www.samajalive.in
Tuesday, December 9, 2025
23.1 C
Bhubaneswar

ଫସଲବୀମା, ଇନ୍‌ପୁଟ୍‌ ରିଆତିକୁ ନେଇ ଗର୍ଜିଲେ ଚାଷୀ

ସମ୍ବଲପୁର : ୨୦୧୮ ଖରିଫ୍‌ ଋତୁର ସମ୍ବଲପୁର ଜିଲାରେ ସମସ୍ତ ଚାଷୀଙ୍କୁ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା ଓ ଇନ୍‌ପୁଟ୍‌ ସବ୍‌ସିଡି ମିଳିନଥିବା ନେଇ ଆଜି ସମ୍ବଲପୁର ଜିଲା କୃଷକ ସଙ୍ଗଠନ ଆହ୍ୱାନରେ ହଜାର ହଜାର ଚାଷୀମାନେ ପ୍ରତିବାଦ ବିକ୍ଷୋଭ କରିଥିଲେ। ଜିଲାପାଳ କାର୍ଯ୍ୟାଳୟ ଗେଟ୍‌ରେ ପୁଲିସର ନାକାବନ୍ଦୀ ଓ ଉପସ୍ଥିତ ଥାଇ ସୁଦ୍ଧା ଜିଲାପାଳ ଚାଷୀମାନଙ୍କ ପାଖକୁ ନ ଆସିବାରୁ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଥିଲା। ପ୍ରତିଟି ଗାଁରେ ଜିଲାପାଳଙ୍କ ବୈଠକ ଓ ଜିଲାପାଳଙ୍କୁ ବର୍ଜନ କରିବାକୁ ଚାଷୀମାନେ ଶପଥ ନେଇଥିଲେ। ଚାଷୀମାନେ ପ୍ରାୟ ୨ ଘଣ୍ଟାରୁ ଊର୍ଦ୍ଧ୍ବ ମୁଖ୍ୟଦ୍ୱାର ବାହାରେ ରାସ୍ତା ଉପରେ ପ୍ରତିବାଦ ସଭା କରିବା ପରେ ଅତିରିକ୍ତ ଜିଲାପାଳ ଅଜୟ କୁମାର ଜେନା ଓ ଡିଆରଡିଏ ପ୍ରକଳ୍ପ ନିର୍ଦେଶକ ସୁକାନ୍ତ କୁମାର ତ୍ରିପାଠୀ ଚାଷୀମାନଙ୍କ ପାଖକୁ ଯାଇ ୫ ଜଣ ଚାଷୀ ପ୍ରତିନିଧି ଆସି ଜିଲାପାଳଙ୍କ ସହ ଆଲୋଚନା କରିବାକୁ ଡାକିଥିଲେ। ଇନପୁଟ ସବସିଡ଼ି ୨୦୧୮ ମରୁଡ଼ି ପାଇଁ ୩୩ କୋଟି ଆବଶ୍ୟକ ଥିବା ବେଳେ ୧୪ କୋଟି ୪୫ ଲକ୍ଷ ପାଇଛନ୍ତି ଓ ବାକି ୫ ବ୍ଲକ ପାଇଁ ୧୯ କୋଟି ଟଙ୍କା ଆସିଲେ ଦିଆଯିବ। ସେହିପରି ୨୦୧୮ ପେଥାଇ ବାତ୍ୟା ପାଇଁ ୫ କୋଟି ଟଙ୍କା ଆସିଛି।  ଜିଲାପାଳ ଚାଷୀଙ୍କ ସମସ୍ୟା ପାଇଁ ଆସୁନଥିବାରୁ ତାଙ୍କୁ କୌଣସି କାର୍ଯ୍ୟକ୍ରମରେ ଚାଷୀ ସଙ୍ଗଠନ ସହଯୋଗ କରିବ ନାହିଁ। ଆଗାମୀ ଦିନରେ ଜିଲାର ୪୦ଟି କୃଷକ ସଙ୍ଗଠନ ଓ ପଶ୍ଚିମ ଓଡ଼ିଶାର ୧୧ଟି ଜିଲାର ସଙ୍ଗଠନ ମିଶି ହୀରାକୁଦ ଆନ୍ଦୋଳନ ଭଳି ଏକ ଆନ୍ଦୋଳନର ସୂତ୍ରପାତ ହେବ। ତାଲା ବନ୍ଦ, ରାସ୍ତାରୋକ ଆଦି କାମ ଦେବ ନାହିଁ, ଏହି ଆନ୍ଦୋଳନ ଆହୁରି ଭୟଙ୍କର ହେବ ବୋଲି ଶ୍ରୀ ପ୍ରଧାନ ଚେତାବନୀ ଦେଇଛନ୍ତି।
ଗତ ଖରିଫ ଋତୁର ପ୍ରଧାନମନ୍ତ୍ରୀ ଫସଲବୀମା ଓ ଇନ୍‌ପୁଟ୍‌ ସବସିଡି ନମିଳିବା ତଥା ଚଳିତ ରବି ଋତୁରେ ପି-ପାସ ଉପଯୋଗ ନହେବାକୁ ନେଇ କଚେରୀ ଛକରେ ଜିଲାର ବିଭିନ୍ନ ଅଞ୍ଚଳର ଚାଷୀମାନେ ଜମା ହୋଇଥିଲେ। ବୀମା ଆଦିରୁ ସମ୍ପୂର୍ଣ୍ଣ ବଞ୍ଚିତ ବାମରା ଓ କୁଚିଣ୍ଡା ବ୍ଲକର ଚାଷୀମାନେ ସମସ୍ୟାର ସମାଧାନ ଆଶା କରି ବହୁ ସଂଖ୍ୟାରେ ସକାଳୁ ଗାଡି ମାନଙ୍କରେ ଆସି ପହଞ୍ଚୁଥିବା ଦେଖା ଯାଇଥିଲା। ଚାଷୀମାନେ କୌଣସି ଲିଖିତ ଦାବିପତ୍ର ନେଇ ଆସି ନଥିବା ବେଳେ ସେମାନଙ୍କ ମୁଖ୍ୟତଃ ତିନୋଟି ଦାବି ଥିଲା। ଫସଲବୀମା ରାଶି ମାର୍ଚ୍ଚ ମାସ ପର୍ଯ୍ୟନ୍ତ ମିଳିବା ପାଇଁ ନିର୍ଦେଶ ଥିବା ବେଳେ ଜୁଲାଇ ମାସ ହେଲାଣି କିଛି ଚାଷୀ ପାଇଛନ୍ତି ଓ ଅଧିକ ସଂଖ୍ୟାରେ ଚାଷୀ ଏହା ପାଇନାହାଁନ୍ତି। ଅନ୍ୟ ଜିଲାରେ କମ୍ପାନୀମାନେ ଚଞ୍ଚକତା କରି ଫସଲ କ୍ଷତିକୁ କମ କରି ମୂଲଚାଲ କରୁଛନ୍ତି ସେଭଳି ଏଠାରେ ବି ହେଉ ବୋଲି ଆଶା କରୁଛନ୍ତି।

Hot this week

ଶ୍ରୀଜଗନ୍ନାଥଙ୍କ ଦର୍ଶନ କଲେ ଭାରତୀୟ ଖେଳାଳି

ସମାଜ ଡିଜିଟାଲ ଡେସ୍କ: ମ୍ୟାଚ ପୂର୍ବରୁ ପୁରୀ ଯାଇ ମହାପ୍ରଭୁଙ୍କ ଦର୍ଶନ...

ଦୁର୍ନୀତି : ବିକାଶରେ ବାଧା

ଦୁର୍ନୀତି ବିରୋଧରେ ଶୂନ୍ୟ ସହନଶୀଳତା ନୀତି ଆପଣା ଯାଉଛି। ମାତ୍ର ଭାରତ...

୨୦୨୬ରେ ଦୁଇ ଥର ଚଳନ କରିବେ ରାହୁ: ଏହି ରାଶିରେ ବର୍ଷିବ ଧନ

ସମାଜ ଡିଜିଟାଲ ଡେସ୍କ: ନୂଆ ବର୍ଷ, ନୂଆ ଆଶା ନେଇ ଆସୁଛି...

ସେନସେକ୍ସ ୬୧୦ ପଏଣ୍ଟ ଓ ନିଫ୍ଟି ୨୨୬ ପଏଣ୍ଟ ହ୍ରାସ

ନୂଆଦିଲ୍ଲୀ : ଘରୋଇ ଇକ୍ୱିଟି ସୂଚକାଙ୍କ ସୋମବାର ହ୍ରାସ ପାଇଛି। ସୂଚକାଙ୍କଗୁଡ଼ିକ...

ବୁଧବାର ଭାରତ-ଆମେରିକା ଆଲୋଚନା

ନୂଆଦିଲ୍ଲୀ : ବୁଧବାର ପରବର୍ତ୍ତୀ ପର୍ଯ୍ୟାୟ ଭାରତ-ଆମେରିକା ମୁକ୍ତ ବାଣିଜ୍ୟ ଚୁକ୍ତି...

Related Articles

Popular Categories