www.samajalive.in
Tuesday, December 9, 2025
26.1 C
Bhubaneswar

ଭାରତ-ଫ୍ରାନ୍‍ସ ସମ୍ପର୍କ ଭ୍ରାତୃଭାବର ଆଦର୍ଶ ଉପରେ ପର୍ଯ୍ୟବସିତ : ମୋଦୀ

ନୂଆଦିଲ୍ଲୀ : ଭାରତ-ଫ୍ରାନ୍‍ସ ସମ୍ପର୍କ ଭ୍ରାତୃଭାବର ଆଦର୍ଶ ଉପରେ ପର୍ଯ୍ୟବସିତ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି। ଗୁରୁବାର ରାତିରେ ଫ୍ରାନ୍‍ସ୍‍ ରାଷ୍ଟ୍ରପତି ଏମାନୁଏଲ୍‍ ମାକ୍ରନ୍‍ଙ୍କ ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଲୋଚନା କରିଛନ୍ତି । ପ୍ରଥମେ ଦୁଇ ନେତା ପରସ୍ପର ମଧ୍ୟରେ କଥାବାର୍ତ୍ତା ହୋଇଥିଲେ। ପରେ ପ୍ରତିନିଧି ମଣ୍ଡଳସ୍ତରୀୟ ଆଲୋଚନା ହୋଇଥିଲା । ଦୀର୍ଘ ୯୦ ମିନିଟ୍‍ ଧରି ଚାଲିଥିବା ଆଲୋଚନା ସମୟରେ ଦୁଇ ନେତା ଦ୍ୱିପକ୍ଷୀୟ ସମ୍ପର୍କ ଓ ଭାଗିଦାରୀ ସମ୍ପର୍କର ସମୀକ୍ଷା କରିଛନ୍ତି। ପ୍ରତିନିଧି ମଣ୍ଡଳସ୍ତରୀୟ କଥାବର୍ତ୍ତା ପରେ ଦୁଇ ଦେଶ ୪ଟି ବୁଝାମଣା ସ୍ମାରକପତ୍ର ସ୍ୱାକ୍ଷର କରିଛନ୍ତି। ଫ୍ରାନ୍‍ସ୍‍ ରାଷ୍ଟ୍ରପତିଙ୍କ ସହ ଏକ ମିଳିତ ସାମ୍ବାଦିକ ସମ୍ମିଳନୀରେ ଉଦ୍‍ବୋଧନ ଦେଇ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି କହିଛନ୍ତି, ଭାରତ ଓ ଫ୍ରାନ୍‍ସ ମଧ୍ୟରେ ସମ୍ପର୍କ କୌଣସି ନିଜସ୍ୱ ସ୍ୱାର୍ଥ ଉପରେ ପର୍ଯ୍ୟବସିତ ନୁହେଁ, ଏହା ସ୍ୱାଧୀନତା, ସମାନତା ଓ  ଭ୍ରାତୃଭାବର ଆଦର୍ଶ ଉପରେ ପର୍ଯ୍ୟବସିତ। ସେ କହିଛନ୍ତି, ଜଳବାୟୁ ପରିବର୍ତ୍ତନ, ପରିବେଶ ସମସ୍ୟା, ବୈଷୟିକ ଜ୍ଞାନକୌଶଳ ଓ ସାମୂହିକ ବିକାଶ ଭଳି ଚାଲେଞ୍ଜ୍‍ ଗୁଡ଼ିକର ସମ୍ମୁଖୀନ ହେବାକୁ ଦୁଇ ଦେଶ କାନ୍ଧକୁ କାନ୍ଧ ମିଳାଇ ପରସ୍ପର ସହିତ ଛିଡ଼ା ହୋଇଛନ୍ତି। ଶ୍ରୀ ମୋଦି କହିଛନ୍ତି, ଭାରତ ଓ ଫ୍ରାନ୍‍ସ୍‍ ଆତଙ୍କବାଦ ଓ ନିରାପତ୍ତା କ୍ଷେତ୍ରରେ ସହଯୋଗ ବୃଦ୍ଧି କରିବେ।

ଆତଙ୍କବାକୁ କୌଣସି ରୂପେ ଯଥାର୍ଥ ଦର୍ଶାଯାଇପାରିବ ନାହିଁ ଓ ଏହାକୁ କୌଣସି ଧର୍ମ, ଜାତି, ବର୍ଣ୍ଣ କିମ୍ବା ସମ୍ପ୍ରଦାୟ ସହ ଯୋଡ଼ାଯାଇ ପାରିବ ନାହିଁ ବୋଲି ଦୁଇ ନେତା ସହମତ ହୋଇଛନ୍ତି । ଆନ୍ତର୍ଜାତିକ ଆତଙ୍କବାର ମୁକାବିଲା ପାଇଁ ଏକ ବିଶ୍ୱ ସମ୍ମିଳନୀ ଆହ୍ବାନ ପାଇଁ ଭାରତର ପ୍ରସ୍ତାବ ଉପରେ ଶୀଘ୍ର କାର୍ଯ୍ୟ ଆରମ୍ଭ କରିବାକୁ ମଧ୍ୟ ଦୁଇ ନେତା ଏକମତ ହୋଇଛନ୍ତି। ମୌଳବାଦ ବିଶେଷକରି ଅନ୍‍ଲାଇନ୍‍ ମୌଳବାଦକୁ ରୋକିବା ଦିଗରେ ସାନି ଉଦ୍ୟମ ଆରମ୍ଭ କରିବା ପାଇଁ ସହଯୋଗ ବୃଦ୍ଧି ଲାଗି ମଧ୍ୟ ଉଭୟ ନେତା ରାଜି ହୋଇଛନ୍ତି। ଭାରତ ଓ ଫ୍ରାନ୍‍ସ ମଧ୍ୟରେ ଭାଗିଦାରୀ ସମ୍ପର୍କରେ ପ୍ରତିରକ୍ଷା ଶିଳ୍ପ ସହଯୋଗକୁ ଏକ ଗୁରୁତ୍ୱପୂର୍ଣ୍ଣ ଉପାଦାନ ଭାବେ ଉଲ୍ଲେଖ କରି ଦୁଇ ନେତା ଏକ୍ଷେତ୍ରରେ ସହଯୋଗକୁ ଆହୁରି ସୁଦୃଢ଼ କରିବାକୁ ପ୍ରତିଶ୍ରୁତିବଦ୍ଧ ହୋଇଛନ୍ତି।

- Advertisement -

ଫ୍ରାନ୍‍ସ ରାଷ୍ଟ୍ରପତି କହିଛନ୍ତି, ଭାରତ ଓ ପାକିସ୍ତାନ କାଶ୍ମୀର ପ୍ରସଙ୍ଗର ଦ୍ୱିପକ୍ଷ ଉପାୟରେ ସମାଧାନ କରିବା ଉଚିତ। ଏ ପ୍ରସଙ୍ଗକୁ ନେଇ ସେ ଅଞ୍ଚଳରେ ହିଂସାକୁ  ପ୍ରୋତ୍ସାହନ  କିମ୍ବା ଏଥିରେ କୌଣସି ତୃତୀୟ ପକ୍ଷ ମଧ୍ୟସ୍ଥତା କରିବା ଉଚିତ ନୁହେଁ ବୋଲି ସେ କହିଛନ୍ତି। ଫ୍ରାନ୍‍ସ ରାଷ୍ଟ୍ରପତି କହିଛନ୍ତି, ଭାରତକୁ ଦିଆଯିବାକୁ ଥିବା ୩୬ଟି ରାଫେଲ୍‍ ଯୁଦ୍ଧ ବିମାନ ମଧ୍ୟରୁ ପ୍ରଥମ ବିମାନ ଆସନ୍ତା ମାସରେ ଭାରତକୁ ମିଳିବ। ପ୍ରଧାନମନ୍ତ୍ରୀ ଆଜି ଫ୍ରାନ୍‍ସ ପ୍ରଧାନମନ୍ତ୍ରୀ ଏଡ୍‍ୱାର୍ଡ଼ ଫିଲିପିଙ୍କୁ ସାକ୍ଷାତ କରିବେ। ସେ ମଧ୍ୟ ଫ୍ରାନ୍‍ସରେ ଥିବା ପ୍ରବାସୀ ଭାରତୀୟଙ୍କ ସହ ବାର୍ତ୍ତାଳାପ କରିବେ। ପୁଦୁଚେରୀ, ମାହେ, ୟାନମ୍‍, ଗୁଜରାତ୍‍ ଓ ପଞ୍ଜାବ ସମେତ ଦେଶର ବିଭିନ୍ନ ଅଞ୍ଚଳରୁ ପ୍ରାୟ ଏକ ଲକ୍ଷରୁ ଅଧିକ ଭାରତୀୟ ଫ୍ରାନ୍‍ସ୍‍ରେ ୫୦ ବର୍ଷରୁ ଅଧିକ ସମୟ ହେବ ବାସ କରିଆସୁଛନ୍ତି।

 

Hot this week

ଭାରତର ପ୍ରଥମ ଉଇକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ପ୍ରଥମ ଝଟ୍‌କା ଲାଗିଛି।...

ପ୍ରଥମେ ବ୍ୟାଟିଂ କରିବ ଭାରତ

କଟକ: ଆଉ ମାତ୍ର କିଛି ସମୟର ଅପେକ୍ଷା। କଟକ ବାରବାଟୀ ଷ୍ଟାଡିୟମରେ...

ଇଣ୍ଡୋନେସିଆରେ ବଡ଼ ଧରଣର ଅଗ୍ନିକାଣ୍ଡ, ୨୦ ମୃତ

ସମାଜଲାଇଭ ଡେସ୍କ: ଇଣ୍ଡୋନେସିଆର ଜାକାର୍ତ୍ତାରେ ମଙ୍ଗଳବାର ଏକ ବଡ଼ ଧରଣର ଅଗ୍ନିକାଣ୍ଡ...

ଯୁକ୍ତ ଦୁଇ ପରୀକ୍ଷା ସୂଚୀ ସାମାନ୍ୟ ପରିବର୍ତ୍ତନ

ଭୁବନେଶ୍ଵର : ଯୁକ୍ତ ଦୁଇ ପରୀକ୍ଷା ସୂଚୀରେ ସାମାନ୍ୟ ପରିବର୍ତ୍ତନ ହୋଇଛି।...

ଦେଢ଼ବର୍ଷରେ ମଲେଣି ୧୩୬ ହାତୀ

ସମାଜଲାଇଭ ଡେସ୍କ: ରାଜ୍ୟରେ ହାତୀ ଅସୁରକ୍ଷିତ। ହାତୀ ମୃତ୍ୟୁ ରୋକିବାରେ ସରକାର...

Related Articles

Popular Categories