www.samajalive.in
Sunday, December 7, 2025
26.1 C
Bhubaneswar

ଟାଇମ୍ସ ନାଓ-ସିଏନଏକ୍ସ ଜନମତ ସର୍ଭେ: ରାଜସ୍ଥାନରେ କ୍ଷମତାକୁ ଫେରିବ କଂଗ୍ରେସ

ନୂଆଦିଲ୍ଲୀ : ତେଲଙ୍ଗାନା ବିଧାନସଭା ନିର୍ବାଚନ ପୂର୍ବରୁ ପ୍ରକାଶିତ ଜନମତ ସର୍ଭେ କଂଗ୍ରେସ ସପକ୍ଷରେ ଯାଇଛି। ଟାଇମ୍ସ ନାଓ-ସିଏନଏକ୍ସ ପକ୍ଷରୁ ହୋଇଥିବା ଜନମତ ସର୍ଭେ ଅନୁଯାୟୀ କଂଗ୍ରେସ ଏଠାରେ ଶାସକ ବିଜେପିକୁ ପରାସ୍ତ କରି କ୍ଷମତାକୁ ଫେରିବ। ସର୍ଭେ ଅନୁଯାୟୀ ରାଜ୍ୟର ୨୦୦ ବିଧାନସଭା ଆସନରୁ କଂଗ୍ରେସ ୧୧୦ରୁ ୧୨୦ଟି ଆସନ ପାଇ ସରକାର ଗଠନ କରିବ। ଶାସକ ବିଜେପି ୭୦ରୁ ୮୦ ଆସନ ପାଇବ। ବହୁଜନ ସମାଜ ପାର୍ଟି ୧ରୁ ୩ଟି ଆସନ ପାଇବାକୁ ଥିବାବେଳେ ଅନ୍ୟାନ୍ୟ ଦଳଗୁଡିକ ୭ରୁ ୯ଟି ଆସନ ପାଇବେ। ମୁଖ୍ୟମନ୍ତ୍ରୀ ପଦ ପାଇଁ ପ୍ରଦେଶ କଂଗ୍ରେସ ସଭାପତି ସଚିନ ପାଇଲଟଙ୍କୁ ୩୧.୭୫ ପ୍ରତିଶତ ଭୋଟର ପସନ୍ଦ କରିଥିବାବେଳେ ବସୁନ୍ଧରା ରାଜେଙ୍କୁ ୩୧ % ସମର୍ଥନ କରିଛନ୍ତି। ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା କଂଗ୍ରେସର ବରିଷ୍ଠ ନେତା ଅଶୋକ ଗେହଲଟଙ୍କୁ ୧୫.୫୬% ସମର୍ଥନ କରିଛନ୍ତି। ସେହିପରି କେନ୍ଦ୍ରମନ୍ତ୍ରୀ ରାଜ୍ୟବର୍ଦ୍ଧନ ସିଂହ ରାଠୋରଙ୍କୁ ୧୧.୬୧ ପ୍ରତିଶତ ମୁଖ୍ୟମନ୍ତ୍ରୀ ପଦ ଲାଗି ସମର୍ଥନ କରିଛନ୍ତି। ତେବେ ପ୍ରଧାନମନ୍ତ୍ରୀ ପଦ ପାଇଁ ନରେନ୍ଦ୍ର ମୋଦୀଙ୍କୁ ୬୯% ଭୋଟର ସମର୍ଥନ ଜଣାଇଛନ୍ତି। ରାଜ୍ୟର ୬୭ଟି ନିର୍ବାଚନ ମଣ୍ଡଳୀର ୮୦୪୦ ଭୋଟରଙ୍କ ମତାମତ ଆଧାରରେ ଏହି ସର୍ଭେ ରିପୋର୍ଟ ପ୍ରସ୍ତୁତ କରାଯାଇଛି। ଡିସେମ୍ବେର ୭ରେ ରାଜସ୍ଥାନ ବିଧାନସଭା ନିର୍ବାଚନ ପାଇଁ ଭୋଟ ଗ୍ରହଣ କରାଯିବ ଓ ୧୧ ତାରିଖରେ ଭୋଟ ଗଣତି ହେବ। ୨୦୧୩ରେ ହୋଇଥିବା ବିଧାନସଭା ନିର୍ବାଚନରେ ବିଜେପି ୧୬୩ଟି ଆସନରେ ବିଜୟୀ ହୋଇଥିବାବେଳେ କଂଗ୍ରେସ ୨୧, ବିଏସପି ୩ ଓ ଅନ୍ୟାନ ଦଳ ୧୩ଟି ଆସନରେ ବିଜୟୀ ହୋଇଥିଲେ।

Hot this week

ମହିଳାଙ୍କ ହତ୍ୟାକୁ ନେଇ ଦୁଇ ଗାଁ ମୁହାଁମୁହିଁ

ମାଲକାନଗିରି: ମାଲକାନଗିରି ଜିଲ୍ଲା ପୋଟେରୁ ନଦୀରେ ଡୁଡୁମେଟଲା ନିକଟରୁ ଜଣେ ମହିଳାଙ୍କ...

ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟ ଗିରଫ

ସମାଜଲାଇଭ ଡେସ୍କ: ବଲିଉଡ ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟଙ୍କୁ ଗିରଫ କରିଛି...

ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି: ବିହାରରୁ ଆଉ ଜଣେ ଗିରଫ

ସମାଜଲାଇଭ ଡେସ୍କ: ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି ମାମଲାର ଅନ୍ତଃରାଜ୍ୟ ଲିଙ୍କ୍‌...

ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ: ସାମ୍ନାକୁ ଆସିଲା ନିଆଁ ଲାଗିବା ସମୟର ଦୃଶ୍ୟ

ସମାଜଲାଇଭ ଡେସ୍କ: ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ସାରା ଦେଶବାସୀଙ୍କୁ ସ୍ତବ୍ଧ...

ବାରବାଟୀ ମ୍ୟାଚ: ସୁରକ୍ଷା ଦାୟିତ୍ଵରେ ରହିବେ ୫୧ ପ୍ଲାଟୁନ ପୁଲିସ, ୬ସ୍ଥାନରେ ପାର୍କିଂ ବ୍ୟବସ୍ଥା

ସମାଜଲାଇଭ ଡେସ୍କ: ଆଗାମୀ ୯ ତାରିଖରେ ହେବାକୁ ଥିବା ବାରବାଟୀ ମ୍ୟାଚ...

Related Articles

Popular Categories