www.samajalive.in
Monday, December 15, 2025
17.1 C
Bhubaneswar

ରେଳ ଆଧୁନିକୀକରଣ ପାଇଁ ଚଳାଚଳ ଆଂଶିକ ବ୍ୟାହତ

ସମ୍ବଲପୁର  : ପୂର୍ବତଟ ରେଳବାଇ ଅର୍ନ୍ତଗତ ସମ୍ବଲପୁର ରେଳ ମଣ୍ଡଳ ଅଧିନସ୍ଥ ସମ୍ବଲପୁର – ଟିଟିଲାଗଡ ସେକ୍ସନ ମଧ୍ୟରେ ରେଳ ନିରାପତ୍ତା, ଆଧୁନିକୀକରଣ ଓ ଦୋହରୀକରଣ କାର୍ଯ୍ୟ ସମ୍ପାଦନ କରାଯାଉଛି । ଏଣୁ ଉଭୟ ଦିଗରୁ ଆସନ୍ତା ୧୬ ତାରିଖରେ ସମ୍ବଲପୁର – ଜୁନାଗଡ ରୋଡ – ସମ୍ବଲପୁର ପାସେଞ୍ଜର ସ୍ୱତନ୍ତ୍ର ଓ ଟିଟିଲାଗଡ – ବିଲାସପୁର – ଟିଟିଲାଗଡ ପାସେଞ୍ଜର ସ୍ୱତନ୍ତ୍ରକୁ ବାତିଲ କରାଯାଇଛି । ସେହିଭଳି ୧୬ ତାରିଖରେ ଭୁବନେଶ୍ୱର – ବଲାଙ୍ଗୀର – ଭୁବନେଶ୍ୱର ସୁପର ଫାଷ୍ଟ ଇନ୍ଟରସିଟି ଏକ୍ସପ୍ରେସ ଭୁବନେଶ୍ୱର ରୁ ସମ୍ବଲପୁର ମଧ୍ୟରେ ଚଳାଚଳ କରିବ ଏବଂ ସମ୍ବଲପୁର ରୁ ବଲାଙ୍ଗୀର ମଧ୍ୟରେ ଏହା ବାତିଲ ରହିବ ।

 

- Advertisement -

ସେହିପରି ୧୬ ତାରିଖରେ ଜଗଦଲପୁର – ହାୱଡା ସମଲେଶ୍ୱରୀ ଏକ୍ସପ୍ରେସ ଜଗଦଲପୁରରୁ ନିର୍ଦ୍ଧାରିତ ସମୟ ସକାଳ ୫ଟା ୫ ମିନିଟ ପରିବର୍ତ୍ତେ ସକାଳ ୭ଟା ୩୫ ମିନିଟରେ ଛାଡିବ । ୧୬ ତାରିଖରେ ରାୟଗଡା – ସମ୍ବଲପୁର ଇନ୍ଟରସିଟି ଏକ୍ସପ୍ରେସ ରାୟଗଡାରୁ ନିର୍ଦ୍ଧାରିତ ସମୟ ଅପରାହ୍ନ ୧ଟା ୨୫ ମିନିଟ ପରିବର୍ତ୍ତେ ଅପରାହ୍ନ ୨ଟା ୫୫ ମିନିଟରେ ଛାଡିବ । ୧୬ ତାରିଖରେ ହାୱଡା – କଣ୍ଟାବାଞ୍ଜି ଇସ୍ପାତ ଏକ୍ସପ୍ରେସ ନିର୍ଦ୍ଧାରିତ ସମୟ ସକାଳ ୬ଟା ୩୫ ମିିନିଟ ପରିବର୍ତ୍ତେ ହାୱାଡାରୁ ପୂର୍ବାହ୍ନ ୮ ଟା ୫ ମିନିଟରେ ଗନ୍ତବ୍ୟସ୍ଥଳକୁ ଯାତ୍ରାରମ୍ଭ କରିବ ବୋଲି ରେଳବାଇ ପକ୍ଷରୁ ସୂଚନା ଦିଆଯାଇଛି ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories