www.samajalive.in
Monday, December 15, 2025
26.1 C
Bhubaneswar

ୱାୟନାଡ୍‌ ଛାଡ଼ି ରାୟବରେଲି ରଖିବେ ରାହୁଲ

ନୂଆଦିଲ୍ଲୀ : ରାହୁଲ ଗାନ୍ଧୀ କେରଳର ୱାୟନାଡ଼ ଓ ଉତ୍ତର ପ୍ରଦେଶର ରାୟବରେଲୀ ଆସନରୁ ଲୋକସଭାକୁ ନିର୍ବାଚିତ ହୋଇଛନ୍ତି। ସେ କେଉଁ ଆସନ ରଖି କେଉଁଟି ଛାଡ଼ିବେ ସେ ନେଇ ଚର୍ଚ୍ଚା ଚାଲିଛି। ଶନିବାର ଅନୁଷ୍ଠିତ କଂଗ୍ରେସ କାର୍ଯ୍ୟକାରିଣୀ ବୈଠକରେ ଏ ସମ୍ପର୍କ​‌ରେ ଆଲୋଚନା ହୋଇଥିଲା। ନେତାମାନେ ଏହି ପ୍ରସଙ୍ଗରେ ବିଭାଜିତ ମତ ଦେଇଥିଲେ। କଂଗ୍ରେସ ପାଇଁ ରାୟବ‌େ‌ରଲି ଗୁରୁତ୍ବପୂର୍ଣ୍ଣ ବୋଲି ଅଧିକ ମତ ପ୍ରକାଶ ପାଇଥିଲା। ଏପରିସ୍ଥଳରେ ସେ ରାୟବରେଲି ଆସନ ରଖି ୱାୟନାଡ଼ ଛାଡ଼ିବେ ବୋଲି ଜଣାପଡ଼ିଛି। ଜୁନ୍‌ ୧୭ରେ ଏ ସମ୍ପର୍କିତ ଚୂଡ଼ାନ୍ତ ନିଷ୍ପତ୍ତି ଘୋଷଣା କରାଯିବ। ଆସନ୍ତା ସପ୍ତାହରେ ରାହୁଲ ଭଉଣୀ ପ୍ରିୟଙ୍କାଙ୍କ ସହ ରାୟବରେଲି ଗସ୍ତ କରିବେ। ଏଭଳି କ୍ଷେତ୍ରରେ ନିର୍ବାଚନ ଫଳ ପ୍ରକାଶ ପାଇବାର ୧୪ ଦିନ ମଧ୍ୟରେ ନବନିର୍ବାଚିତ ସଦସ୍ୟ ନିଜ ନିଷ୍ପତ୍ତି ନିର୍ବାଚନ ଆୟୋଗଙ୍କୁ ଅବଗତ କରିବା ସାମ୍ବିଧାନିକ ବ୍ୟବସ୍ଥା ରହିଛି।

Hot this week

ନିଆଁରେ ପୋଡି ହୋଇ ବୃଦ୍ଧା ଗୁରୁତର

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଧାମୁଣିପଙ୍ଗା ପଞ୍ଚାୟତର କତାଗୁଡା ଗ୍ରାମରେ...

ଫୁଙ୍କନଳୀରେ ପିଟି ପ୍ରେମିକାଙ୍କୁ ହତ୍ୟା

ନୟାଗଡ଼: ନୟାଗଡ଼ ଜିଲା ଶରଣକୁଳ ଥାନା ସାବିଦେଇପୁର ଅଞ୍ଚଳରେ ଏକ ଅଭାବନୀୟ...

ଦନ୍ତା ହାତୀର ମୃତ୍ୟୁ

ଅନୁଗୋଳ: ଅନୁଗୋଳ ବନଖଣ୍ଡ ଅନ୍ତର୍ଗତ ପୋକୁଣ୍ଡା ସେକ୍ସନ୍ ମାଣିକଯୋଡ଼ି ପଞ୍ଚାୟତ ବାଲିଆପଶିଠାରେ...

ରାଜ୍ୟପାଳଙ୍କ ଏଡିସି ଭାବେ ନିଯୁକ୍ତ ହେଲେ ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ

ଭୁବନେଶ୍ୱର: ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ ସୋମବାର ଦିନ ଓଡ଼ିଶା...

କୁହୁଡ଼ି ପାଇଁ ମୋଦୀଙ୍କ ବିମାନ ବିଳମ୍ବ

ସମାଜ ଲାଇଭ ଡ଼େସ୍କ : ଘନ କୁହୁଡ଼ି ଜାତୀୟ ଦିଲ୍ଲୀକୁ ଘେରି...

Related Articles

Popular Categories