www.samajalive.in
Monday, December 15, 2025
15.1 C
Bhubaneswar

ରାଇମୋହନଙ୍କ ଆତ୍ମହତ୍ୟା ଖିଅ ଖୋଜୁଛି ପୁଲିସ-ଝିଅ, ଜ୍ବାଇଁ, ପତ୍ନୀ ଓ ପୁତୁରାଙ୍କୁ ପଚରାଉଚୁରା

ଭୁବନେଶ୍ବର: ରାଇମୋହନ ପରିଡ଼ା ଆତ୍ମହତ୍ୟା ଘଟଣାରେ କମିଶନରେଟ ପୁଲିସ ସୂଚନା ଦେଇ କହିଛି ଯେ ଅଭିନେତା ରାଇମୋହନ ପରିଡ଼ାଙ୍କ ଆତ୍ମହତ୍ୟା ଓ ହତ୍ୟା ଉଭୟ ଦିଗକୁ ନେଇ ତଦନ୍ତ ଚାଲିଛି। ଝିଅ, ଜ୍ବାଇଁ, ପତ୍ନୀ ଓ ପୁତୁରାଙ୍କୁ ପଚରା ଉଚୁରା କରାଯାଇଛି। ରାଇମୋହନଙ୍କ ମୋବାଇଲ ଜବତ ହୋଇଛି ଏବଂ ତାହା ଟେକ୍ନିକାଲ ଟିମକୁ ଦିଆଯିବ। ଭିସେରା, ମୃତଦେହ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ମୃତ୍ୟୁର କାରଣ ସ୍ପଷ୍ଟ ହେବ।
ରାଇମୋହନ ପରିଡ଼ାଙ୍କ ମୃତ୍ୟୁକୁ ୪୮ ଘଣ୍ଟା ପୁରିଥିବା ବେଳେ ମୃତ୍ୟୁର କାରଣ ଏବେ ବି ସ୍ପଷ୍ଟ ହୋଇପାରିନାହିଁ। ପୁଲିସ ରାଇମୋହନଙ୍କ ଝିଅ, ଜ୍ବାଇଁ, ପତ୍ନୀ ଓ ପୁତୁରାଙ୍କୁ ଦୁଇ ଘଣ୍ଟାରୁ ଅଧିକ ସମୟ ଧରି ପଚରାଉଚରା କରିଛି । ରବିବାର ସକାଳେ ରାଇମୋହନ ବ୍ୟବହାର କରିଥିବା ମୋବାଇଲକୁ ଯାଞ୍ଚ କରାଯାଇଛି ।

 

- Advertisement -

ମୋବାଇଲ ଯାଞ୍ଚ କରିବା ପରେ କଲ ଡିଟେଲସରୁ କିଛି ତଥ୍ୟର ପୁଲିସକୁ ସୁରାକ ମିଳିଥାଇପାରେ ବୋଲି ଅନୁମାନ କରାଯାଉଛି। ତେବେ ରାଇମୋହନ ପରିଡ଼ାଙ୍କ ଆତ୍ମହତ୍ୟା ନେଇ ଅନେକ ଅସମାହିତ ପ୍ରଶ୍ନ ଏବେ ବି ରହିଛି। କୁହାଯାଉଛି, ୮ରୁ ୧୦ଦିନ ଭିତରେ ପୁଲିସ ରାଇମୋହନଙ୍କ ଘରକୁ ଆସିଥିଲା। ହୁଏତ ଏହାକୁ ନେଇ ଚାପରେ ଥିଲେ ରାଇମୋହନ। ପାରିବାରିକ କଳହ ନା ଆଉ କିଛି କାରଣ ପାଇଁ ଜୀବନ ହାରିଲେ ରାଇମୋହନ? ଏଭଳି କିଛି ପ୍ରଶ୍ନ ସମସ୍ତଙ୍କ ମନରେ ଉଙ୍କି ମାରୁଛି। ସାଇଣ୍ଟିଫିକ ଟିମ ରିପୋର୍ଟ ଦେଇସାରିଛନ୍ତି। ଏବେ ସୋମବାର ମୃତଦେହ ବ୍ୟବଚ୍ଛେଦ ରିପୋର୍ଟକୁ ଅପେକ୍ଷା କରାଯାଇଛି। ତାହା ଆସିବା ପରେ ସବୁ କିଛି ସ୍ପଷ୍ଟ ହୋଇଯିବ ବୋଲି ଆଶା କରାଯାଉଛି।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories