www.samajalive.in
Tuesday, December 9, 2025
15.1 C
Bhubaneswar

ନକଲି ମୋବିଲ କାରଖାନା ଠାବ, ୨ ଗିରଫ

ବାଲେଶ୍ବର : ସହଦେବ ଖୁଣ୍ଟା ଥାନା ଅନ୍ତର୍ଗତ ଏକ ଅଞ୍ଚଳରେ ନକଲି ମୋବିଲ କାରଖାନା ଠାବ ହୋଇଛି । ପୁଲିସ ଚଢଉ କରି ଘଟଣାସ୍ଥଳରୁ ୧୨ଶହ ଲିଟର ନକଲି ମୋବିଲ ଜବତ କରିବା ସହ ୨ ଜଣଙ୍କୁ ଗିରଫ କରିଛି । ଗିରଫ ହୋଇଥିବା ଯୁବକ ଦୁଇ ଜଣ ହେଲେ ଇସୁବ୍ ଖାନ୍ (୩୦) ଏବଂ ଇର୍ଶାଦ୍ ଖାନ (୧୮) । ଜବତ ନକଲି ମୋବିଲର ଆନୁମାନିକ ମୂଲ୍ୟ ୫ ଲକ୍ଷ ଟଙ୍କାରୁ ଅଧିକ ହେବ ବୋଲି ପୁଲିସ କହିଛି ।

ସୂଚନାଯୋଗ୍ୟ, ସହଦେବ ଖୁଣ୍ଟା ଥାନା ଅନ୍ତର୍ଗତ ଅରଡ ବଜାର ଗଳା ପୋଲ ନିକଟରେ ଡ.ସେକ୍ ଅବଦୁଲ ମଜତଙ୍କ ଭଡା ଘରେ ଏହି ନକଲି ମୋବିଲ କାରଖାନା ଚାଲିଥିଲା। ଇବ୍ରିଜ୍ ଖାନ୍ ନାମକ ଜଣେ ବ୍ୟକ୍ତି ଘର ଭଡା ନେଇ ୨୦ ବର୍ଷ ଧରି ସେଠାରେ ଏହି ନକଲି ମୋବିଲ କାରଖାନା ଚଳାଇ ଆସୁଥିଲା। ଗିରଫ ହୋଇଥିବା ଯୁବକ ଦୁଇ ଜଣ ଇବ୍ରିଜ୍ ଖାନ୍ ର ପୁଅ ବୋଲି ଜଣାପଡିଛି ।

- Advertisement -

 

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories