www.samajalive.in
Saturday, December 6, 2025
23.1 C
Bhubaneswar

ଦୁଇ କର୍ପୋରେଟ ବନ୍ଧୁଙ୍କ ପାଇଁ ଆଇନ ହୋଇଛି

ନୂଆଦିଲ୍ଲୀ  : କୃଷି ଆଇନକୁ ନେଇ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଗୁରୁବାର ଲୋକସଭାରେ ପ୍ରତିକ୍ରିୟା ରଖିଛନ୍ତି। ରାହୁଲ କହିଛନ୍ତି ଯେ କୃଷକ ମାରଣ ଲାଗି ସରକାର ଏହି ନୂଆ ଆଇନ ଆଣିଛନ୍ତି। ନୂଆ ଆଇନ ଆଗାମୀ ଦିନରେ ଦେଶରେ ମଣ୍ଡି ବ୍ୟବସ୍ଥାକୁ ବନ୍ଦ କରିଦେବ। ଦେଶର ଖାଦ୍ୟ ସୁରକ୍ଷା ବ୍ୟବସ୍ଥାକୁ ନଷ୍ଟ କରିଦେବ। ଦେଶର ଗ୍ରାମୀଣ ଅର୍ଥନୀତିକୁ କ୍ଷତି ପହଞ୍ଚାଇବ। ସେ କହିଛନ୍ତି ପ୍ରଥମ ଆଇନର ବ୍ୟବସ୍ଥା ଦେଶର ସମସ୍ତ ଖାଦ୍ୟଶସ୍ୟକୁ ଜଣେ କର୍ପୋରେଟଙ୍କ ହାତକୁ ଟେକିଦେବ। ଦ୍ବିତୀୟ ଆଇନ ସମସ୍ତ ଖାଦ୍ୟଶସ୍ୟକୁ ଆଉ ଜଣେ କର୍ପୋରେଟଙ୍କୁ ମହଜୁଦ କରିବାର ସୁଯୋଗ ଦେବ। ତୃତୀୟ ଆଇନ କୃଷକଙ୍କୁ କୋର୍ଟକୁ ଯିବାକୁ ରୋକିବ। କର୍ପୋରେଟକୁ ଖାଦ୍ୟଶସ୍ୟ ବିକ୍ରି କରିବାରେ କୃଷକମାନେ ଯଦି କୌଣସି ସମସ୍ୟାର ସମ୍ମୁଖୀନ ହୁଅନ୍ତି ତେବେ କୃଷକମାନେ ଅଦାଲତର ଦ୍ବାରସ୍ଥ ହୋଇପାରିବେ ନାହିଁ। ଏହି ତିନି ଆଇନ ଦେଶର ଶିଳ୍ପପତିଙ୍କୁ ପର୍ଯ୍ୟାପ୍ତ ପରିମାଣର ଖାଦ୍ୟଶସ୍ୟ କିଣି ମହଜୁଦ ରଖିବାକୁ ସୁଯୋଗ ଦେବ। ପ୍ରଧାନମନ୍ତ୍ରୀ କହୁଛନ୍ତି ଯେ ନୂଆ ଆଇନ କୃଷକଙ୍କ ଅଧିକ ବିକଳ୍ପ ଯୋଗାଇ ଦେବ। କ୍ଷୁଧା, ବେରୋଜଗାର ଓ ଆତ୍ମହତ୍ୟା କରୁଥିବା କୃଷକଙ୍କୁ ପାଇଁ ଆଉ କଣ ବିକଳ୍ପ ରହିଛି ବୋଲି ରାହୁଲ ପ୍ରଶ୍ନ କରିଛନ୍ତି। ଜିଏସ୍‌ଟି ଓ ବିମୁଦ୍ରାୟନ ଭଳି ନିଷ୍ପତ୍ତି ନେଇ ସରକାର କ୍ଷୁଦ୍ର ଓ ମଧ୍ୟମ ବ୍ୟବସାୟୀଙ୍କ ବ୍ୟବସାୟ ବନ୍ଦ କରିଥିଲେ। ଏବେ ସରକାର କୃଷକଙ୍କୁ ମାରିବା ଲାଗି ଆଇନ ଆଣିଛନ୍ତି ବୋଲି ରାହୁଲ କହିଛନ୍ତି। ସେ କହିଛନ୍ତି ଯେ ଦେଶକୁ ଏବେ ଚାରି ଜଣ ଲୋକ ଚଳାଉଛନ୍ତି। ଆମେ ଦୁଇ, ଆମର ଦୁଇ ନୀତିରେ ସରକାର ଚାଲିଛି। ଆଉ ଏହି ୪ଜଣ ଲୋକ କିଏ ତାହା ସମସ୍ତେ ଜାଣନ୍ତି। ରାହୁଲଙ୍କ ଏପରି ସମାଲୋଚନାକୁ ନେଇ ଶାସକ ଦଳ ହୋହଲ୍ଲା କରିଥିଲେ ଓ ତାଙ୍କୁ ବନ୍ଦ କରିବାକୁ ବାଚସ୍ପତିଙ୍କୁ କହିଥିଲେ। ଏପରି କି ରାହୁଲଙ୍କୁ ବନ୍ଦ କରିବା ଲାଗି ଶାସକ ଦଳ ସଂସଦୀୟ ଆଇନର ଉଦାହରଣ ଦେଇଥିଲେ; ମାତ୍ର କଂଗ୍ରେସ, ତୃଣମୂଳ କଂଗ୍ରେସ ଓ ଡିଏମ୍‌କେ ଏହାକୁ ବିରୋଧ କରିଥିଲେ। ବିରୋଧୀ ସଦସ୍ୟ କହିଥିଲେ ନିୟମ କହୁଛି ଜଣେ ସଦସ୍ୟ ଯେକୌଣସି ପ୍ରସଙ୍ଗରେ ଖୋଲା ମନ୍ତବ୍ୟ ଦେବାର ଅଧିକାର ରହିଛି। ତେବେ ବାଚସ୍ପତି ଓମ୍ ବିର୍ଲା କହିଥିଲେ ଯେ ଗୃହ ଚଳାଇବାକୁକ ସବୁ ସଦସ୍ୟ ତାଙ୍କୁ ବାଛିଛନ୍ତି। ତୁମେମାନେ ଗୃହ ଚଳାଇପାରିବ ନାହିଁ।
ରାହୁଲଙ୍କ ପରେ ମନ୍ତ୍ରୀ ଅନୁରାଗ ଠାକୁର କୃଷି ଆଇନ ଉପରେ ନିଜର ପ୍ରତିକ୍ରିୟା ରଖିଥିଲେ। ସେ କହିଥିଲେ ଯେ କଂଗ୍ରେସ ସରକାର ଦେଶରୁ ଦାରିଦ୍ର୍ୟ ହଟାଇବା ଲାଗି କେବଳ ପ୍ରତିଶ୍ରୁତି ଦେଇଥିଲା। ମାତ୍ର ଦାରିଦ୍ର୍ୟ ହଟାଇବାର କାମ କେବଳ ନରେନ୍ଦ୍ର ମୋଦୀ ସରକାର କରିଛି। ସେ କହିଥିଲେ ଯେ ମଣ୍ଡି ବ୍ୟବସ୍ଥା ଉଠାଯିବା ନେଇ ଆଇନରେ କୌଣସି ବ୍ୟବସ୍ଥା ନାହିଁ; ତେଣୁ ରାହୁଲ ଆଇନକୁ ଭଲଭାବେ ନବୁଝି କଥା କହୁଛନ୍ତି। କୃଷି ଆଇନ ବ୍ୟତୀତ ବଜେଟ୍‌ ଉପରେ ମଧ୍ୟ ଗୃହରେ ଆଲୋଚନା ହୋଇଥିଲା।

Hot this week

ଏହି ଗୁଣ ଥିବା ମହିଳାଙ୍କୁ ମିଳେ ଲକ୍ଷ୍ମୀଙ୍କ ଆଶୀର୍ବାଦ: ଘର ହୁଏ ସ୍ୱର୍ଗ

ଚାଣକ୍ୟ ନୀତି: ନୀତି, ଜ୍ଞାନ ଓ ଜୀବନ ପ୍ରବନ୍ଧର ମହାନ ପଣ୍ଡିତ...

ଦୁଇ ବାଇକ୍‌ ଆରୋହୀଙ୍କ ମୁଣ୍ଡରେ ଚଢିଗଲା ଟ୍ରଲର

ବଣାଇ: ୧୪୩ ନମ୍ବର ଜାତୀୟ ରାଜପଥର ଗମଲେଇ ଛକ ନିକଟରେ ମର୍ମନ୍ତୁଦ...

ବିଜେପିରେ ମିଶିବେ ବିଜେଡିର ଦୁଇ ନେତା !

ଭୁବନେଶ୍ଵର: ବିଜେଡିର ଦୁଇ ନେତା ବିଜେପିରେ ମିଶିବାକୁ ଯାଉଛନ୍ତି। ପୂର୍ବତନ ମନ୍ତ୍ରୀ...

ଅତିରିକ୍ତ ସୁରକ୍ଷା ଜମା ଆଦାୟ ନେଇ ବିଦ୍ୟୁତ ଉପଭୋକ୍ତା ମହାସଂଘ କ୍ଷୋଭ

ଭୁବନେଶ୍ୱର: ବିଦ୍ୟୁତ ଗ୍ରାହକଙ୍କ ଠାରୁ ଅତିରିକ୍ତ ସୁରକ୍ଷା ଜମା ଆଦାୟ ନେଇ...

ଶିଶୁଙ୍କ ସୁନ୍ଦରତା ସହିପାରିଲାନି : ଏମିତି କରିଲା ନିଜ ପିଲାଙ୍କୁ ହତ୍ୟା

ସମାଜ ଡିଜିଟାଲ ଡେସ୍କ: ସେ ବୋଧହୁଏ ଦେଶର ପ୍ରଥମ ମହିଳା ସିରିଏଲ୍...

Related Articles

Popular Categories