www.samajalive.in
Thursday, December 11, 2025
14.1 C
Bhubaneswar

ବିପୁଳ ଜନମତ ସତ୍ତ୍ବେ ରାଜୀବ ଭୟର ବାତାବରଣ ସୃଷ୍ଟି କରି ନ ଥଲେ: ସୋନିଆ

ନୂଆଦିଲ୍ଲୀ : ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀ ୧୯୮୪ ନିର୍ବାଚନରେ ବିପୁଳ ଜନମତ ପାଇଥିଲେ। ଏହି ବିପୁଳ ଜନମତ ସତ୍ତ୍ବେ ରାଜୀବ ଲୋକଙ୍କ ମଧ୍ୟରେ ଭୟର ବାତାବରଣ ସୃଷ୍ଟି କରି ନ ଥିଲେ ସାମ୍ବିଧାନିକ ଅନୁଷ୍ଠାନକୁ ଭାଙ୍ଗି ନ ଥିଲେ ବୋଲି କଂଗ୍ରେସ କାର୍ଯ୍ୟକାରୀ ଅଧ୍ୟକ୍ଷ ସୋନିଆ ଗାନ୍ଧୀ କହିଛନ୍ତି।

ରାଜୀବଙ୍କ ୭୫ତମ ଜୟନ୍ତୀ ଅବସରରେ ଆୟୋଜତି ଉତ୍ସବରେ ଯୋଗ ଦେଇ ସୋନିଆ କହିଛନ୍ତି ଯେ କଂଗ୍ରେସ ଅନେକ ଆହ୍ବାନର ସମ୍ମୁଖୀନ ହେବା ସତ୍ତ୍ବେ ଏହାର ଆନ୍ଦୋଳନରୁ ଓହରିବ ନାହିଁ। ଆଇଏନଏକ୍ସ ମିଡିଆ ଦୁର୍ନୀତି ମାମଲାରେ କଂଗ୍ରେସର ବରିଷ୍ଠ ନେତା ପି ଚିଦମ୍ବରମ୍‌ଙ୍କୁ ସିବିଆଇ ଗିରଫ କରିଥିବାବେଳେ ସୋନିଆଙ୍କ ଏହି ମନ୍ତବ୍ୟ ଗୁରୁତ୍ବପୂର୍ଣ୍ଣ ମନେ ହୋଇଛି। କାରଣ କଂଗ୍ରେସ ଅଭିଯୋଗ କରିଛି ଯେ ବିଜେପି ନେତୃତ୍ବ ଏନଡିଏ ସରକାର ପ୍ରତିଶୋଧ ପରାୟଣ ହୋଇ ଚିଦମ୍ବରମ୍‌ଙ୍କୁ ଗିରଫ କରିଛି।

Hot this week

ବିଶ୍ବାସ ଜିନ୍‌

ବିଶ୍ବାସ ହେଉଛି ସମ୍ପର୍କର ସେତୁବନ୍ଧ। ଏହା ହିଁ ଆଦିମ ମଣିଷକୁ ପରସ୍ପର...

‘ଜୀବେ ଦୟା’ ଜୈବ ବିବିଧତାର ଆଦର୍ଶ

ଆମ ପରିବେଶରେ ଥିବା ବିଭିନ୍ନ ପ୍ରକାରର ଉଦ୍ଭିଦ, ପ୍ରାଣୀ ଓ ଅନ୍ୟାନ୍ୟ...

ଅନୁଗୁଳରେ ଫୁଟିଲା ଗୁଳି, ଜଣେ ଗୁରୁତର

ଅନୁଗୁଳ : ଅନୁଗୁଳରେ ଫୁଟିଲା ଗୁଳି । ଶିକ୍ଷକପଡ଼ା ସ୍ଥିତ ଇକୋ...

ଚିନ୍ତାକଳ୍ପ : ଗୁଣଗ୍ରାହିତା

ଆବ୍ରାହମ ଲିଙ୍କନ, ଆମେରିକାର ଲୋକପ୍ରିୟ ରାଷ୍ଟ୍ରପତିଙ୍କ ମଧ୍ୟରୁ ଅଗ୍ରଗଣ୍ୟ। ଆଜି ମଧ୍ୟ...

ରାଉରକେଲା ସବୁଠୁ ଥଣ୍ଡା ସହର

ଭୁବନେଶ୍ବର: ଉତ୍ତର-ପଶ୍ଚିମ ଦିଗରୁ ରାଜ୍ୟକୁ ଥଣ୍ଡା ଶୁଷ୍କ ବାୟୁ ପ୍ରବାହିତ ହେଉଛି।...

Related Articles

Popular Categories