www.samajalive.in
Monday, December 8, 2025
14.1 C
Bhubaneswar

ରାଜଗାଙ୍ଗପୁର ବିଧାନସଭା ମଣ୍ଡଳୀ : ପିତା ନା ପୁତ୍ର ?

ସୁନ୍ଦରଗଡ଼/ରାଜଗାଙ୍ଗପୁର/କୁତ୍ରା : ନିର୍ବାଚନ ତାରିଖ ଘୋଷଣା ହୋଇଯିବା ପରେ ବିଭିନ୍ନ ରାଜନୈତିକ ଦଳର ଗତିବିଧି ମଧ୍ୟ ଜୋର ହୋଇଯିବାରେ ଲାଗିଛି । ହେଲେ ୨୦୧୯ ନିର୍ବାଚନ ବିଭିନ୍ନ ପ୍ରାର୍ଥୀଙ୍କ ପାଇଁ ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ ହୋଇଥିବା ବେଳେ ଦଳ ପାଇଁ ମଧ୍ୟ ଏହା ଗୁରୁତ୍ବପୂର୍ଣ୍ଣ ହୋଇପଡ଼ିଛି । ସୁନ୍ଦରଗଡ଼ ଜିଲାର ରାଜଗାଙ୍ଗପୁର ନିର୍ବାଚନ ମଣ୍ଡଳୀର ଶାସକ ବିଜେଡ଼ିର ପ୍ରାର୍ଥୀତ୍ବକୁ ନେଇ ଚର୍ଚ୍ଚା ସର୍ବାଗ୍ରେ ରହିଥିବା ବେଳେ ତା ପଛକୁ କଂଗ୍ରେସ ଓ ବିଜେପିର ପ୍ରାର୍ଥୀତ୍ବକୁ ନେଇ ମଧ୍ୟ ଦଳ ପକ୍ଷରୁ ଘଣ୍ଟାଚକଟା ଆରମ୍ଭ ହୋଇଯାଇଛି । ବିଜେଡ଼ି, କଂଗ୍ରେସ ଓ ବିଜେପି ପ୍ରମୁଖ ରାଜନୈତିକ ଦଳ ପ୍ରାର୍ଥୀ ଚୟନ ପ୍ରକ୍ରିୟା ବିଭିନ୍ନ ସ୍ତରରେ ସମୀକ୍ଷା କରୁଥିବା ବେଳେ ସମସ୍ତଙ୍କ ନଜର ଶାସକ ବିଜେଡ଼ି ଦଳର ପୁରୁଖାନେତା, ଜିଲା ବିଜେଡ଼ି ସଭାପତି ତଥା ବିଧାୟକ ମଙ୍ଗଳା କିଶାନଙ୍କ ଉପରେ । ଏହି ନିର୍ବାଚନ ମଣ୍ଡଳୀରୁ ଶାସକ ବିଜେଡ଼ିର ପ୍ରାର୍ଥୀ ଭାବେ ମଙ୍ଗଳାଙ୍କ ପ୍ରାର୍ଥୀତ୍ବକୁ ଗୁରୁତ୍ବ ଦିଆଯାଉଥିଲେ ହିଁ ଦଳ ପକ୍ଷରୁ କରାଯାଇଥିବା ସର୍ଭେ ଓ ଅନ୍ୟାନ୍ୟ ରିପୋର୍ଟକୁ ଭିତ୍ତି କରି ତାଙ୍କ ପ୍ରାର୍ଥୀତ୍ବକୁ ନିଶ୍ଚିତ କରିବାର ପ୍ରକ୍ରିୟା ଜାରି ରହିଛି । ହେଲେ ତାଙ୍କ ସମର୍ଥକ ମଙ୍ଗଳା ବାବୁଙ୍କୁ ପୁନର୍ବାର ଟିକେଟ ଦେବା ଉପରେ ଗୁରୁତ୍ବାରୋପ କରିବା ସହ ତାଙ୍କୁ ବା ତାଙ୍କ ମନୋନୀତ ପ୍ରାର୍ଥୀକୁ ଟିକେଟ ନ ଦେଲେ ଭୋଟର ଓ ଦଳ ମଧ୍ୟରେ ଅନ୍ୟ ଏକ ନାକରାତ୍ମକ ସନ୍ଦେଶ ଚାଲିଯିବାର ଆଶଙ୍କାକୁ ଦଳ ଗୁରୁତ୍ବର ସହ ବିଚାର କରୁଛି । ଅସମର୍ଥିତ ସୂତ୍ରରୁ ପ୍ରକାଶ, ମଙ୍ଗଳା ବାବୁଙ୍କ ପୁଅକୁ ଟିକେଟ ଦେବା ପାଇଁ ବିଭିନ୍ନ ମହଲରେ ଆଲୋଚନା ହେଉଥିବା ବେଳେ ଏ ସଂପର୍କରେ ମଙ୍ଗଳା ବାବୁଙ୍କ ନିଜସ୍ବ ମତକୁ ଦଳ ଗୁରୁତ୍ବ ଦେବ ବୋଲି କୁହାଯାଇଛି । ଅନ୍ୟମାନଙ୍କ ମଧ୍ୟରେ ବେନଡ଼ିକ ତିର୍କୀ, ରୁନୁ ଲାକ୍ରା ଆଶାୟୀଙ୍କ ଦୌଡ଼ରେ ସାମିଲ ଥିବାର ଜଣାପଡ଼ିଛି । ସେହିପରି କଂଗ୍ରେସ ଦଳ ମଧ୍ୟ ନିଜ ପ୍ରାର୍ଥୀ ଚୟନ କ୍ଷେତ୍ରରେ ପ୍ରୟାସ ଜାରି ରଖିଥିବା ବେଳେ ଏହି ନିର୍ବାଚନ ମଣ୍ଡଳୀରେ କଂଗ୍ରେସ ପ୍ରାର୍ଥୀଙ୍କ ଆଶାୟୀ ତାଲିକାରେ କଂଗ୍ରେସର ପୂର୍ବତନ ଏମପି ଖ୍ରୀଷ୍ଟୋଫର ଏକ୍କାଙ୍କ ପୁତ୍ର ଜିଲା କଂଗ୍ରେସ କମିଟିର କାର୍ୟ୍ୟକାରୀ ସଭାପତି ତଥା ମିଲିଟେରୀରୁ ସ୍ବେଚ୍ଛାକୃତ ଅବସର ନେଇ ଏଲ ଆଣ୍ଡ ଟିରେ ଡ଼ାକ୍ତର ଥିବା ଡା.ରାଜେନ ଏକ୍କାଙ୍କ ପ୍ରାର୍ଥୀତ୍ବକୁ ପିସିସି ଓ ହାଇକମାଣ୍ଡ ବେଶ ଗୁରୁତ୍ବ ଦେଉଛନ୍ତି ବୋଲି ତାଙ୍କ ସମର୍ଥକମାନେ କହୁଥିବା ବେଳେ ପୂର୍ବତନ ବିଧାୟକ ଗ୍ରେଗୋରୀ ମିଞ୍ଜ, ପିସିସି ସମ୍ପାଦିକା ରଜନୀ କୁଲୁଙ୍କ ନାମ ମଧ୍ୟ ପ୍ରାର୍ଥୀତ୍ବ ତାଲିକାରେ ରହିଥିବାର ଜଣାପଡ଼ିଛି । ପୂର୍ବତନ ବିଧାୟକ ଗ୍ରେଗୋରୀ ମିଞ୍ଜ ଦୁଇ ଦୁଇ ଥର ଏହି ଆସନରୁ ବିଧାୟକ ହୋଇଥିବାରୁ ତାଙ୍କୁ ପୁର୍ନବାର ଟିକେଟ ଦେବା ପାଇଁ ତାଙ୍କ ସର୍ମଥକ ମାନେ ଯୁକ୍ତି ବାଢ଼ିଥିବା ବେଳେ ଏହି ନିର୍ବାଚନ ମଣ୍ଡଳୀରୁ ମହିଳା ପ୍ରାର୍ଥୀ ଦେବା ପାଇଁ ବହୁ କର୍ମୀ ଓ ନେତା ଚର୍ଚ୍ଚା କରୁଛନ୍ତି । ଏହିକ୍ରମରେ ରଜନୀ କୁଲୁ ମଧ୍ୟ ନିଜ ପ୍ରାର୍ଥୀତ୍ବ ସମ୍ପର୍କରେ ଲବି ଆରମ୍ଭ କରିବା ସହ ଜିଲାରେ ମହିଳା ପ୍ରାର୍ଥୀ ଦେବା ଉପରେ ଗୁରୁତ୍ବାରୋପ କରିଛନ୍ତି । ୨୦୧୪ ନିର୍ବାଚନରେ ତ୍ରିମୁଖୀ ପ୍ରତିଦ୍ବନ୍ଦିତା ହୋଇଥିଲେ ହିଁ ମଙ୍ଗଳା ବାବୁ ନିଜ ନିକଟତମ ପ୍ରତିଦ୍ବନ୍ଦୀ କଂଗ୍ରେସର ଗ୍ରେଗୋରୀ ମିଞ୍ଜଠାରୁ ୧୦ହଜାର ଉର୍ଦ୍ଧ୍ବ ଭୋଟରେ ବିଜୟୀ ହୋଇଥିଲେ । ବିଜେପିର ପ୍ରାର୍ଥୀ ଉପେନ୍ଦ୍ର ପ୍ରଧାନ ୨୮୬୯୪ ଭୋଟ ପାଇ ତୃତୀୟ ସ୍ଥାନରେ ଥିଲେ । ଜାତୀୟ ରାଜନୀତି ଦୃଶ୍ୟପଟକୁ ଆଧାର କରି ଏହି ନିର୍ବାଚନ ମଣ୍ଡଳୀରେ ବିଜେପି ଆଶାୟୀଙ୍କ ତାଲିକା ମଧ୍ୟ ଲମ୍ବିବାରେ ଲାଗିଛି । ଉପେନ୍ଦ୍ର ପ୍ରଧାନ, କେନ୍ଦ୍ରମନ୍ତ୍ରୀଙ୍କ କୁତ୍ରା ବ୍ଲକ ପ୍ରତିନିଧି ଜୁନାସ ଲୁଗୁନ, ମହିଳା ନେତ୍ରୀ ଫିଲିସିତା ଲାକ୍ରା, ପୂର୍ବତନ ବିଧାୟକ ମହେନ୍ଦ୍ର ମାଝୀଙ୍କ ସମେତ ସୁନ୍ଦରଗଡ଼ ଜିଲା ସରପଞ୍ଚ ମହାସଂଘର ସଭାପତି ନରସିଂହ ମିଞ୍ଜଙ୍କ ନାମ ମଧ୍ୟ ଆଶାୟୀ ତାଲିକାରେ ରହିଥିବାର ଜଣାପଡ଼ିଛି । ହେଲେ ଏ କ୍ଷେତ୍ରରେ ଜୁଏଲଙ୍କ ମତାମତକୁ ଦଳ ଅଣଦେଖା ନକରି କୁଆଡ଼େ ତାଙ୍କ ମନୋନୀତ ପ୍ରାର୍ଥୀଙ୍କୁ ହିଁ ପ୍ରାର୍ଥୀ କରିବେ ବୋଲି କେନ୍ଦ୍ରମନ୍ତ୍ରୀଙ୍କ ସମର୍ଥକ ମାନେ କହି ବୁଲୁଛନ୍ତି । ରାଜଗାଙ୍ଗପୁର ନିର୍ବାଚନ ମଣ୍ଡଳୀରେ ଶାସକ ବିଜେଡ଼ିକୁ ଛାଡ଼ି ଆଉ କିଛି ନୂତନ ସମୀକରଣର ଆଭାସ ମିଳୁନଥିବା ବେଳେ ଦଳୀୟ କର୍ମକର୍ତ୍ତାଙ୍କୁ ପ୍ରାର୍ଥୀ ଚୟନ କ୍ଷେତ୍ରରେ ଏତେଟା ସମସ୍ୟା ସୃଷ୍ଟି ହେବା ନାହିଁ ବୋଲି ରାଜନୈତିକ ସମୀକ୍ଷକ ମାନେ ମତ ଦେଇଛନ୍ତି ।

୨୦୧୪ ବିଧାନସଭା ନିର୍ବାଚନର ମୁଖ୍ୟାଂଶ
ଦଳ ପ୍ରାର୍ଥୀ ପାଇଥିବା ଭୋଟ
ବିଜେଡ଼ି ମଙ୍ଗଳା କିଶାନ ୫୪୫୯୬
କଂଗ୍ରେସ ଗ୍ରେଗୋରୀ ମିଞ୍ଜ ୪୪୫୬୦
ବିଜେପି ଉପେନ୍ଦ୍ର ପ୍ରଧାନ ୨୮୬୯୪

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories