www.samajalive.in
Sunday, December 7, 2025
16.1 C
Bhubaneswar

ରାଜସ୍ଥାନରେ ଜାଠ୍ ନେତାଙ୍କ ରୋଡ଼ ଶୋ, ବିଜେପି ବିରୋଧରେ ଖୋଲିବେ ମୋର୍ଚ୍ଚା

ଜୟପୁର : ରାଜସ୍ଥାନ ବିଧାନସଭା ନିର୍ବାଚନରେ ବିଜେପି ଓ କଂଗ୍ରେସ ଭଳି ଜାତୀୟ ଦଳକୁ ଟକ୍କର ଦେବା ପାଇଁ ରାଜ୍ୟର ପ୍ରମୁଖ ଜାଠ୍ ନେତା ତଥା ପୂର୍ବତନ ସ୍ୱାଧୀନ ବିଧାୟକ ହନୁମାନ ବେନିୱାଲ ଏକ ନୂଆ ରାଜନୈତିକ ଦଳ ଗଢିବାକୁ ଘୋଷଣା କରିିବା ପରେ ରବିବାର ଏକ ରୋଡ଼ ଶୋ କରି ନିଜ ଶକ୍ତି ପ୍ରଦର୍ଶନ କରିଛନ୍ତି। ତାଙ୍କ ରୋଡ଼ ଶୋରେ ସହସ୍ରାଧିକ ଲୋକଙ୍କ ଯୋଗଦାନ ବିଜେପି ଓ କଂଗ୍ରେସକୁ ହତବାକ୍‍ କରିଦେଇଛି। ଖିନଭିସାର ବିଧାନସଭାର ପୂର୍ବତନ ସ୍ୱାଧୀନ ବିଧାୟକ ତଥା ଜାଠ୍ ନେତା ହନୁମାନ ରବିବାର ଜୟପୁରଠାରୁ ୧୦ କିଲୋମିଟର ପର୍ଯ୍ୟନ୍ତ ରୋଡ଼ ଶୋ କରିଥିଲେ। ଏହାସହ ରାଜସ୍ଥାନକୁ ବିଜେପି ଓ କଂଗ୍ରେସ ମୁକ୍ତ କରିବାକୁ ସେ ଆହ୍ୱାନ ଦେଇଥିଲେ। କୃଷକଙ୍କ ସମ୍ପୂର୍ଣ୍ଣ ଋଣ ଛାଡ଼, ଟୋଲ ମୁକ୍ତ ରାଜସ୍ଥାନ, ମାଗଣା ବିଦ୍ୟୁତ, ସବୁ ଚାଷ ଜମିକୁ ଜଳସେଚନ, ମଜଭୁତ ଲୋକପାଳ ଆଦି ତାଙ୍କ ଦଳର ପ୍ରମୁଖ ନିର୍ବାଚନୀ ପ୍ରସଙ୍ଗ ହେବ ବୋଲି ସେ କହିଛନ୍ତି।
ଉଲ୍ଲେଖଯୋଗ୍ୟ ଯେ ରାଜସ୍ଥାନର ୨୦୦ ବିଧାନସଭା ଆସନ ପାଇଁ ଡିସେମ୍ବର ୭ରେ ଭୋଟ ଗ୍ରହଣ ହେବ।
ଉଲ୍ଲେଖଯୋଗ୍ୟ ଯେ ୨୦୦୮ରେ ବେନିୱାଲ ବିଜେପି ଟିକେଟରୁ ଖିନଭିସାର ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ। ୨୦୧୩ରେ ସେ ବିଜେପି ଦଳ ତ୍ୟାଗ ପୂର୍ବକ ସ୍ୱାଧୀନ ପ୍ରାର୍ଥୀ ଭାବେ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରି ବିଜୟୀ ହୋଇଥିଲେ। ବେନିୱାଲଙ୍କ ନୂଆ ଦଳ ଜାଠ୍ ସମୂହଙ୍କ ଗଡ଼ କୁହାଯାଉଥିବା ନାଗୌର, ବିକାନେର, ସିକର ସମେତ ଶିଖାୱଟି ଭଳି ୫୦ଟି ଆସନରେ ନିର୍ବାଚନ ଫଳକୁ ପ୍ରଭାବିତ କରିବ ବୋଲି ଚର୍ଚ୍ଚା ହେଉଛି। ବର୍ତ୍ତମାନର ରାଜସ୍ଥାନ ମୁଖ୍ୟମନ୍ତ୍ରୀ ବସୁନ୍ଧରା ରାଜେଙ୍କ ବିରୋଧରେ ମୋର୍ଚ୍ଚା ଖୋଲିଥିବା ବିଜେପିର ୩ ପୂର୍ବତନ ବଡ଼ନେତାଙ୍କ ମଧ୍ୟରୁ ବେନିୱାଲ ଜେଣେ। ଏହା ପୂର୍ବରୁ ବିଜେପିର ଦୁଇ ବରିଷ୍ଠ ନେତା ଘନଶ୍ୟାମ ତିୱାରୀ ଏଂ କିରୋଡ଼ି ଲାଲ ମିଣା ବିଦ୍ରୋହକୁ ଓହ୍ଲାଇଥିଲେ। କିରୋଡ଼ି ଲାଲ ପୁଣିଥରେ ବିଜେପିକୁ ଫେରିବେ ବୋଲି ଚର୍ଚ୍ଚା ହେଉଛି। ମାତ୍ର ଘନଶ୍ୟାମ ତିୱାରୀ ‘ଭାରତ ବାହିନୀ ପାର୍ଟି’ ପ୍ରତିଷ୍ଠା କରି ବିଧାନସଭା ନିର୍ବାଚନରେ ଓହ୍ଲାଇବାକୁ ପ୍ରସ୍ତୁତି ଚଳାଇଛନ୍ତି। ପୂର୍ବରୁ ନାଗୌର, ବାଡ଼ମେର, ବିକାନେର ଏବଂ ସିକରରେ କୃଷକ ଶୋଭାଯାତ୍ରା କରି ବେନିୱାଲ ନିଜ ଶକ୍ତି ପ୍ରଦର୍ଶନ କରି ସାରିଛନ୍ତି।

Hot this week

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

ସ୍ମୃତି ମନ୍ଧାନାଙ୍କ ବିବାହ ଭାଙ୍ଗିଲା… ଏମିତି କହିଲେ ଏହି ଷ୍ଟାର କ୍ରିକେଟର

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଷ୍ଟାର ଖେଳାଳି ସ୍ମୃତି...

Related Articles

Popular Categories