www.samajalive.in
Sunday, December 7, 2025
26.1 C
Bhubaneswar

ଧମାଲ କରିବ ‘ରଜ କୁଇନ୍‌ – ଉଡ଼ିଯା…ଆକାଶଟା ତୋ’ର’ – ଏପ୍ରିଲ ୨୨ରୁ ଜୀ-ସାର୍ଥକରେ

ଡେସ୍କ: ଓଡ଼ିଶାର କଳା, ସଂସ୍କୃତି ଓ ପରମ୍ପରାକୁ ନେଇ ବହୁ ପ୍ରତିକ୍ଷିତ ଲୋକପ୍ରିୟ ରିଏଲିଟି ସୋ ‘ରଜ କୁଇନ୍‌’ ଏପ୍ରିଲ୍ ୨୨ରୁ ପ୍ରତେକ ଶନିବାର ଓ ରବିବାର ରାତି ୯.୩୦ମିନିଟରେ ପ୍ରସାରିତ ହେବ ରାଜ୍ୟର ଏକ ନମ୍ବର ମନୋରଂଜନ ଚ୍ୟାନେଲ ଜୀ-ସାର୍ଥକରେ। ୧୧ ବର୍ଷରେ ପଦାର୍ପଣ କରୁଥିବା ଜୀ-ସାର୍ଥକର ଏହି ରିଏଲିଟି ଶୋ ଆଗରୁ ବହୁ ବିଜେତା ଓ ପ୍ରତିଯୋଗୀଙ୍କ ଭବିଷ୍ୟତ ଗଢିବାରେ ଏକ ପ୍ରମୁଖ ମାଧ୍ୟମ ହୋଇପାରିଛି। ବିଜେତାମାନେ ଚଳଚ୍ଚିତ୍ର ଓ ଧାରାବାହିକରେ ଅଭିନୟ ସୁଯୋଗ ପାଇବା ସହ ନିଜର ଭବିଷ୍ୟତକୁ ସ୍ୱର୍ଣ୍ଣିମ କରିପାରିଛନ୍ତି। ଏଥର ମଧ୍ୟ ବହୁତ ବଡ଼ ଆକାରରେ ‘ରଜ କୁଇନ୍’ ରିଏଲିଟି ସୋ ଆସୁଛି ଟିଭି ପରଦାରେ। ଦର୍ଶକଙ୍କୁ ଭରପୁର ମନୋରଂଜନ ଦେଇ ଆସୁଥିବା ରଜ କୁଇନ୍‌ ଏଥର ଦର୍ଶକ ଓ ପ୍ରତିଯୋଗୀମାନଙ୍କ ପାଇଁ ଆଣିଛି କିଛି ଖାସ ଉପହାର ଓ ସ୍କଲାରସିପ୍।

ଅନେକଙ୍କ ଭବିଷ୍ୟତ ତିଆରି କରିଥିବା ଏହି ପ୍ଲାଟଫର୍ମ ଏଥର ଆଣିଛି କିଛି ନୂଆ ଚିନ୍ତାଧାରା। ଏଥର ରହିଛି ଏକ ବିଶେଷ ସ୍କଲାରସିପ୍ ସେମାନଙ୍କ ପାଇଁ ଯେଉଁ ମାନେ ଯେକୌଣସି ବିଭାଗରେ ପାରଦର୍ଶିତା ହାସଲ କରି ସେହି ବିଭାଗରେ ଆଗକୁ ବଢ଼ିବାକୁ ଚାହୁଁଛନ୍ତି ଓ ନିଜର ଭବିଷ୍ୟତ ଗଢିବାକୁ ଚାହୁଁଛନ୍ତି, ସେମାନେ ଏହି ସ୍କଲାରସିପର ହକଦାର୍ ହୋଇପାରିବେ। ଏଭଳି ସୁଯୋଗ ଓ ସହଯୋଗ କେବଳ ଜୀ-ସାର୍ଥକର ରଜ କୁଇନ୍‌ ପ୍ରତିଯୋଗୀମାନଙ୍କୁ ମିଳିପାରିବ ଓ ଏହି ପ୍ରୋଗ୍ରାମ ମାଧ୍ୟମରେ ପ୍ରତିଯୋଗୀମାନଙ୍କୁ ନିଜର ସ୍ବପ୍ନ ପୁରଣ କରିବା ସହ ନିଜର ଡେଣା ମେଲାଇ ଖୋଲା ଆକାଶରେ ଉଡିଯିବାକୁ ପ୍ରେରିତ କରିବ।

- Advertisement -

ଏଥର ଜଜ୍ ହୋଇ ଆସୁଛନ୍ତି ଓଡିଆ ସିନେମା ଜଗତର ତିନି ଲୋକପ୍ରିୟ କଳାକାର ସିଦ୍ଧାନ୍ତ ମହାପାତ୍ର, ଏଲିନା ସାମନ୍ତରାୟ ଓ ଶ୍ରୀତମ ଦାସ। ଏହା ଛଡା ଆହୁରି ଚାରି ଜଣ ମେଣ୍ଟର ମଧ୍ୟ ରହିବେ ଯେଉଁମାନେ ନିଜର ଗୋଟେ ଗୋଟେ ଟିମ୍ ବାଛିବେ ଓ ଏହି ରିଏଲିଟି ଶୋ ଜିତିବାରେ ନିଜ ଟିମ୍ ର ମାର୍ଗଦର୍ଶକ ହେବେ। ଏହି ମେଣ୍ଟରସ୍ ମାନଙ୍କ ମଧ୍ୟରେ ଅଛନ୍ତି ମେଗା ଧାରାବାହିକ ‘ଖୁସିର ଛୁଙ୍କ’ର ଖୁସି, ‘ମୁଁ ବି ବିଜୟିନୀ’ର ସ୍ତୁତି , ‘ଝିଲ୍ଲୀ’ର ଝିଲ୍ଲୀ ଓ ‘ସାଥିରେ’ର ଧାରା। ଯେଉଁ ମାନେ ଅଡିସନ ରାଉଣ୍ଡ ଜିତି ଆଗକୁ ଆସିବେ ସେମାନେ ଏହି ମେଣ୍ଟରସ୍ ମାନଙ୍କ ତତ୍ତ୍ବାବଧାନରେ ନିଜର ସ୍ବପ୍ନ ପୁରଣ ଭବିଷ୍ୟତ ତିଆରି କରିବାର ସୁଯୋଗ ପାଇବେ।

‘ରଜ କୁଇନ’ ପାଇଁ ଅଡିସନ୍ ଓଡ଼ିଶାର କିଛି ପ୍ରମୁଖ ସହର ଭଦ୍ରକ, କେନ୍ଦୁଝର, ଭୁବନେଶ୍ଵର, ଯାଜପୁର, ବାଲେଶ୍ୱର, କଟକ, ଅନୁଗୁଳ ଓ ରାଉରକଲାରେ ହୋଇଥିଲା ଯେଉଁଠାରୁ ବଛା ବଛା ପ୍ରତିଯୋଗୀ ଏଥର ଭାଗ ନେଉଛନ୍ତି। କାର୍ଯ୍ୟକ୍ରମଟି ନିଶ୍ଚିତ ଭାବରେ ଲୋକାଦୃତ ହେବ ବୋଲି ଜୀ-ସାର୍ଥକର ଚିଫ କ୍ଲଷ୍ଟର ହେଡ୍ ସମ୍ରାଟ ଘୋଷ ଏବଂ ଚ୍ୟାନେଲ ହେଡ୍ ପ୍ରତୀକ ସିଲ ପ୍ରକାଶ କରିଛନ୍ତି।

Hot this week

ଘଟଗାଁରେ ମୁଖ୍ୟମନ୍ତ୍ରୀ: ‘ମା’ ତାରିଣୀ ପୀଠ ସମନ୍ବିତ ବିକାଶ ପ୍ରକଳ୍ପ’ର କଲେ ଭିତ୍ତିପ୍ରସ୍ତର ସ୍ଥାପନ

କେନ୍ଦୁଝର: ଆଜି କେନ୍ଦୁଝର ଜିଲ୍ଲା ଗସ୍ତ କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ...

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

ଆବଶ୍ୟକ ହେଲେ ପୀଡିତାଙ୍କୁ ଏୟାରଲିଫ୍ଟ କରାଯିବ : ମନ୍ତ୍ରୀ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ଥାନା ଲାଞ୍ଜିବେର୍ନା ଅଞ୍ଚଳର କଲେଜ ଛାତ୍ରୀ...

ହ୍ୟୁମାନ୍‌ ମୃତ୍ୟୁର ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି

ଟିଟିଲାଗଡ଼ : ହ୍ୟୁମାନ୍ ସାଗରଙ୍କ ମୃତ୍ୟୁର ତଦନ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି...

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

Related Articles

Popular Categories