www.samajalive.in
Saturday, December 13, 2025
26.1 C
Bhubaneswar

ସମ୍ଭାବ୍ୟ ମନ୍ତ୍ରୀଙ୍କୁ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ଫୋନ୍‌‌ କଲ୍‌‌

ନୂଆଦିଲ୍ଲୀ: ଆଜି ଅର୍ଥାତ ଜୁନ ୯ ତାରିଖରେ ପ୍ରଧାନମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ ନରେନ୍ଦ୍ର ମୋଦୀ। ମୋଦୀଙ୍କ ସହିତ ତାଙ୍କ ମନ୍ତ୍ରିମଣ୍ଡଳ ବି ଶପଥ ଗ୍ରହଣ କରିବାର କାର୍ଯ୍ୟକ୍ରମ ରହିଛି। ତେବେ କେଉଁମାନେ ମନ୍ତ୍ରିମଣ୍ଡଳରେ ସାମିଲ ହେବେ ସେ ନେଇ ବିଜେପି ନେତୃତ୍ୱାଧୀନ ଜାତୀୟ ଗଣତାନ୍ତ୍ରିକ ମେଣ୍ଟ (ଏନଡିଏ) ପକ୍ଷରୁ କିଛି କୁହାଯାଇ ନ ଥିବାବେଳେ ରବିବାର କିଛି ସାଂସଦଙ୍କ ନିକଟକୁ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ (ପିଏମଓ)ରୁ ଫୋନ୍‌‌ କଲ ଯାଇଥିବା ସୂଚନା ମିଳିଛି। ଯେଉଁମାନଙ୍କୁ କଲ୍‌‌ ଯାଇଛି ସେମାନେ ମୋଦୀଙ୍କ କ୍ୟାବିନେଟ୍‌‌ରେ ସାମିଲ ହୋଇପାରନ୍ତି ବୋଲି ଚର୍ଚ୍ଚା ହେଉଛି।

ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ଫୋନ୍‌‌ କଲ୍‌‌ ଯାଇଥିବା ସାଂସଦମାନେ ହେଉଛନ୍ତି ନିତିନ ଗଡ଼଼କରୀ, ରାଜନାଥ ସିଂ, ଶିବରାଜ ସିଂହ ଚୌହାନ, ପୀୟୁଷ ଗୋୟଲ, ଜିତନରାମ ମାଞ୍ଝି, ଅନୁପ୍ରିୟା ପଟେଲ, ମନୋହର ଖଟ୍ଟର, ଅର୍ଜୁନ ମେଘୱାଲ, ସର୍ବାନନ୍ଦ ସୋନୱାଲ, ବାସଭରାଜ ବୋମାଇ। ଏହା ବ୍ୟତୀତ ଟିଡିପିର ମୋହନ ନାଇଡୁ ଓ ଚନ୍ଦ୍ରଶେଖର ପେମାସାନିଙ୍କୁ ଫୋନ୍‌‌ କଲ ଯାଇଥିବା ସୂଚନା ମିଳିଛି। ସେହିପରି ଚିରାଗ ପାଶୱାନ, ଜୟନ୍ତ ଚୌଧୁରୀ, ଜ୍ୟୋରିରାଦିତ୍ୟ ସିନ୍ଧିଆ, ଏଚ.ଡି. କୁମାରସ୍ୱାମୀ ପ୍ରମୁଖଙ୍କୁ ଫୋନ୍‌‌ କଲ ଯାଇଛି।

- Advertisement -

ସୂଚନାଯୋଗ୍ୟ, ପ୍ରଧାନମନ୍ତ୍ରୀ ଭାବେ ଶପଥ ନେବା ପୂର୍ବରୁ ମୋଦୀ ଆଜି ପୂର୍ବାହ୍ନ ସାଢ଼େ ୧୧ଟାରେ ନୂଆ ମନ୍ତ୍ରୀମାନଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି। ତେଣୁ ଏହି ସାଂସଦମାନଙ୍କୁ ମନ୍ତ୍ରୀପଦ ଦେବା ଲାଗି ସେମାନଙ୍କୁ ଫୋନ୍‌‌ କଲ କରାଯାଇ ଡକାଯାଉଥିବା କୁହାଯାଉଛି।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories