ଭୁବନେଶ୍ୱର : ରାଜ୍ୟର କେତେକ ଜିଲାରେ ଝଡ଼ବର୍ଷା ସହ ବଜ୍ରପାତ ହେବାର ସମ୍ଭାବନା ନେଇ ସୋମବାର ପାଣିପାଗ କେନ୍ଦ୍ର ପକ୍ଷରୁ ୫ଟା ୩୦ ଯାଏଁ ସତର୍କ ସୂଚନା ଜାରି କରାଯାଇଛି। ଜିଲା ଗୁଡ଼ିକ ହେଉଛି କେନ୍ଦୁଝର, ସୁନ୍ଦରଗଡ଼, ସମ୍ବଲପୁର, ଝାରସୁଗୁଡ଼ା, କେନ୍ଦ୍ରାପଡ଼ା, ବଲାଙ୍ଗୀର, ଜଗତସିଂହପୁର, କନ୍ଧମାଳ, ଗଜପତି , ଗଞ୍ଜାମ, ରାୟଗଡ଼ା ଓ ନୂଆପଡ଼ା। ଏହାସହ ଆଗାମୀ ୨ ରୁ ୩ ଦିନ ପାଗ ଶୁଖିଲା ରହିବା ସହ ଆସନ୍ତା ୨୪ ତାରିଖରୁ ବର୍ଷାର ପରିମାଣ ବୃଦ୍ଧି ପାଇବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି।
ରାଜ୍ୟର କେତେକ ସ୍ଥାନରେ ବର୍ଷା ସମ୍ଭାବନା, ୨୪ରୁ ବୃଦ୍ଧି ପାଇବ ବର୍ଷା
Popular Categories



