚ୍ଚ କ୍ରୀଡ଼ା ସମ୍ମାନ ନାମିତ ହେବା ଯଥାର୍ଥ।

Hot this week

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

ଅପରାହ୍ନ ୧ଟା ମୁଖ୍ୟ ଖବର

() ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ ୨୫ ମୃତ...ମୃତକଙ୍କ ପରିବାରକୁ...

କଣ ରହିଛି ବିଶ୍ଵାସ, କାହିଁକି କାଠକୁ ଛୁଅଁନ୍ତି ଲୋକେ ?

ନୂଆଦିଲ୍ଲୀ : ଦୀର୍ଘ ବର୍ଷ ଧରି ସାରା ବିଶ୍ଵରେ ଅନେକ ଅଜବ...

ଲୋକସଭାରେ ବନ୍ଦେ ମାତରମ୍ ଉପରେ ବିତର୍କ କରିବେ ମୋଦୀ

ସମାଜ ଲାଇଭ ଡ଼େସ୍କ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଲୋକସଭାରେ...

ଗୋଆ ଅଗ୍ନିକାଣ୍ଡ : ନାଇଟ୍ କ୍ଲବ୍ ମାଲିକଙ୍କ ବିରୋଧରେ ମାମଲା ରୁଜୁ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

Related Articles

Popular Categories