୪ଘଣ୍ଟାର ବର୍ଷାରେ ହରଭଙ୍ଗା ବେହାଲ, ବାଇଶପଡା ପୋଲ ଉପରେ ପାଣି

ସ୍କୁଲ ଘରେ ପଶିଲା ପାଣି, ଭାଷିଲା ଆସବାବ ପତ୍ର

ହରଭଙ୍ଗା : ୪ଘଣ୍ଟାର ଅବିଶ୍ରାନ୍ତ ବର୍ଷା ଫଳରେ ହରଭଙ୍ଗା ବ୍ଲକରେ ବ୍ୟାପକ କ୍ଷୟକ୍ଷତି ଘଟିଛି । ଏହି ୪ଘଣ୍ଟା ବର୍ଷା ମଧ୍ୟରେ ହରଭଙ୍ଗା ଅଂଚଳରେ ୧୬୨ ମିମି ବର୍ଷା ହୋଇଥିବା ରେକର୍ଡ ହୋଇଛି। ଶନିବାର ଭୋର ୪.୩୦ ସମୟରୁ ସକାଳ ୮.୩୦ ମିନିଟ ପର୍ଯ୍ୟନ୍ତ ଲଗାଣ ବର୍ଷାରେ ବ୍ଲକର ବିଭିନ୍ନ  ଅଂଚଳ ଜଳାର୍ଣ୍ଣବ ହୋଇଛି। ଅନେକ ସ୍ଥାନରେ ଘରଦ୍ୱାରରେ ପାଣି ପଶିଛି।ଚାରିଛକ ଅଂଚଳରେ ଡ୍ରେନେଜ ସୁବିଧା ନଥିବା ହେତୁ ବଜାର ସାହିର ବହୁ ଘରେ ମୁଣ୍ଡିଆ ପାଣି ପଶି ଯାଇଥିଲା। ଘର ଆସବାବ ପତ୍ର ସବୁ ବର୍ଷା ପାଣିରେ ଭାଷୁଥିବା ଦେଖିବାକୁ ମିଳିଥିଲା ।

prayash

ଛୋଟ ଛୋଟ ନାଳର ପୋଲ ଉପରେ ବନ୍ୟାପାଣି ଯୋଗୁଁ ବହୁ ଅଂଚଲକୁ ଯୋଗା ଯୋଗ ବିଛିନ୍ନ ହୋଇଛି। ଚାରିଛକ-ଛତ୍ରଙ୍ଗ ପୁର୍ତ୍ତ ବିଭାଗ ରାସ୍ତା ବାଇଶପଡା ପୋଲ ଉପରେ ୪ଫୁଟର ପାଣି ଯୋଗୁଁ ୪ ଘଣ୍ଟା ଯୋଗାଯୋଗ ବିଛିନ୍ନ ହୋଇଥିଲା। ସେହିପରି ଛତ୍ରଙ୍ଗ-ହରଭଙ୍ଗା ପୁର୍ତ୍ତ ବଭାଗ ରାସ୍ତା ସଗଡିଆ ନାଳ ଉପରେ ମଧ୍ୟ ୨ ଫୁଟର ପାଣି ପ୍ରଭାବିତ ହେଉଛି। ଚାରିଛକ ବିଦ୍ୟୁତ ବିଭାଗ ଅଫିସ ସମ୍ମୁଖରେ ଆଣ୍ଠୁଏ ବର୍ଷା ପାଣି ଜମି ଯାତାୟତ ବାଧାପ୍ରାପ୍ତ ହୋଇଛି । କରଞକଟା ୟୁପି ସ୍କୁଲରେ ପାଣି ଜମି ରହିଥିଲା। ସ୍ଥାନୀୟ ସରପଂଚ ସଙ୍ଗେ ସଙ୍ଗେ ଡ୍ରେନ ସଫାକରି ଥିଲେ।

Comments are closed.