ଜୟପୁର : ରାଜସ୍ଥାନ, ମଧ୍ୟପ୍ରଦେଶ, ଛଡ଼ିଶଗଡ଼, ତେଲଙ୍ଗାନା ଏବଂ ମିଜୋରମରେ ବିଧାନସଭା ନିର୍ବାଚନ ପାଇଁ ଅବଗଣନା ଆରମ୍ଭ ହୋଇଯାଇଛି। ନିର୍ବାଚନୀ ମାହୋଲ ମଧ୍ୟରେ ରାଜସ୍ଥାନର ପ୍ରତାପଗଡ଼ଡଠାରେ ପ୍ରାକ୍ ନିର୍ବାଚନୀ ହିଂସକାଣ୍ଡରେ ଜଣେ ବିଜେପି କର୍ମୀଙ୍କ ମୃତ୍ୟୁ ଘଟିଛି। ସୂଚନା ଅନୁସାରେ ଶନିବାର ରାତିରେ ମୁହଁରେ କପଡ଼ା ବାନ୍ଧି ଆସିଥିବା କେତେକ ଦୁର୍ବୃତ୍ତ ବିଜେପି କର୍ମୀଙ୍କୁ ଗୁଳି କାରି ହତ୍ୟା କରିଥିଲେ। ଏହାପରେ ଖଣ୍ଡାରେ ତାଙ୍କ ମୁଣ୍ଡ କାଟି ଅଲଗା କରିଦେଇଥିଲେ। ପୁଲିସ୍ ଏକ ମାମଲା ରୁଜୁ କରି ତଦନ୍ତ ଚଳାଇଛି। ହତ୍ୟକାରୀଙ୍କ କୌଣସି ସୁରାକ ମିଳିପାରିନାହିଁ। ବିଜେପି ପକ୍ଷରୁ ଏହାକୁ କଡ଼ା ନିନ୍ଦା କରାଯାଇଛି।
Popular Categories



