www.samajalive.in
Sunday, December 14, 2025
17.1 C
Bhubaneswar

ମାନହାନି ମାମଲାରେ ରାହୁଲଙ୍କୁ ଜାମିନ

ରାଞ୍ଚି: ଏକ ମାନହାନି ମାମଲାରେ ଝାଡ଼ଖଣ୍ଡର ଚାଇଁବାସାସ୍ଥିତ ସ୍ବତନ୍ତ୍ର ଏମପି/ଏମଏଲଏ କୋର୍ଟ ବୁଧବାର କଂଗ୍ରେସ ସାଂସଦ ତଥା ଲୋକସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କୁ ଜାମିନ ପ୍ରଦାନ କରିଛନ୍ତି। ସୂଚନାଯୋଗ୍ୟ ୨୦୧୮ରେ ଚାଇଁବାସାଠାରେ କଂଗ୍ରେସର ଏକ ସମ୍ମିଳନୀକୁ ସମ୍ବୋଧିତ କରୁଥିବାବେଳେ ରାହୁଲ ସ୍ବରାଷ୍ଟ୍ର ମନ୍ତ୍ରୀ ତତ୍କାଳୀନ ବିଜେପି ସଭାପତି ଅମିତ ଶାହା (ବର୍ତ୍ତମାନ ସ୍ବରାଷ୍ଟ୍ର ମନ୍ତ୍ରୀ)ଙ୍କୁ ହତ୍ୟାକାରୀ ବୋଲି ମନ୍ତବ୍ୟ ଦେଇଥିଲେ। ଫଳରେ ପ୍ରତାପ କଟିୟାର ନାମକ ଜଣେ ବ୍ୟକ୍ତି ରାହୁଲଙ୍କ ବିରୋଧରେ ମାନହାନି ମୋକଦ୍ଦମା ରୁୁଜୁ କରିଥିଲେ। ଏହି ମାମଲା ଖାରଜ କରିବାକୁ ରାହୁଲ ଯେଉଁ ଆବେଦନ କରିଥିଲେ, ତାହାକୁ ଝାଡଖଣ୍ଡ ହାଇକୋର୍ଟ ଚଳିତବର୍ଷ ଫେବୃଆରୀରେ ଖାରଜ କରିଦେଇଥିଲେ। ସମନ ଜାରି ସତ୍ତ୍ବେ ହାଜର ହେଉନଥିବାରୁ ଚଳିତବର୍ଷ ଫେବୃଆରୀ ୨୭ରେ ସ୍ବତନ୍ତ୍ର ଏମପି/ଏମଏଲଏ କୋର୍ଟ ରାହୁଲଙ୍କ ବିରୋଧରେ ଜାମିନ ବିହୀନ ପରୱାନା ଜାରି କରିଥିଲେ। ଏହାର ପ୍ରତିବାଦରେ ରାହୁଲ ଝାଡ଼ଖଣ୍ଡ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ। ହାଇକୋର୍ଟ ଏହି ପରୱାନା ଉପରେ ରହିତାଦେଶ ଜାରି କରିଥିଲେ। ଏମପି/ଏମଏଲଏ କୋର୍ଟ ଦ୍ବିତୀୟ ଥର ଜାମିନ ବିହୀନ ପରୱାନା ଜାରି କରିବା ସହ ଜୁନ ୨୬ରେ ହାଜର ହେବାକୁ ରାହୁଲଙ୍କୁ ନିର୍ଦେଶ ଦେଇଥିଲେ। ରାହୁଲ ପୁଣି ହାଇକୋର୍ଟରେ ପିଟିସନ ଦାଏର କରିଥିବାବେଳେ ତାଙ୍କୁ ନିମ୍ନ ଅଦାଲତରେ ହାଜର ହେବାକୁ ନିର୍ଦେଶ ମିଳିଥିଲା। ତଦନୁଯାୟୀ ଅଗଷ୍ଟ ୬ରେ ରାହୁଲ ହାଜର ହେବାପରେ ତାଙ୍କୁ ଜାମିନ ପ୍ରଦାନ କରାଯାଇଛି।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories