www.samajalive.in
Sunday, December 14, 2025
23.1 C
Bhubaneswar

ସମ୍ବଲପୁରକୁ ରାଜସ୍ତରୀୟ ଭାରତ ସ୍କାଉଟ୍ସ ଓ ଗାଇଡ ପୁରସ୍କାର

ସମ୍ବଲପୁର: ଭାରତ ସ୍କାଉଟ୍ସ ଓ ଗାଇଡର ଓଡ଼ିଶା ରାଜ୍ୟ ଶାଖା ଆନୁକୂଲ୍ୟରେ ପୂର୍ବତନ ରାଜ୍ୟ ସଭାପତି ବସନ୍ତ ବିଶ୍ୱାଳଙ୍କ ସ୍ମୃତିରେ ପ୍ରଦାନ କରାଯାଉଥିବା ସମ୍ମାନଜନକ ପୁରସ୍କାର ଚଳିତ ବର୍ଷ ସମ୍ବଲପୁର ଜିଲାକୁ ପ୍ରଦାନ କରାଯାଇଛି। ଏହି ସମ୍ବର୍ଦ୍ଧନା ଉତ୍ସବ ରାଜଧାନୀ ଭୁବନେଶ୍ୱର ଠାରେ ଆୟୋଜିତ ହୋଇଥିବା ବେଳେ ପ୍ରତି ବର୍ଷ ପ୍ରତ୍ୟେକ ଜିଲାର ଦକ୍ଷ ଓ କର୍ମଠ ଜଣେ ସ୍କାଉଟ ମାଷ୍ଟର ଓ ଜଣେ ଗାଇଡ କ୍ୟାପଟେନ ଶିକ୍ଷକଙ୍କୁ ଏହି ପ୍ରଦାନ କରାଯାଇଥାଏ। ଏହି କ୍ରମରେ ସମ୍ବଲପୁର ଶିକ୍ଷା ଜିଲାର ଭାରତ ସ୍କାଉଟ୍ସ ଓ ଗାଇଡର ମୁଖ୍ୟ କମିଶନର ମୀନାରାଣୀ ମଙ୍ଗଳ ଏବଂ ସମ୍ପାଦକ ଜଗବନ୍ଧୁ ବେହେରାଙ୍କ ସ୍ୱିକୃତିରେ ଓଡ଼ିଶା ଶାଖା ପକ୍ଷରୁ ମୁଖ୍ୟ ଆୟୁକ୍ତ ତଥା ଜାତୀୟ ଉପ ସଭାପତି ଡ. କାଳିପ୍ରସାଦ ମିଶ୍ର ସମ୍ବଲପୁର ଜିଲାରୁ ସ୍କାଉଟ ମାଷ୍ଟର ଶ୍ରୀ ଲକ୍ଷ୍ମଣ ନାଥ (ଆଇଜିଏଚଏସ ମୁଣ୍ଡେନପାଲି) ଏବଂ ଗାଇଡ କ୍ୟାପଟେନ ଶ୍ରୀମତୀ କ୍ଷେତ୍ରମଣି ପଣ୍ଡା (ଭିଏସଏସ ହାଇସ୍କୁଲ କବରାପାଲି) ଙ୍କୁ ଶ୍ରେଷ୍ଠ ଶିକ୍ଷକ ରୂପେ ‘ବସନ୍ତ ବିଶ୍ୱାଳ – ୨୦୨୨’ ପୁରସ୍କାର ପ୍ରଦାନ କରିଛନ୍ତି। ରାଜ୍ୟ ମୁଖ୍ୟାଳୟ ଠାରେ ଆୟୋଜିତ ସମ୍ବର୍ଦ୍ଧନା ଉତ୍ସବରେ ସମ୍ବଲପୁର ଜିଲାକୁ ଏହି ପୁରସ୍କାର ପ୍ରଦାନ କରାଯାଇଛି। ଏହି ଖବର ମିଳିବା ପରେ ଜିଲାର ଛାତ୍ରଛାତ୍ରୀ, ଶିକ୍ଷକ ଶିକ୍ଷୟତ୍ରୀ, ଶିକ୍ଷାପ୍ରେମୀ ଓ ଅଞ୍ଚଳବାସୀଙ୍କ ତରଫରୁ ଖୁସି ବ୍ୟକ୍ତ କରାଯାଇ ଅଭିନନ୍ଦନ ଦିଆଯାଇଛି।

Hot this week

ଛଅଟି ଦେଶରେ ନବକଳେବର ଚଳଚ୍ଚିତ୍ର ପ୍ରଦର୍ଶିତ, ଭାବବିହ୍ୱଳ ଦର୍ଶକ

ଭୁବନେଶ୍ୱର: ନବକଳେବର ୬ଟି ଦେଶ (ଯୁଏସଏ, କାନାଡା, ଦକ୍ଷିଣ ଆଫ୍ରିକା, ଇଣ୍ଡୋନେସିଆ,...

ଶୀତରେ ଗୋଇଠି ଫାଟୁଛି କି? ୨୦ଟଙ୍କାର ଜିନିଷରେ ସମ୍ପୂର୍ଣ୍ଣ ଭଲ ହୋଇଯିବ

ସମାଜ ଡିଜିଟାଲ ଡେସ୍କ: ଆୟୁର୍ବେଦରେ ପ୍ରତ୍ୟେକ ସମସ୍ୟାର ସମାଧାନ ଅଛି, ଯେଉଁଥିରେ...

ମୋକିମଙ୍କ ଚିଠି : ଭକ୍ତଙ୍କ ଉତ୍ତର

ସମାଜ ଲାଇଭ ଡ଼େସ୍କ : ସୋନିଆ ଗାନ୍ଧୀଙ୍କୁ କଂଗ୍ରେସ ନେତା ମହମ୍ମଦ...

ଆଜି ମୁମ୍ବଇରେ ଲିଓନେଲ୍‌ ମେସିଙ୍କ କାର୍ଯ୍ୟକ୍ରମ

ମୁମ୍ବଇ: କିମ୍ବଦନ୍ତୀ ଫୁଟବଲ ଖେଳାଳି ଲିଓନେଲ୍‌ ମେସିଙ୍କ ଭାରତ ଗସ୍ତର ଦ୍ୱିତୀୟ...

କଟକରେ ପହଞ୍ଚିଲେ ପ୍ରଧାନ ବିଚାରପତି

ସମାଜ ଲାଇଭ ଡ଼େସ୍କ : କଟକରେ ପହଞ୍ଚିଲେ ଭାରତର ସର୍ବୋଚ୍ଚ ନ୍ୟାୟଳୟ...

Related Articles

Popular Categories