www.samajalive.in
Saturday, December 6, 2025
19.1 C
Bhubaneswar

ଆଇଏମଏଫର ନୂଆ ଅଧ୍ୟକ୍ଷ ହୋଇପାରନ୍ତି ରଘୁରାମ ରାଜନ, ସବୁଠୁ ଆଗରେ ଅଛି ତାଙ୍କ ନାମ

ନୂଆଦିଲ୍ଲୀ : ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ)ର ପୂର୍ବତନ ଗଭର୍ଣ୍ଣର ରଘୁରାମ ରାଜନ ଅନ୍ତର୍ଜାତୀୟ ମୁଦ୍ରା ପାଣ୍ଠି (ଆଇଏଏଫ)ର ନୂଆ ପରିଚାଳନା ନିର୍ଦେଶକ ବା ଅଧ୍ୟକ୍ଷ ହୋଇପାରନ୍ତି। ରାଜନଙ୍କ ନାମ ଏହି ପଦ ପାଇଁ ଦୌଡ଼ରେ ସର୍ବାଗେ ରହିଛି। ମିଳିଥିବା ସୂଚନା ଅନୁସାରେ ବ୍ରିଟେନ ବିଦେଶ ମନ୍ତ୍ରାଳୟ ଏହି ପଦ ପାଇଁ କୌଣସି ଭାରତୀୟଙ୍କ ନାମକୁ ସମର୍ଥନ କରିବାକୁ ଚାହୁଁଛି। ତେଣୁ ଏହି ପଦ ପାଇଁ ରଘୁରାମ ରାଜନଙ୍କ ନାମ ଚର୍ଚ୍ଚାରେ ରହିଛି।
ନିକଟରେ ବିବିସିକୁ ଏକ ସାକ୍ଷାତକାର ଦେବା ଅବସରରେ ରଘୁରାମ ରାଜନ କହିଥିଲେ ଯେ ତାଙ୍କୁ ବ୍ରିଟେନ ରାଜନୀତି ବିଷୟରେ କିଛି ଜଣାନାହିଁ। ତେଣୁ ସେ ବ୍ୟାଙ୍କ ଅଫ ଇଂଲଣ୍ଡର ଗଭର୍ଣ୍ଣର ପଦ ପାଇଁ ଆବେଦନ କଲେନାହିଁ। ବ୍ରିଟେନର କେନ୍ଦ୍ରୀୟ ବ୍ୟାଙ୍କ ବହୁଳ ଭାବେ ଦେଶର ରାଜନୀତି ସହ ଜଡିତ। ତେଣୁ ସେ ନିଜ ଗଭର୍ଣ୍ଣର ଦାୟିତ୍ୱ ସଠିକ ଭାବେ ତୁଲାଇ ପାରିବେ ନାହିଁ।
ଗତ ସପ୍ତାହରେ ଆଇଏମଏଫ ଅଧ୍ୟକ୍ଷ କ୍ରିଷ୍ଟିନ ଲାଗାର୍ଡେ ନିଜ ପଦରୁ ଇସ୍ତଫା ଦେଇଛନ୍ତି। ଲାଗାର୍ଡେ ଇସ୍ତଫା ସେପ୍ଟେମ୍ବର ୧୨ରୁ ପ୍ରଭାବକୁ ଆସିବ। ୨୦୧୧ ଜୁଲାଇରେ ଲାଗାର୍ଡେ ଆଇଏମଏଫର ଅଧ୍ୟକ୍ଷ ହୋଇଥିଲେ। ଆଇଏମଏଫର କାର୍ଯ୍ୟକାରୀ ନିର୍ଦେଶକ ମଣ୍ଡଳୀ ଲାଗାର୍ଡେଙ୍କ ଇସ୍ତଫାପତ୍ରକୁ ଗ୍ରହଣ କରିଛି। ନୂତନ ଅଧ୍ୟକ୍ଷ ନିଯୁକ୍ତି ପର୍ଯ୍ୟନ୍ତ ଆମେରିକା ଅର୍ଥନୀତିଜ୍ଞ ଡେଭିଡ ଲିପ୍ଟନଙ୍କୁ ଆଇଏମଏଫର ଅନ୍ତରୀଣ ଅଧ୍ୟକ୍ଷ ଭାବେ କାର୍ଯ୍ୟ କରିବେ ବୋଲି ସୂଚନା ଦିଆଯାଇଛି।

Hot this week

ଜୟସୱାଲଙ୍କ ଶତକ: ମ୍ୟାଚ ସହ ସିରିଜ ଜିତିଲା ଭାରତ, ହିଟ୍‌ମ୍ୟାନଙ୍କ ନୂଆ ରେକର୍ଡ

ସମାଜଲାଇଭ ଡେସ୍କ: ଦକ୍ଷିଣ ଆଫ୍ରିକା ବିପକ୍ଷରେ ୩ୟ ଦିନିକିଆ ମ୍ୟାଚ ସହିତ...

ପୁଟିନଙ୍କୁ ପରସାଗଲା ନିରାମିଷ ଖାଦ୍ୟ: ମଦ, ମାଂସ କାହିଁକି ଦିଆଗଲାନି ବୋଲି ପ୍ରଶ୍ନ ଉଠାଇଲେ କଂଗ୍ରେସ ନେତା

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଦୁଇ ଦିନିଆ ଭାରତ...

ଯୁବତୀଙ୍କୁ ଅସଦାଚରଣ, ସମ୍ପର୍କୀୟ ଦାଦା ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ଏକ ଗ୍ରାମରେ ଜଣେ ଯୁବତୀଙ୍କୁ ଅସଦାଚରଣ...

ସମ୍ବଲପୁରୀ ସିନେମା ‘ସୁଟଆଉଟ ଇନ ସୋନପୁର’ର ଶୁଭ ମହୁରତ

ସମ୍ବଲପୁର: ସମ୍ୱଲପୁରର ସେନପାର୍କ ନିକଟ ଓଡିଶା ସାଂସ୍କୃତିକ ଭବନଠାରେ ଶନିବାର ସାଇଦତ୍ତ...

ସ୍ୱାମୀ ହତ୍ୟାକାରୀ ସ୍ତ୍ରୀକୁ ଆଜୀବନ କାରାଦଣ୍ଡ

ଆଠଗଡ: ଆଠଗଡ ସହରରେ ଘଟିଥିବା ଏକ ହତ୍ୟା ମାମଲା ବିଚାର କରି...

Related Articles

Popular Categories