ବେଜିଂ : ଚୀନର ଉତ୍ତର-ପଶ୍ଚିମ ପ୍ରାନ୍ତ ଗାନସୁଠାରେ ଶନିବାର ବିଳମ୍ବିତ ରାତିରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ୧୫ ଲୋକଙ୍କ ମୃତ୍ୟୁ ଘଟିଥିବାବେଳେ ୪୦ରୁ ଊର୍ଦ୍ଧ୍ବ ଲୋକ ଆହତ ହୋଇଛନ୍ତି।
ଚୀନର ସରକାରୀ ଖବରକାଗଜ ‘ଚାଇନା ଡେଲି’ ଅନୁସାରେ ଶନିବାର ରାତିରେ ଦ୍ରୁତ ଗତିରେ ଆସୁଥିବା ଏକ ଟ୍ରକ୍ ରାଜପଥର ଟୋଲ ଷ୍ଟେସନ୍ ନିକଟରେ ଅଟକି ରହିଥିବା ଏକ ଯାତ୍ରୀବାହୀ ଗାଡ଼ିକୁ ଆସି ଧକ୍କା ଦେଇଥିଲା। ଦୁର୍ଘଟଣା ପରେ ପୁଲିସ୍ ପହଞ୍ଚି ଆହତଙ୍କୁ ଉଦ୍ଧାର କରି ଆମ୍ବୁଲାନ୍ସ ଯୋଗେ ଡାକ୍ତରଖାନାକୁ ପଠାଇଥିଲା। ଏଥିରେ ପ୍ରାୟ ୧୫ ଜଣଙ୍କ ମୃତ୍ୟୁ ଘଟିଛି। ଆହତଙ୍କ ମଧ୍ୟରୁ ଅନେକଙ୍କ ଅବସ୍ଥା ସଂକଟାପନ୍ନ ଥିବାରୁ ମୃତ୍ୟୁସଂଖ୍ୟା ବୃଦ୍ଧି ପାଇବ ବୋଲି ଆଶଙ୍କା କରାଯାଉଛି।
ପ୍ରକାଶଯୋଗ୍ୟ ଯେ ଗତ ସପ୍ତାହରେ ଚୋଙ୍ଗକ୍ୱିଙ୍ଗ ଅଞ୍ଚଳରେ ଏକ ଯାତ୍ରୀବାହୀ ବସ୍ ନଦୀ ଗର୍ଭକୁ ଖସିପଡ଼ିବାରୁ ୧୫ ଜଣଙ୍କ ମୃତ୍ୟୁ ଘଟିଥିଲା।
ଚୀନରେ ସଡ଼କ ଦୁର୍ଘଟଣା: ୧୫ ମୃତ, ୪୦ରୁ ଊର୍ଦ୍ଧ୍ବ ଆହତ
Popular Categories



