www.samajalive.in
Tuesday, December 9, 2025
15.1 C
Bhubaneswar

କମୁଛି ଲଘୁଚାପ ପ୍ରଭାବ

ଭୁବନେଶ୍ବର : ଉତ୍ତର ଆଭ୍ୟନ୍ତରୀଣ ଓଡ଼ିଶା ଏବଂ ଏହାର ପାର୍ଶ୍ବବର୍ତ୍ତୀ ଅଞ୍ଚଳରେ ଥିବା ଲଘୁଚାପ ଏବେ ଦକ୍ଷିଣ ପଶ୍ଚିମ ଝାଡ଼ଖଣ୍ଡ ଓ ଏହାର ଅାଖପାଖ ଅଞ୍ଚଳରେ କେନ୍ଦ୍ରୀଭୂତ ହୋଇଛି। ଏହାପଶ୍ଚିମ ଓ ଉତ୍ତର ପଶ୍ଚିମରେ ମୁହଁାଇ ଉତ୍ତର ଛତିଶଗଡ଼, ଉତ୍ତର ମଧ୍ୟପ୍ରଦେଶ ଏବଂ ଉତ୍ତରପ୍ରଦେଶର ଦକ୍ଷିଣ ଦିଗରେ ଗତି କରିବା ସହିତ ଆସନ୍ତା ତିନିଦିନ ମଧ୍ୟରେ ଦୁର୍ବଳ ହୋଇପଡ଼ିବ ବୋଲି ଆକଳନ କରାଯାଇଛି। ସ୍ବତନ୍ତ୍ର ରିଲିଫ କମିଶନର ପ୍ରଦୀପ ଜେନା କହିଛନ୍ତି ଯେ ଲଘୁଚାପ ପ୍ରଭାବରେ ଗତ ୨୪ଘଣ୍ଟାରେ ସାରା ରାଜ୍ୟରେ ୩୦ଟି ଜିଲାରେ ବର୍ଷା ହୋଇଛି। ୨୪ଘଣ୍ଟାରେ ହାରାହାରି ୫୫.୮ମିମି ବର୍ଷା ହୋଇଥିବାବେଳେ ୬ଜିଲାରେ ୧୦୦ରୁ ଅଧିକ ବର୍ଷରେ ​‌​ରେକର୍ଡ଼ କରଯାଇଛି। ଝାରସୁଗୁଡ଼ାରେ ସର୍ବାଧିକ ୧୭୭, ଦେଓଗଡ଼ରେ ୧୨୮.୫, ସମ୍ବଲପୁରରେ ୧୧୬.୭, ବୌଦ୍ଧରେ ୧୧୪, ଅନୁଗୋଳରେ ୧୦୭ମିମି ରେକର୍ଡ଼ ହୋଇଛି।
ସେହିପରି ଆଉ ୯ଟି ଜିଲା କନ୍ଧମାଳ, କେନ୍ଦୁଝର, ବରଗଡ଼, ନୂଆପଡ଼ା, ବଲାଙ୍ଗୀର, ସୋନପୁର, ବାଲେଶ୍ବର, ମୟୂରଭଞ୍ଜ, ଢ଼େଙ୍କାନାଳ ଓ କଳାହାଣ୍ଡି ରେ ୫୦ମିମିରୁ ଅଧିକ ରେକର୍ଡ଼ କରାଯାଇଛି। ବ୍ଲକ ହିସାବରେ ସବୁଠୁ ଅଧିକ ବର୍ଷା କେନ୍ଦୁଝର ଜିଲାର ତେଲକୋଇରେ ୨୧୫ମିମି ରେକର୍ଡ଼ କରଯାଇଛି।
ପାଣିପାଗ ବିଭାଗ ପକ୍ଷରୁ ଜାରି ହୋଇଥିବା ବୁଲେଟିନରୁ ଜଣାପଡ଼ିଛି ଯେ ଲଘୁଚାପ ଏବେ ଝାଡ଼ଖଣ୍ଡ ଓ ଏହାର ଆଖପାଖ ଅଞ୍ଚଳରେ ଥିବାବେଳେ ଆସନ୍ତାକାଲି ସାଢ଼େ ୮ଟା ସୁଦ୍ଧା ଆଭ୍ୟନ୍ତରୀଣ ଓଡ଼ିଶାର ଅଧିକାଂଶ ସ୍ଥାନରେ ବର୍ଷାର ସମ୍ଭାବନା ରହିଛି। ବିଶେଷ କରି ବରଗଡ଼, ଝାରସୁଗୁଡ଼ା, ସୁନ୍ଦରଗଡ଼, ସମ୍ବଲପୁର, ନୂଆପଡ଼ା, ବଲାଙ୍ଗୀର, ସୋନପୁର ଓ ନବରଙ୍ଗପୁରରେ କିଛି ସ୍ଥାନରେ ପ୍ରବଳ ବର୍ଷାର ସମ୍ଭାବନା ରହିଛି। ଏସବୁ ଜିଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ଓଡ଼ିଶା ଉପରେ ଲଘୁଚାପ ପ୍ରଭାବ ଧୀରେ ଧୀରେ କମୁଛି ଏବଂ ପରବର୍ତ୍ତୀ ୨୪ଘଣ୍ଟାରେ ରାଜ୍ୟର ଅଳ୍ପ କେତେକ ଅଞ୍ଚଳରେ ବର୍ଷାର ସମ୍ଭାବନା ରହିଛି। ତେବେ ପ୍ରବଳ ବର୍ଷାର କୌଣସି ସତର୍କ ସୂଚନା ନାହିଁ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories