କଟକ : ଏଏଫ୍ସି ମହିଳା ଏସିଆନ କପ୍-୨୦୨୨ ପ୍ରସ୍ତୁତିକୁ ଦୃଷ୍ଟିରେ ରଖି ଭାରତୀୟ ସିନିୟର ମହିଳା ଫୁଟବଲ ଦଳ ତୁର୍କୀ ସହିତ ବନ୍ଧୁତ୍ବପୂର୍ଣ୍ଣ ମ୍ୟାଚ ଖେଳିବ। ଏହି ଅନ୍ତର୍ଜାତୀୟ ବନ୍ଧୁତ୍ବପୂର୍ଣ୍ଣ ମ୍ୟାଚ ଲାଗି ସର୍ବଭାରତୀୟ ଫୁଟବଲ ମହାସଂଘ (ଏଆଇଏଏଫ) ପକ୍ଷରୁ ଭାରତୀୟ ଦଳ ଘୋଷଣା କରାଯାଇଛି। ୨୦ ଜଣିଆ ଭାରତୀୟ ଦଳରେ ଓଡ଼ିଶାରୁ ଏକମାତ୍ର ଖେଳାଳି ଭାବେ ଫରୱାର୍ଡ ପ୍ୟାରୀ ଖାଖା ସ୍ଥାନ ପାଇଛନ୍ତି। ଭାରତୀୟ ଦଳ ଫେବୃଆରୀ ୧୪ରୁ ୨୪ ପର୍ଯ୍ୟନ୍ତ ତୁର୍କୀ ଗସ୍ତ କରିବ। ଗୋଆରେ ଚାଲିଥିବା ଜାତୀୟ ଶିବିରରୁ ଖେଳାଳିମାନଙ୍କ ପ୍ରଦର୍ଶନକୁ ଆଧାର କରି ତୁର୍କୀ ଗସ୍ତ ଲାଗି ଚୂଡ଼ାନ୍ତ ଦଳ ଘୋଷଣା କରାଯାଇଛି। ଶିବିରରେ ଅନ୍ୟତମ ଓଡ଼ିଆ ଖେଳାଳି ଜବାମଣି ଟୁଡୁ ରହିଛନ୍ତି। ଭାରତୀୟ ଦଳରେ ସ୍ଥାନ ପାଇଥିବା ଓଡ଼ିଆ ଖେଳାଳି ପ୍ୟାରୀଙ୍କୁ ଫୁଟବଲ ଆସୋସିଏସନ ଅଫ ଓଡ଼ିଶା (ଫାଓ) ସମ୍ପାଦକ ଆଶୀର୍ବାଦ ବେହେରା ଶୁଭେଚ୍ଛା ଜଣାଇବା ସହିତ ସଫଳତା କାମନା କରିଛନ୍ତି।
Popular Categories



