www.samajalive.in
Wednesday, December 10, 2025
26.1 C
Bhubaneswar

ମଦ ବିରୋଧି ଆନ୍ଦୋଳନ ପାଇଁ ଜିଲ୍ଲା ମହିଳା କଂଗ୍ରେସର ପ୍ରସ୍ତୁତି

ପାଟଣା: ଜିଲ୍ଲା ମହିଳା କଂଗ୍ରେସ ପକ୍ଷରୁ ଘଟଗାଁ ବ୍ଲକ ଟିକିରା ଗ୍ରାମରେ ମଦ ବିରୋଧି ଆନ୍ଦୋଳନ ପାଇଁ ମହିଳା ସମାବେଶ ଅନୁଷ୍ଠିତ ହୋଇଛି । ବ୍ଲକର ବିଭିନ୍ନ ଗ୍ରାମରେ ମହୁଲି ମଦ, ହାଣ୍ଡିଆ ବିକ୍ରି ହେବା କାରଣରୁ ଘରେ ଘରେ ଏହା ଅଶାନ୍ତିର କାରଣ ହେବା ସହ ଲୋକମାନେ ଅକାଳ ମୃତ୍ୟୁରେ ପଡୁଥିବାରୁ ସଧବାଙ୍କ ମୁଣ୍ଡରୁ ମଧ୍ୟ ସିନ୍ଦୁର ଲିଭିଯାଉଛି । ଗ୍ରାମରେ ଅନେକ ଲୋକଙ୍କୁ ବାର୍ଦ୍ଧକ୍ୟ ଭତ୍ତା, ବିଧବା ଭତ୍ତା ମିଳି ନ ଥିବା ମହିଳା କଂଗ୍ରେସ ପକ୍ଷରୁ ସୂଚନା ଦିଆଯିବା ସହ ଟିକିରା ଗ୍ରାମରେ ପାନୀୟ ଜଳ ସମସ୍ୟାର ସମାଧାନ କରାଯିବାକୁ ସେ ସ୍ବର ଉଠାଇଛନ୍ତି । ଅଂଚଳରୁ ବେଆଇନ ମଦ ହାଣ୍ଡିଆ ବିକ୍ରି ବନ୍ଦ କରିବା ବିରୋଧରେ ମହିଳା କଂଗ୍ରେସ ପକ୍ଷରୁ ଆନ୍ଦୋଳନ କରାଯିବାକୁ ସଭାନେତ୍ରୀ ତଥା ଆଇନଜୀବି ସଂଗୀତା ସିଂହ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । ବୈଠକରେ ଜଂଜାଳି ନାଏକ, ଲଭଲି ନାଏକ, କୋକିଳ ନାଏକ, ଯଶୋଦା ନାଏକ, ସୁକାନ୍ତି ନାଏକ, ମାଳତୀ ଗିରି, ସାବିତ୍ରୀ ନାଏକ, ରଙ୍ଗଲତା ନାଏକ, ଗୋଲାପ ନାଏକ, ସନାତନ ନାଏକ, ସୀତା ନାଏକ, ଛବି ନାଏକ, ହର ନାଏକ ପ୍ରମୁଖ ସାମିଲ ଥିବା ସୂଚନା ଦିଆଯାଇଛି ।

Hot this week

ନିଶା ଭାବରେ ବ୍ୟବହାର କରାଯାଉଥିବା କଫ୍‌ ସିରଫ ବ୍ୟବସାୟ ରୋକିବା ପାଇଁ ପୁଲିସ ତତ୍ପର

କଟକ- ବେଆଇନ କଫ୍‌ ସିରପ ଚୋରା ଚାଲାଣ ଓ ବ୍ୟବସାୟ ରୋକିବା...

ସୁଧୁରୁଛି ସ୍ଥିତି- ଏବେ ବିମାନ ଚଳାଚଳ ସ୍ୱାଭାବିକ ହେବ

ଭୁବନେଶ୍ବର ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଇଣ୍ଡିଗୋ ବିମାନ ଚଳାଚଳ ନେଇ ଦେଖାଦେଇଥିବା...

ଭାରତ ମୁସଲମାନ ମାନେ ଧମାନ୍ତରିତ : ବ୍ରିଜଭୂଷଣ ଶରଣ ସିଂ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ କେସିଆରଗଞ୍ଜ ସାଂସଦ ବ୍ରିଜଭୂଷଣ ଶରଣ...

ମରକ୍କୋରେ ୨ଟି କୋଠା ଭୁଶୁଡ଼ି ୧୯ ମୃତ

ସମାଜ ଲାଇଭ ଡ଼େସ୍କ : ମରକ୍କୋର ଫେଜ୍‌ ସହରରେ ଦୁଇଟି କୋଠା...

ଗୁଜୁରାଟରେ ଭୟାବହ ଅଗ୍ନିକାଣ୍ଡ

ସମାଜ ଲାଇଭ ଡ଼େସ୍କ : ଗୁଜୁରାଟ ସ୍ଥିତ ସୁରଟର ଟେକ୍ସଟାଇଲ ବଜାରରେ...

Related Articles

Popular Categories