www.samajalive.in
Tuesday, December 9, 2025
19.1 C
Bhubaneswar

ଯାତ୍ରୀଙ୍କ ଟ୍ରେନ ଟିକେଟ ବାତିଲରୁ ରେଳ ବିଭାଗର ୧୩୯୪ କୋଟି ଟଙ୍କାଲାଭ

ନୂଆଦିଲ୍ଲୀ : ଭାରତୀୟ ରେଳରେ ପ୍ରତିଦିନ ଲକ୍ଷ ଲକ୍ଷ ଲୋକ ଯାତ୍ରା କରିଥାନ୍ତି। ଦୂର ଯାତ୍ରା କରୁଥିବା ଅନେକ ଯାତ୍ରୀ ଯାତ୍ରା କରିବାର ପୂର୍ବରୁ ହିଁ ଟିକେଟ କରିଥିବା ଦେଖିବାକୁ ମିଳିଥାଏ। କିନ୍ତୁ ଯାତ୍ରାର ଶେଷ ସମୟରେ କୌଣସି କାରଣବଶତଃ ଟିକେଟକୁ ରଦ୍ଦ କରିବାକୁ ବାଧ୍ୟ ହୋଇଥାନ୍ତି। ଟିକେଟ ରଦ୍ଦ ହେବାଦ୍ୱାରା ଭାରତୀୟ ରେଳ ବିଭାଗ ଯାତ୍ରୀମାନଙ୍କ ନିକଟରୁ ଏଥିପାଇଁ କିଛି ଟଙ୍କା କାଟିଥାଏ।
ସୂଚନା ଅଧିକାର ଦ୍ୱାରା ମିଳିଥିବା ତଥ୍ୟ ଅନୁସାରେ ୨୦୧୭-୧୮ ଆର୍ଥିକ ବର୍ଷରେ ରଦ୍ଦ ହୋଇଥିବା ଟିକେଟ ଦ୍ୱାରା ରେଳ ବିଭାଗ ୧୩୯୪ କୋଟି ଟଙ୍କା ଲାଭ କରିଛି। ମଧ୍ୟପ୍ରଦେଶର ଚନ୍ଦ୍ରଶେଖର ଗୌଡ ରେଳ ଯାତ୍ରା ଟିକେଟ ରଦ୍ଦ ହେବାଦ୍ୱାରା କେତେ ଅର୍ଥ ଲାଭ କରାଯାଉଛି ଜାଣିବାପାଇଁ ସୂଚନା ଅଧିକାର ଆଇନ ଅନୁସାରେ ଆବେଦନ କରିଥିଲେ। ସିଆରଆଇଏସ୍‍ ଜଣେ ବରିଷ୍ଠ ଅଧିକାରୀ ଏବିଷୟରେ ସୂଚନା ଦେଇଥିଲେ।ଏହି ସମୟରେ ଅପେକ୍ଷା(ଓ୍ୱେଟିଂ) ତାଲିକାରେ ଥିବା ଯାତ୍ରୀଙ୍କ ଟିକେଟ ରଦ୍ଦ ହେବଦ୍ୱାରା ରେଳ ବିଭାଗ ୮୮.୫୫କୋଟି ଟଙ୍କା ଲାଭ କରିଥିଲା।
ରେଳ ବିଭାଗ ଯାତ୍ରୀଙ୍କ ସୁବିଧା ଯାତ୍ରା ନିମନ୍ତେ ରେଳମାନଙ୍କରେ ଅନେକ ଅତ୍ୟାଧୁନିକ ସୁବିଧା ପ୍ରଦାନର ବ୍ୟବସ୍ଥା କରୁଛି । ଗତ ଦୁଇ ମାସ ମଧ୍ୟରେ ଦୁଇଟି ନୂଆ ଆପ୍‌ ମଧ୍ୟ ଲଞ୍ଚ କରିଛି । ନୂଆ ଆପ୍‌ରେ ଯାତ୍ରୀମାନେ ରେଳର ସମସ୍ତ ଅଧିକାଂଶ ତଥ୍ୟ ହାସଲ କରିବା ସହ କୌଣସି ଅସୁବିଧାର ସମ୍ମୁଖୀନ ହେଲେ ଏଥିରେ ଅଭିଯୋଗ କରି ପାରିବେ ।

Hot this week

ଭାରତର ଦ୍ୱିତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ଦ୍ୱିତୀୟ ଓ୍ୱିକେଟ୍‌ର ପତନ...

ପ୍ରଥମେ ବ୍ୟାଟିଂ କରିବ ଭାରତ

କଟକ: ଆଉ ମାତ୍ର କିଛି ସମୟର ଅପେକ୍ଷା। କଟକ ବାରବାଟୀ ଷ୍ଟାଡିୟମରେ...

ଇଣ୍ଡୋନେସିଆରେ ବଡ଼ ଧରଣର ଅଗ୍ନିକାଣ୍ଡ, ୨୦ ମୃତ

ସମାଜଲାଇଭ ଡେସ୍କ: ଇଣ୍ଡୋନେସିଆର ଜାକାର୍ତ୍ତାରେ ମଙ୍ଗଳବାର ଏକ ବଡ଼ ଧରଣର ଅଗ୍ନିକାଣ୍ଡ...

ଯୁକ୍ତ ଦୁଇ ପରୀକ୍ଷା ସୂଚୀ ସାମାନ୍ୟ ପରିବର୍ତ୍ତନ

ଭୁବନେଶ୍ଵର : ଯୁକ୍ତ ଦୁଇ ପରୀକ୍ଷା ସୂଚୀରେ ସାମାନ୍ୟ ପରିବର୍ତ୍ତନ ହୋଇଛି।...

ଦେଢ଼ବର୍ଷରେ ମଲେଣି ୧୩୬ ହାତୀ

ସମାଜଲାଇଭ ଡେସ୍କ: ରାଜ୍ୟରେ ହାତୀ ଅସୁରକ୍ଷିତ। ହାତୀ ମୃତ୍ୟୁ ରୋକିବାରେ ସରକାର...

Related Articles

Popular Categories