www.samajalive.in
Sunday, December 7, 2025
26.1 C
Bhubaneswar

ଆସନ୍ତାକାଲିଠାରୁ ଭାରତୀୟ ରେଳବାଇର ମେଗା ନିଯୁକ୍ତି ଅଭିଯାନ : ପୂରଣ ହେବ ୧ ଲକ୍ଷ ୪୦ ହଜାର ପଦବୀ

ନୂଆଦିଲ୍ଲୀ : ଭାରତୀୟ ରେଳବାଇ ଏହାର ୨୧ଟି ରେଳ ନିଯୁକ୍ତି ବୋର୍ଡ ମାଧ୍ୟମରେ ଆସନ୍ତାକାଲିଠାରୁ ୩ଟି ପର୍ଯ୍ୟାୟରେ ଏକ ମେଗା ନିଯୁକ୍ତି ଅଭିଯାନ ଆରମ୍ଭ କରୁଛି, ଯେଉଁଥିରେ ପ୍ରାୟ ୧ ଲକ୍ଷ ୪୦ ହଜାର ପଦବୀ ପୂରଣ କରାଯିବ। ଏଥିପାଇଁ ଦେଶର ବିଭିନ୍ନ ସହରରେ ୨ କୋଟି ୪୪ ଲକ୍ଷରୁ ଅଧିକ ପ୍ରାର୍ଥୀ ପରୀକ୍ଷା ଦେବେ। କୋଭିଡ-୧୯ ମଧ୍ୟରେ ସୁରୁଖୁରୁରେ ପରୀକ୍ଷା ପରିଚାଳନା ପାଇଁ ସମସ୍ତ ପ୍ରସ୍ତୁତି ହୋଇଛି।

ରେଳବାଇ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ପ୍ରଥମ ପର୍ଯ୍ୟାୟ ପରୀକ୍ଷା ଆସନ୍ତାକାଲିଠାରୁ ଡିସେମ୍ବର ୧୮ ପର୍ଯ୍ୟନ୍ତ ହେଉଥିବା ବେଳେ ଦ୍ଵିତୀୟ ପର୍ଯ୍ୟାୟ ପରୀକ୍ଷା ଡିସେମ୍ବର ୨୮ରୁ ଆସନ୍ତା ବର୍ଷ ମାର୍ଚ୍ଚ ଯାଏଁ ଚାଲିବ। ତୃତୀୟ ପର୍ଯ୍ୟାୟ ନିଯୁକ୍ତି ପାଇଁ ୨୦୨୧ ଜୁନ୍ ଶେଷ ପର୍ଯ୍ୟନ୍ତ ପ୍ରକ୍ରିୟା ଜାରି ରହିବ।

- Advertisement -

ରେଳବାଇ ବୋର୍ଡ କହିଛି ଯେ ଯୋଗ୍ୟ ପ୍ରାର୍ଥୀମାନଙ୍କୁ ରେଲୱେ ନିଯୁକ୍ତି  ବୋର୍ଡର ଅଫିସିଆଲ୍ ୱେବସାଇଟରେ ପ୍ରଦତ୍ତ ଲିଙ୍କ୍ ମାଧ୍ୟମରେ ସେମାନଙ୍କର ପରୀକ୍ଷା ସହର, ତାରିଖ ଏବଂ ପରୀକ୍ଷା ବିଷୟରେ ଇମେଲ୍ ଏବଂ ଏସଏମଏସ ମାଧ୍ୟମରେ ବ୍ୟକ୍ତିଗତ ଭାବରେ ସୂଚନା ଦିଆଯାଇଛି। ଇ-କଲ୍ ଲେଟର ଡାଉନଲୋଡ୍ କରିବା ପାଇଁ ଲିଙ୍କ୍ ପରୀକ୍ଷାର ୪ ଦିନ ପୂର୍ବରୁ ଲାଇଭ୍ ଦିଆଯାଇଛି।

ଏହି ପରୀକ୍ଷା ପାଇଁ ରେଳବାଇ ବୋର୍ଡ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି। ସାମାଜିକ ଦୂରତା, ମାସ୍କ, ସାନିଟାଇଜରର ବାଧ୍ୟତାମୂଳକ ବ୍ୟବହାର, ଦିନକୁ ମାତ୍ର ଦୁଇଟି ସିଫ୍ଟରେ ପରୀକ୍ଷା ପରିଚାଳନା ଭଳି ପଦକ୍ଷେପ ନିଆଯାଇଛି। ପ୍ରାର୍ଥୀମାନଙ୍କୁ ଯଥା ସମ୍ଭବ ନିଜ ରାଜ୍ୟରେ ପରୀକ୍ଷା ଦେବା ପାଇଁ ବ୍ୟବସ୍ଥା କରାଯାଇଥିବା ବେଳେ ସେମାନଙ୍କ ସୁବିଧା ଓ ଆବଶ୍ୟକତା ଦୃଷ୍ଟିରୁ ସ୍ୱତନ୍ତ୍ର ପରୀକ୍ଷା ଟ୍ରେନ୍ ଚଳାଚଳ କରିବ। ତେବେ ମହିଳା ଏବଂ ଦିବ୍ୟାଙ୍ଗ ପ୍ରାର୍ଥୀମାନେ ନିଜ ନିଜ ରାଜ୍ୟରେ ପରୀକ୍ଷା ଦେବା ନିଶ୍ଚିତ କରାଯାଇଥିବା କୁହାଯାଇଛି। ପରୀକ୍ଷାର୍ଥୀମାନଙ୍କ ପାଇଁ ପରୀକ୍ଷା ଦିନ ଅଧିକ ବସ ଚଳାଇବା ପାଇଁ ରାଜ୍ୟ ସରକାରଙ୍କ ମୁଖ୍ୟ ସଚିବମାନଙ୍କୁ ଅନୁରୋଧ କରାଯାଇଛି।

କରୋନା ମହାମାରୀ ଦୃଷ୍ଟିରୁ ପରୀକ୍ଷା ହଲକୁ ପ୍ରବେଶ ପୂର୍ବରୁ ପ୍ରାର୍ଥୀମାନଙ୍କ ତାପମାତ୍ରା ଯାଞ୍ଚ କରାଯିବ ଓ ନିର୍ଦ୍ଦିଷ୍ଟ ସୀମାଠାରୁ ଅଧିକ ତାପମାତ୍ରା ଥିବା ପ୍ରାର୍ଥୀଙ୍କୁ ପ୍ରବେଶ ପାଇଁ ଅନୁମତି ଦିଆଯିବ ନାହିଁ। ସମ୍ପୃତ ପ୍ରାର୍ଥୀଙ୍କ କ୍ଷେତ୍ରରେ ପୁନଶ୍ଚ ପରୀକ୍ଷା କରାଯିବ ଓ ସେହି ବିଷୟରେ ସେମାନଙ୍କୁ ଜଣାଇ ଦିଆଯିବ।

Hot this week

ମହିଳାଙ୍କ ହତ୍ୟାକୁ ନେଇ ଦୁଇ ଗାଁ ମୁହାଁମୁହିଁ

ମାଲକାନଗିରି: ମାଲକାନଗିରି ଜିଲ୍ଲା ପୋଟେରୁ ନଦୀରେ ଡୁଡୁମେଟଲା ନିକଟରୁ ଜଣେ ମହିଳାଙ୍କ...

ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟ ଗିରଫ

ସମାଜଲାଇଭ ଡେସ୍କ: ବଲିଉଡ ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟଙ୍କୁ ଗିରଫ କରିଛି...

ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି: ବିହାରରୁ ଆଉ ଜଣେ ଗିରଫ

ସମାଜଲାଇଭ ଡେସ୍କ: ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି ମାମଲାର ଅନ୍ତଃରାଜ୍ୟ ଲିଙ୍କ୍‌...

ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ: ସାମ୍ନାକୁ ଆସିଲା ନିଆଁ ଲାଗିବା ସମୟର ଦୃଶ୍ୟ

ସମାଜଲାଇଭ ଡେସ୍କ: ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ସାରା ଦେଶବାସୀଙ୍କୁ ସ୍ତବ୍ଧ...

ବାରବାଟୀ ମ୍ୟାଚ: ସୁରକ୍ଷା ଦାୟିତ୍ଵରେ ରହିବେ ୫୧ ପ୍ଲାଟୁନ ପୁଲିସ, ୬ସ୍ଥାନରେ ପାର୍କିଂ ବ୍ୟବସ୍ଥା

ସମାଜଲାଇଭ ଡେସ୍କ: ଆଗାମୀ ୯ ତାରିଖରେ ହେବାକୁ ଥିବା ବାରବାଟୀ ମ୍ୟାଚ...

Related Articles

Popular Categories