www.samajalive.in
Monday, December 8, 2025
16.1 C
Bhubaneswar

ରାଜ୍ୟରେ ଚାଲିଛି ରିମୋର୍ଟ କଣ୍ଟ୍ରୋଲ ସରକାର, ଦେଶର ଚୌକିଦାର ପାଲଟିଛି ଚୋର : ରାହୁଲ

ଭବାନିପାଟଣା : କେନ୍ଦ୍ରର ନରେନ୍ଦ୍ର ମୋଦୀ ଏବଂ ଓଡ଼ିଶାର ବିଜେଡି ସରକାର କୃଷକ, ଯୁବକ ଓ ଆଦିବାସୀମାନଙ୍କ ସହିତ ପ୍ରତାରଣା କରିଛନ୍ତି। ନିଜର ଜଳ, ଜମି ଓ ଜଙ୍ଗଲ ଥାଇ ମଧ୍ୟ ଏଠାକାର ଆଦିବାସୀମାନେ ଅବହେଳାର ଶିକାର ହୋଇଛନ୍ତି। କୃଷକମାନଙ୍କୁ ସେମାନଙ୍କ ଧାନର ପ୍ରକୃତ ମୂଲ୍ୟ ମିଳୁ ନାହିଁ। ରାଜ୍ୟରେ ରିମୋର୍ଟ କଣ୍ଟ୍ରୋଲ ସରକାର ଚାଲିଛି ଏବଂ ଦେଶର ଚୌକିଦାର ଚୋର ସାଜିଛି ବୋଲି କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ କହିଛନ୍ତି।ଭବାନୀପାଟଣାରେ କଂଗ୍ରେସ ପକ୍ଷରୁ ଆୟୋଜିତ ପରିବର୍ତ୍ତନ ସଂକଳ୍ପ ସମାବେଶରେ ଯୋଗ ଦେଇ ରାହୁଲ ଗାନ୍ଧୀ ଏହା କହିଛନ୍ତି। ଆକ୍ରମକ ମୁଦ୍ରାରେ ରାହୁଲ ଉଭୟ ବିଜେଡି ଓ ବିଜେପି ସରକାର ଉପରେ ବର୍ଷିଛନ୍ତି।

- Advertisement -

କଂଗ୍ରେସ ସରକାର ଓଡ଼ିଶାରେ କ୍ଷମତାକୁ ଆସିଲେ ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ୨୬୦୦ଟଙ୍କା ହେବ ବୋଲି ଘୋଷଣା କରିଛନ୍ତି। ନବୀନ ସରକାର ରାଜ୍ୟକୁ ଚିଟ୍ ଫଣ୍ଡ ଦେଇଥିବା ବେଳେ ମୋଦୀ ସରକାର ଦେଶକୁ ରାଫେଲ ଦୁର୍ନୀତି ଦେଇଛନ୍ତି ବୋଲି ରାହୁଲ ଅଭିଯୋଗ କରିଛନ୍ତି। ସେହିପରି କଂଗ୍ରେସ କ୍ଷମତାକୁ ଆସିଲେ ଲୋକଙ୍କୁ ସର୍ବନିମ୍ନ ଆୟ ଦେବୁ ବୋଲି ଶ୍ରୀ ଗାନ୍ଧୀ କହିଛନ୍ତି।

ଆଦିବାସୀମାନଙ୍କ ସହିତ କଂଗ୍ରେସର ପାରିବାରିକ ସଂପର୍କ ରହିଛି ବୋଲି ରାହୁଲ ଗାନ୍ଧୀ କହିଛନ୍ତି। ଆଦିବାସୀଙ୍କ ହକ୍ ଓ ଅଧିକାର ପାଇଁ ତାଙ୍କର ସଂଗ୍ରାମ ଜାରି ରହି ବୋଲି ସେ କହିଛନ୍ତି।

ଏହି ସମାବେଶରେ ଅନ୍ୟ ମାନଙ୍କ ମଧ୍ୟରେ ଛତିଶଗଡ ମୂଖ୍ୟମନ୍ତ୍ରୀ ଭୁପେଶ ବଘେଲ , ପିସିସି ସଭାପତି ନିରଞନ ପଟ୍ଟନାୟକ, ଓଡିଶା ପ୍ରଭାରୀ ଜିତେନ୍ଦ୍ର ସଂହ, ପିସିସି ପ୍ରଚାର କମିଟି ଅଧ୍ୟକ୍ଷ ଭକ୍ତ ଦାସ ପ୍ରମ୍ମୁଖ ଯୋଗଦେଇ ଉଦବୋଧନ ଥିଲେ ।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories