ଡି-ଲିଙ୍କ ଅଭିଯୋଗରେ କଟକର ବିଜେଡି କର୍ପୋରେଟର ରଞ୍ଜିତା ବିଶ୍ୱାଳ ଗିରଫ
ବିଜେଡିର ପ୍ରାଥମିକ ସଦସ୍ୟ ପଦରୁ ବହିଷ୍କୃତ
କଟକ : ଗ୍ୟାଙ୍ଗଷ୍ଟର ଧଳ ସାମନ୍ତଙ୍କ ସହ ଲିଙ୍କ ଅଭିଯୋଗରେ କଟକ ମହାନଗର ନିଗମ ୭ ଓ୍ୱାର୍ଡର କର୍ପୋରେଟର ରଞ୍ଜିତା ବିଶ୍ୱାଳଙ୍କୁ ପୁଲିସ ଗିରଫ କରିଛି। ପୂର୍ବରୁ ଗ୍ୟାଙ୍ଗଷ୍ଟର ଧଳ ସାମନ୍ତଙ୍କ ସହ ସମ୍ପର୍କ ଥିବା ଅଭିଯୋଗରେତାଙ୍କୁ ବହୁଥର ଜେରା କରାଯାଇଥିଲା । ରଞ୍ଜିତା ଗିରଫ ହେବା ପରେ ତାଙ୍କୁ ବିଜେଡିର ପ୍ରାଥମିକ ସଦସ୍ୟ ପଦରୁ ବହିଷ୍କାର କରାଯାଇଛି। ଜିଲ୍ଲା ସଭାପତି ତାଙ୍କୁ ବହିଷ୍କାର କରିଛନ୍ତି।
ତେବେ ଜେଲ୍ରୁ ରହି ଧଳ ସାମନ୍ତ ତାଙ୍କର ଅପରାଧ ସାମ୍ରାଜ୍ୟକୁ ନିୟନ୍ତ୍ରଣ କରୁଥିଲେ । କିଛି ଦିନ ତଳେ ଧଳ ସାମନ୍ତଙ୍କ ଜଣେ ସହଯୋଗୀ ଅପରାଧୀ ପୁଲିସ ଗୁଳିରେ ଆହତ ହୋଇଥିଲା । ଧଳ ସାମନ୍ତଙ୍କ ଅପରାଧ ସାମ୍ରାଜ୍ୟ ଓ ଜେଲ୍ରୁ ରହି କିପରି ସେମାନେ ଅପରାଧ ସାମ୍ରାଜ୍ୟକୁ ନିୟନ୍ତ୍ରଣ କରୁଛନ୍ତି ପୁଲିସ ତାହାର ତଦନ୍ତ କରିଥିଲା । ଏହାପରେ କର୍ପୋରେଟର ରଞ୍ଜିତା ବିଶ୍ୱାଳଙ୍କୁ ପୁଲିସ ଅଟକ ରଖି ଜେରା କରିଥିଲା । ପୁଲିସ ପ୍ରମାଣ ଅଧାରରେ ତାଙ୍କୁ ଗିରଫ କରିଥିବା କଟକ ଡିସିପି ଅଖିଳେଶ୍ୱର ସିଂ ସୂଚନା ଦେଇଛନ୍ତି ।