www.samajalive.in
Monday, December 15, 2025
14.1 C
Bhubaneswar

ଶରଦ ପୱରଙ୍କୁ ଭେଟିଲେ ରାହୁଲ; କଂଗ୍ରେସ-ଏନସିପିର ମିଶ୍ରଣ ନେଇ ଆଲୋଚନା

ନୂଆଦିଲ୍ଲୀ : କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଗୁରୁବାର ରାଷ୍ଟ୍ରବାଦୀ କଂଗ୍ରେସ ପାର୍ଟି (ଏନସିପି) ମୁଖ୍ୟ ଶରଦ ପୱାରଙ୍କୁ ତାଙ୍କ ବାସଭବଦରେ ସାକ୍ଷାତ କରିଛନ୍ତି। ଲୋକସଭା ନିର୍ବାଚନରେ ଦଳର ବିପର୍ଯ୍ୟୟକୁ ନେଇ ରାହୁଲ କଂଗ୍ରେସ ଅଧ୍ୟକ୍ଷ ପଦରୁ ଇସ୍ତଫା ଦେବାକୁ ଜିଦ୍ ଧରିଥିବାବେଳେ ଏହି ନିଷ୍ପତ୍ତିରୁ ଓହରିବା ଲାଗି ପୱାର ତାଙ୍କୁ ବୁଝାଇଥିବା ଜଣାଯାଇଛି। କଂଗ୍ରେସ ଅଧ୍ୟକ୍ଷ ପଦରେ ରହିବା ଲାଗି ରାହୁଲଙ୍କୁ ସେ ପ୍ରବର୍ତ୍ତାଇଥିବା ସୂଚନା ମିଳିଛି। ଉଭୟଙ୍କ ମଧ୍ୟରେ ପ୍ରାୟ ୧ଘଣ୍ଟା ସାକ୍ଷାତ ଆଲୋଚନା ହୋଇଥିଲା। ଅନ୍ୟ ଏକ ସୂଚନା ଅନୁଯାୟୀ ଦୁଇ ନେତା କଂଗ୍ରେସ ଓ ଏନସିପିର ମିଶ୍ରଣ ନେଇ ଆଲୋଚନା କରିଛନ୍ତି। ୧୯୯୯ରେ ଶରଦ ପୱାର, ପିଏ ସାଙ୍ଗମା ଓ ତାରିକ ଅନୱର କଂଗ୍ରେସରୁ ବାହାରି ଆସି ଏନସିପି ନାମରେ ନୂଆ ଦଳ ଗଠନ କରିଥିଲେ। ସୋନିଆ ଗାନ୍ଧୀ କଂଗ୍ରେସର ଅଧ୍ୟକ୍ଷ ହେବା ନେଇ ଏହି ତିନି ନେତା ପ୍ରଶ୍ନ ଉଠାଇଥିଲେ। ସୋନିଆ ବିଦେଶରେ ଜନ୍ମ ହୋଇଥିବାରୁ ଏମାନେ ଏପରି ପ୍ରଶ୍ନ ଉଠାଇଥିଲେ। ଫଳରେ ଏହି ତିନି ନେତାଙ୍କୁ କଂଗ୍ରେସରୁ ବହିଷ୍କାର କରାଯାଇଥିଲା। ଫଳରେ ସେମାନେ ଏନସିପି ନାମରେ ନୂଆ ଦଳ ଗଠନ କରିଥିଲେ। ପରବର୍ତ୍ତୀ ସମୟରେ ସୋନିଆଙ୍କ ନେତୃତ୍ବ ସଂଯୁକ୍ତ ପ୍ରଗତିଶୀଳ ମେଣ୍ଟ (ୟୁପିଏ)ର ଅଂଶୀଦାର ଭାବେ ଏନସିପି ସାମିଲ ହୋଇଥିଲା। ଶେଷ ହୋଇଥିବା ଲୋକସଭା ନିର୍ବାଚନରେ ରାହୁଲଙ୍କ ନେତୃତ୍ବ କଂଗ୍ରେସ ଅତ୍ୟନ୍ତ ଦୟନୀୟ ପ୍ରଦର୍ଶନ କରିଛନ୍ତି। ଦଳ ମାତ୍ର ୫୨ଟି ଆସନରେ ବିଜୟୀ ହୋଇଛି। ୫୨ ଆସନ ଦ୍ବାରା କଂଗ୍ରେସ ଲୋକସଭାରେ ବିରୋଧୀ ଦଳ ମାନ୍ୟତା ପାଇପାରିବ ନାହିଁ। ବିରୋଧୀ ଦଳ ମାନ୍ୟତା ପାଇଁ କଂଗ୍ରେସକୁ ମୋଟ ଆସନର ୧୦% ଅର୍ଥାତ ୫୪ଟି ଆସନ ଦରକାର। ଏନସିପି ଲୋକସଭା ନିର୍ବାଚନରେ ୫ଟି ଆସନରେ ବିଜୟୀ ହୋଇଛି। କଂଗ୍ରେସ ସହିତ ଏନସିପିର ମିଶ୍ରଣ ହୋଇଗଲେ ଦଳର ମୋଟ ଆସନ ସଂଖ୍ୟା ୫୭ ହୋଇଯିବ। ଏହାଦ୍ବାରା କଂଗ୍ରେସ ଲୋକସଭାରେ ବିରୋଧୀ ଦଳ ମାନ୍ୟତା ପାଇପାରିବ।
ଶରଦ ପୱାରଙ୍କୁ ସାକ୍ଷାତ ପୂର୍ବରୁ ରାହୁଲଙ୍କ କଂଗ୍ରେସ ଅନ୍ୟ କେତେକ ବରିଷ୍ଠ ନେତା ସାକ୍ଷାତ କରି ଅଧ୍ୟକ୍ଷ ପଦରୁ ଇସ୍ତଫା ନ ଦେବା ଲାଗି ପ୍ରବର୍ତ୍ତାଇଥିବା ଜଣାଯାଇଛି। କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ଏଚଡି କୁମାରସ୍ବାମୀ ଗୁରୁବାର ରାହୁଲଙ୍କୁ ତାଙ୍କ ବାସଭବନରେ ଭେଟି ଇସ୍ତଫା ନିଷ୍ପତ୍ତିରୁ ଓହରିବାକୁ କହିଥିଲେ। ଏହି ସମୟରେ ରାହୁଲଙ୍କ ସହିତ ତାଙ୍କ ମା’ ସୋନିଆ ଉପସ୍ଥିତ ଥିଲେ। ସେହିପରି ଅହମ୍ମଦ ପଟେଲ, ଦିଗବିଜୟ ସିଂହ ଓ ମଲ୍ଲିକାର୍ଜୁନ ଖଡଗେ ଏଆଇସିସି କାର୍ଯ୍ୟାଳୟରେ ଏକତ୍ର ହୋଇ ରାହୁଲଙ୍କ ପ୍ରସଙ୍ଗରେ ଆଲୋଚନା କରିଥିଲେ। ଜୁନ୍ ୧ରେ କଂଗ୍ରେସ ସଂସଦୀୟ ଦଳ ବୈଠକ ହେବାକୁ ଯାଉଥିବାବେଳେ ଏହି ବୈଠକ ଗୁରୁତ୍ବପୂର୍ଣ୍ଣ ମନେହୋଇଛି।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories