ଭୁବନେଶ୍ୱର : ରାଜ୍ୟର କେତେକ ଜିଲାରେ ସୋମବାର ଘଡ଼ଘଡ଼ି ସହ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି। ଏନେଇ ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ୧୧ଟି ଜିଲାକୁ ସତର୍କ ସୂଚନା ଦିଆଯାଇଛି। ସେହି ଜିଲା ଗୁଡ଼ିକ ହେଉଛି ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡ଼ା, ଯାଜପୁର, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ଗଞ୍ଜାମ, ନୟାଗଡ଼, କଟକ, ଢେଙ୍କାନାଳ ଓ ନବରଙ୍ଗପୁର। ଏହି ସମସ୍ତ ଜିଲାବାସୀଙ୍କୁ ଅପରାହ୍ନ ୧ଟା୩୦ ଯାଏଁ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି।
Popular Categories



