ନୂଆଦିଲ୍ଲୀ: ଶିକ୍ଷା ବ୍ୟବସ୍ଥା ନେଇ ଏନସିଇଆରଟି ନିର୍ଦେଶକ ପ୍ରଫେସର ଦିନେଶ ପ୍ରସାଦ ସକଲାନି ପ୍ରତିକ୍ରିୟା ରଖି କହିଛନ୍ତି ଯେ ଭାରତୀୟ ଜ୍ଞାନ କୌଶଳ ଉପରେ ଆଧାରିତ ହେବ ସ୍କୁଲ ଶିକ୍ଷା। ଜାତୀୟ ଶିକ୍ଷାନୀତି ନିର୍ଦ୍ଧାରିତ ସମୟ ଭିତରେ ଲାଗୁ ହେବ। ଧନ୍ଦାମୂଳକ ଶିକ୍ଷା ଓ କୋର୍ଡିଂକୁ ଗୁରୁତ୍ବ। ପିଲାଙ୍କୁ ଯୁଗୋପଯୋଗୀ ଶିକ୍ଷା ଦିଆଯିବ ବୋଲି ଶ୍ରୀ ସକଲାନି ପ୍ରକାଶ କରିଛନ୍ତି। ସେହିପରି ଘରୋଇ ସ୍କୁଲରେ ଏନସିଇଆରଟି ବହିକୁ ଗୁରୁତ୍ବ ଦେଉନାହାନ୍ତି ପ୍ରଶ୍ନର ଉତ୍ତରରେ ଏନସିଇଆରଟି ନିର୍ଦେଶକ ପ୍ରଫେସର ଦିନେଶ ପ୍ରସାଦ ସକଲାନି କହିଛନ୍ତି ଯେ ଘରୋଇ ସ୍କୁଲର ମନମାନିକୁ ରୋକିବାକୁ ଆମକୁ ପ୍ରୟାସ କରିବାକୁ ହେବ। ରାଜ୍ୟର ଏସସିଇଆରଟି ସହ ସମନ୍ବୟ ରଖି ବହି ପ୍ରସ୍ତୁତିରେ କାମ କରାଯାଉଛି। ମାତୃଭାଷା ସହ ବହୁ ଭାଷା ଶିକ୍ଷାକୁ ପ୍ରାଥମିକତା ଦିଆଯାଉଛି ବୋଲି ପ୍ରକାଶ କରିଛନ୍ତି।



