www.samajalive.in
Sunday, December 14, 2025
26.1 C
Bhubaneswar

ତୃତୀୟ ଓ ପଞ୍ଚମ ବୃତ୍ତି ପରୀକ୍ଷା ଦେଲେ ୩୫୮ ପରୀକ୍ଷାର୍ଥୀ

ଆଠଗଡ଼: ଆଠଗଡ଼ ବ୍ଲକରେ ୩ୟ ଓ ୫ମ ବୃତ୍ତି ପରୀକ୍ଷା ଗୁରୁବାର ଅନୁଷ୍ଠିତ ହୋଇଥିବା ବେଳେ ଆଠଗଡ଼ ସହରର ୩ଟି ବିଦ୍ୟାଳରେ ମୋଟ ୩୫୮ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେଇଥିବା ଜଣାପଡ଼ିଛି। ରାସରସିକପୁର ଉନ୍ନୀତ ଉପ୍ରା ବିଦ୍ୟାଳୟରେ ତୃତୀୟ ଶ୍ରେଣୀ ବୃତ୍ତି ପରୀକ୍ଷା ପାଇଁ ମନୋନୀତ ୧୮୭ ପରୀକ୍ଷାର୍ଥୀଙ୍କ ମଧ୍ୟରୁ ୩ଜଣ ଅନୁପସ୍ଥିତ ରହିଥିବାରୁ ମୋଟ ୧୮୪ଜଣ ପରୀକ୍ଷା ଦେଇଥିଲେ। ସ୍କୁଲ ପ୍ରଧାନଶିକ୍ଷକ ଦେବରାଜ ନାୟକଙ୍କ ପରିଚାଳନାରେ ଅନୁଷ୍ଠିତ ଏହି ପରୀକ୍ଷା କାର୍ଯ୍ୟ ସଂପାଦନରେ ଶିକ୍ଷକ ଶଶଧର ମହାରଣା ସହଯୋଗ କରିଥିଲେ। ସେହିପରି ବିଶ୍ୱନାଥ ବିଦ୍ୟାପୀଠରେ ୮୯ଜଣ ଓ ସରକାରୀ ବାଳିକା ହାଇସ୍କୁଲରେ ୮୫ଜଣ ପରୀକ୍ଷାର୍ଥୀ ୫ମ ବୃତ୍ତି ପରୀକ୍ଷା ଦେଇଛନ୍ତି। ବିଶ୍ୱନାଥ ବିଦ୍ୟାପୀଠ ପ୍ରଧାନଶିକ୍ଷକ ଅମର ମହାରଣା ଓ ସରକାରୀ ବାଳିକା ହାଇସ୍କୁଲର ପ୍ରଧାନଶିକ୍ଷକ ଶଙ୍କର୍ଷଣ ସାହୁ ଅନ୍ୟ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ସହାୟତାରେ ପରୀକ୍ଷା ପରିଚାଳନା କରିଥିଲେ।

Hot this week

ସାଂସଦ ଅପରାଜିତ ଷଡ଼ଙ୍ଗୀଙ୍କ ଝିଅ ବିବାହ ଭୋଜି ଅନୁଷ୍ଠିତ

ଭୁବନେଶ୍ୱର: ସାସଂଦ ଅପରାଜିତା ଷଡଙ୍ଗୀଙ୍କ ଝିଅଙ୍କ ବିବାହ ଭୋଜି ରବିବାର ଭୁବନେଶ୍ଵର...

ଟସ୍‌ ଜିତି ବୋଲିଂ କରିବ ଭାରତ

ସମାଜଲାଇଭ ଡେସ୍କ: ଧର୍ମଶାଳାରେ ହେଉଥିବା ୩ୟ ଟି-୨୦ ମ୍ୟାଚରେ ଭାରତ ଟସ...

ଗୋପାଳପୁରରେ ୩ ଦିନିଆ ଦକ୍ଷିଣ ଏସୀୟ ମୈତ୍ରୀ ସମ୍ମିଳନୀ ଉଦଯାପିତ, ଯୋଗଦେଲେ ୧୮ଟି ରାଜ୍ୟର ପ୍ରତିନିଧି

ସମାଜ ନ୍ୟୁଜ ଡେସ୍କ- ଗଞ୍ଜାମ ଜିଲ୍ଲା ଗୋପାଳପୁର ବେଳାଭୂମି ଠାରେ ଥିବା...

କାର ଧକ୍କାରେ ବାଇକ୍ ଆରୋହୀ ମୃତ

ରେଙ୍ଗାଲିକ୍ୟାମ୍ପ: ଅତାବିରାସ୍ଥିତ ଏକ ପେଟ୍ରୋଲ ପମ୍ପ ସମ୍ମୁଖରେ ସଡ଼କ ଦୁର୍ଘଟଣାରେ ଜଣେ...

ନିତିନ ନବୀନ ବିଜେପିର ନୂତନ କାର୍ଯ୍ୟକାରୀ ସଭାପତି

ନୂଆଦିଲ୍ଲୀ: ବିଜେପିର ନୂତନ କାର୍ଯ୍ୟକାରୀ ସଭାପତି ଭାବରେ ନିତିନ ନବୀନ ମନୋନୀତ...

Related Articles

Popular Categories