www.samajalive.in
Friday, December 5, 2025
27.1 C
Bhubaneswar

ସୋଫିଆ ଫିର୍ଦୋସ ଓଡ଼ିଶାର ପ୍ରଥମ ମୁସଲିମ ବିଧାୟିକା

କଟକ : ରାଜ୍ୟର ସର୍ବପ୍ରଥମ ମୁସଲିମ ମହିଳା ବିଧାୟିକା ଭାବେ ଇତିହାସ ସୃଷ୍ଟି କରିଛନ୍ତି ସୋଫିଆ ଫିର୍ଦୋସ। ସେ ବାରବାଟୀ-କଟକ ବିଧାନସଭା ନିର୍ବାଚନ ମଣ୍ଡଳୀରୁ ୮ ହଜାର ୧ ଭୋଟ୍‌ରେ ବିଜେପି ପ୍ରାର୍ଥୀଙ୍କୁ ହରାଇଛନ୍ତି। ସ୍ବାଧୀନତା ପରେ ସେ ହେଉଛନ୍ତି ପ୍ରଥମ ମୁସଲମାନ ମହିଳା ଯିଏକି ଓଡ଼ିଶା ବିଧାନସଭାକୁ ନିର୍ବାଚିତ ହୋଇଛନ୍ତି। ସେହିଭଳି ବାରବାଟୀ-କଟକ ବିଧାନସଭା ନିର୍ବାଚନ ମଣ୍ଡଳୀରେ ସେ ହେଉଛନ୍ତି ଦ୍ବିତୀୟ ମହିଳା ବିଧାୟିକା। ୩୨ ବର୍ଷିୟା ସୋଫିଆ ପୂର୍ବତନ ବିଧାୟକ ମହମ୍ମଦ ମୋକିମଙ୍କ ଝିଅ। ଚଳିତ ସାଧାରଣ ନିର୍ବାଚନରେ ବାରବାଟୀ-କଟକ ଆସନରୁ କଂଗ୍ରେସ ବିଧାୟକ ମୋକିମଙ୍କ ବଦଳରେ ତାଙ୍କ ଝିଅକୁ ଟିକଟ୍‌ ଦେଇଥିଲା। ଏଠାରେ କଂଗ୍ରେସରୁ ସୋଫିଆଙ୍କ ସହିତ ବିଜେପିର ପ୍ରାର୍ଥୀ ଡା. ପୂର୍ଣ୍ଣଚନ୍ଦ୍ର ମହାପାତ୍ର ଓ ବିଜେଡି ପ୍ରାର୍ଥୀ ପ୍ରକାଶ ବେହେରାଙ୍କ ମଧ୍ୟରେ ପ୍ରତିଦ୍ବନ୍ଦ୍ବିତା ହୋଇଥିଲା। ସୋଫିଆ ବିଜେପି ପ୍ରାର୍ଥୀ ଡା. ମହାପାତ୍ରଙ୍କୁ ୮,୦୦୧ ଭୋଟ୍‌ରେ ପରାସ୍ତ କରିଥିଲେ। ସୋଫିଆ ୫୩ ହଜାର ୩୩୯ ଭୋଟ୍‌ ପାଇଥିବା ବେଳେ ବିଜେପି ପ୍ରାର୍ଥୀ ଡା. ମହାପାତ୍ର ୪୫ ହଜାର ୩୩୮ ଖଣ୍ଡ ଓ ବିଜେଡି ପ୍ରାର୍ଥୀ ଶ୍ରୀ ବେହେରା ୪୦ ହଜାର ୩୫ ଖଣ୍ଡ ଭୋଟ ପାଇଥିଲେ। ବାରବାଟୀ-କଟକ ବିଧାନସଭା ନିର୍ବାଚନ ମଣ୍ଡଳୀରେ ସେ ହେଉଛନ୍ତି ଦ୍ବିତୀୟ ମହିଳା ବିଧାୟିକା। ଏହି ନିର୍ବାଚନ ମଣ୍ଡଳୀରେ କଂଗ୍ରେସ ଦଳରୁ ପ୍ରଥମେ ନନ୍ଦିନୀ ଶତପଥୀ ୧୯୭୨ ମସିହା ନିର୍ବାଚନରେ ବିଜୟୀ ହୋଇଥିଲେ। ଏହାପରେ ବିଭିନ୍ନ ନିର୍ବାଚନରେ ମହିଳା ପ୍ରାର୍ଥୀ ମଇଦାନକୁ ଓହ୍ଲାଇଥିଲେ ମଧ୍ୟ ବିଜୟୀ ହୋଇପାରି ନ ଥିଲେ। ଦୀର୍ଘ ୫୨ ବର୍ଷ ପରେ ଏଠାରୁ ମଣ୍ଡଳୀରେ କଂଗ୍ରେସ ଦଳର ମହିଳା ପ୍ରାର୍ଥୀ ବିଜୟୀ ହୋଇଛନ୍ତି। ସୂଚନାଯୋଗ୍ୟ ଯେ, ସୋଫିଆ ଜଣେ ସିଭିଲ ଇଞ୍ଜିନିୟର ଓ ସେ ଏକ ରିଏଲ୍‌ ଇଷ୍ଟେଟ୍‌ ସଂସ୍ଥାର ନିର୍ଦେଶକ ଅଛନ୍ତି।

Hot this week

ମୋଦୀ କହିଲେ ଭାରତ ନିରପେକ୍ଷ ନୁହେଁ, ବିଶ୍ୱ ଶାନ୍ତି ସପକ୍ଷରେ; ପୁଟିନ କଣ କହିଲେ ଜାଣନ୍ତୁ

ସମାଜ ଡିଜିଟାଲ ଡେସ୍କ: ହାଇଦ୍ରାବାଦ ହାଉସରେ ଭାରତ-ରୁଷ ମଧ୍ୟରେ ଦ୍ୱିପାକ୍ଷିକ ଆଲୋଚନା...

କମିଲା ରେପୋ ହାର

ସମାଜ ଲାଇଭ ଡ଼େସ୍କ : ଭାରତୀୟ ରିଜର୍ଭ ବ୍ୟାଙ୍କର ତିନି ଦିନିଆ...

ଆଜି ମଧ୍ୟରାତ୍ରି ପର୍ଯ୍ୟନ୍ତ ଇଣ୍ଡିଗୋ ବିମାନ ବାତିଲ

ସମାଜ ଲାଇଭ ଡ଼େସ୍କ : ଚତୁର୍ଥ ଦିନ ପାଇଁ ଇଣ୍ଡିଗୋ ବିମାନ...

ଭାରତ-ରୁଷ ଶିଖ ସମ୍ମିଳନୀ; ହାଇଦ୍ରାବାଦ ହାଉସରେ ଦ୍ୱିପାକ୍ଷିକ ଆଲୋଚନା ଆରମ୍ଭ

ନୂଆଦିଲ୍ଲୀ: ହାଇଦ୍ରାବାଦ ହାଉସରେ ଭାରତ-ରୁଷ ଦ୍ୱିପାକ୍ଷିକ ଆଲୋଚନା ଆରମ୍ଭ ହୋଇଛି ।...

ନିଆଁ ପୁଆଁଉଥୁବାବେଳେ ଅଘଟଣ

ହରଭଙ୍ଗା: ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ନିକଟରେ ରହୁଥିବା...

Related Articles

Popular Categories