www.samajalive.in
Saturday, December 6, 2025
14.1 C
Bhubaneswar

ପ୍ରଶାନ୍ତି ଏକ୍ସପ୍ରେସ ଆଂଶିକ ବାତିଲ

ଭୁବନେଶ୍ବର : ଚଳିତ ମାସ ୧୧ରୁ ୨୩ ତାରିଖ ମଧ୍ୟରେ ଭୁବନେଶ୍ୱରରୁ ଛାଡ଼ିବାକୁ ଥିବା ଏବଂ ୧୨ରୁ ୨୪ ତାରିଖ ମଧ୍ୟରେ ବେଙ୍ଗାଲୁରୁଠାରୁ ଛାଡ଼ିବାକୁ ଥିବା ଟ୍ରେନ୍ ନଂ ୦୮୪୬୩/୦୮୪୬୪ ପ୍ରଶାନ୍ତି ଏକ୍ସପ୍ରେସ ଆଂଶିକ ବାତିଲ ହୋଇଛି। ଭୁବନେଶ୍ୱର ଏବଂ ସତ୍ୟସାଇ ପ୍ରଶାନ୍ତି ନିଳୟମ ମଧ୍ୟରେ ଚଳାଚଳ କରିବ। ତେବେ ସତ୍ୟସାଇ ପ୍ରଶାନ୍ତି ନିଳୟମ ଓ ବେଙ୍ଗାଲୁରୁ ମଧ୍ୟରେ ଉଭୟ ଦିଗରୁ ବାତିଲ ରହିବ ବୋଲି ପୂର୍ବତଟ ରେଳପଥ ପକ୍ଷରୁ ସୂଚନା ଦିଆଯାଇଛି।
ଦକ୍ଷିଣ-ପଶ୍ଚିମ ରେଳପଥ ପରିସୀମା ମଧ୍ୟରେ ୟେଲହଂକା-ଧର୍ମାଭରମ ରେଳ ସେକ୍ସନ ମଧ୍ୟରେ ଦୋହରୀକରଣ କାର୍ଯ୍ୟ ଚାଲିଛି। ୟେଲହଂକା-ମକ୍ଲିଦ୍ରୁଗ ଷ୍ଟେସନ ମଧ୍ୟରେ ସୁରକ୍ଷା ସମ୍ବନ୍ଧୀୟ ଆଧୁନିକୀକରଣ କାମ ଯୋଗୁଁ ସଂଯୋଗ ବିହୀନ ପାଇଁ ଏହି ମାର୍ଗରେ ଟ୍ରେନ ସେବା ପ୍ରଭାବିତ ହୋଇଛି। ପୂର୍ବତଟ ରେଳପଥରୁ ଛାଡୁଥିବା ଏବଂ ଏହା ମଧ୍ୟଦେଇ ଚଳାଚଳ କରୁଥିବା କେତେକ ଟ୍ରେନ ଆଂଶିକ ବାତିଲ କରାଯାଇଛି। ଆଉ କେତେକ ଟ୍ରେନ ପରିବର୍ତ୍ତିତ ମାର୍ଗରେ ଚଳାଚଳ କରିବ। ଅନ୍ୟପଟେ ୧୯ ତାରିଖରେ ପୁରୀରୁ ଛାଡ଼ିବାକୁ ଥିବା ଏବଂ ୨୦ରେ ଯଶୋବନ୍ତପୁରଠାରୁ ଛାଡିବାକୁ ଥିବା ଟ୍ରେନ୍ ନଂ ୦୨୦୬୩/୦୨୦୬୪ ପୁରୀ-ଯଶୋବନ୍ତପୁର-ପୁରୀ ସାପ୍ତାହିକ ବିଶେଷ ଟ୍ରେନ ବାତିଲ କରି ଦିଆଯାଇଛି।
୪ ଟ୍ରେନ ମାର୍ଗ ପରିବର୍ତ୍ତନ କରି ଚଳାଚଳ କରିବ। ୧୪ରୁ ୨୧ ତାରିଖ ମଧ୍ୟରେ ବେଙ୍ଗାଲୁରୁଠାରୁ ଛାଡିବାକୁ ଥିବା ଟ୍ରେନ ନଂ ୦୦୬୧୭ ବେଙ୍ଗାଲୁରୁ-ଦିମାପୁର ବିଶେଷ ପାର୍ସଲ ଏକ୍ସପ୍ରେସ ପରିବର୍ତ୍ତୀତ ମାର୍ଗରେ ଚଳାଚଳ କରିବ। ସେହିପରି ୧୬ରୁ ୨୧ ତାରିଖ ମଧ୍ୟରେ ବେଙ୍ଗାଲୁରୁଠାରୁ ଛାଡିବାକୁ ଥିବା ଟ୍ରେନ ନଂ ୦୦୬୧୯ ବେଙ୍ଗାଲୁରୁ-ଗୌହାଟୀ ବିଶେଷ ପାର୍ସଲ ଏକ୍ସପ୍ରେସ, ୧୭ତାରିଖରେ ଦିମାପୁରଠାରୁ ଛାଡିବାକୁ ଥିବା ଟ୍ରେନ ନଂ ୦୦୬୧୮ ଦିମାପୁର-ବେଙ୍ଗାଲୁରୁ ବିଶେଷ ପାର୍ସଲ ଏକ୍ସପ୍ରେସ ଏବଂ ୨୦ରେ ଗୌହାଟୀଠାରୁ ଛାଡିବାକୁ ଥିବା ଟ୍ରେନ ନଂ ୦୦୬୨୦ ଗୌହାଟୀ-ବେଙ୍ଗାଲୁରୁ ବିଶେଷ ପାର୍ସଲ ଏକ୍ସପ୍ରେସ ଧର୍ମାଭରମ ଓ ଅନନ୍ତପୁର ମାର୍ଗ ପରିବର୍ତ୍ତେ ତୁମକୁର-ଆରସିକେରେ-ରାୟଦ୍ରୁଗ-ବେଲାରୀ-ଗୁଣ୍ଟାକାଲ-ଧୋନେ ଷ୍ଟେସନ ଦେଇ ଚଳାଚଳ କରିବ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories