www.samajalive.in
Friday, December 5, 2025
26.1 C
Bhubaneswar

ପ୍ରତ୍ୟେକ ନାଗରିକଙ୍କୁ ମିଳିବ ଜାତୀୟ ପରିଚୟ ପତ୍ର

ନୂଆଦିଲ୍ଲୀ: ଦେଶର ପ୍ରତ୍ୟେକ ନାଗରିକଙ୍କୁ ଜାତୀୟ ପରିଚୟ ପତ୍ର ପ୍ରଦାନ କରାଯିବ ବୋଲି ଗୃହ ରାଷ୍ଟ୍ରମନ୍ତ୍ରୀ ବି.ସଞ୍ଜୟ କୁମାର ବୁଧବାର ଲୋକସଭାରେ ସୂଚନା ଦେଇଛନ୍ତି। ସଞ୍ଜୟ ଏହି ପରିପ୍ରେକ୍ଷୀରେ କହିଛନ୍ତି ଯେ ୨୦୦୪ ନାଗରିକତ୍ବ (ସଂଶୋଧନ) ଆଇନ ଅନୁଯାୟୀ କେନ୍ଦ୍ର ସରକାର ପ୍ରତ୍ୟେକ ନାଗରିକଙ୍କୁ ଜାତୀୟ ପରିଚୟ ପତ୍ର ପ୍ରଦାନ କରିବେ। ବର୍ତ୍ତମାନ ଭୋଟର ପରିଚୟ ପତ୍ର କିମ୍ବା ଆଧାର କାର୍ଡକୁ ନାଗରିକମାନେ ପରିଚୟ ପତ୍ର ଭାବେ ବ୍ୟବହାର କରୁଛନ୍ତି। ନିକଟରେ ବିହାରରେ ଭୋଟର ତାଲିକା ସ୍ବତନ୍ତ୍ର ସମୀକ୍ଷା (ଏସଆଇଆର) କରାଯାଇଥିବାବେଳେ ନିର୍ବାଚନ କମିସନ (ଇସି) ଆଧାର ଏବଂ ଭୋଟର ପରିଚୟ ପତ୍ରକୁ ବୈଧ ଭାବେ ଗ୍ରହଣ କରିବାକୁ ମନା କରିଦେଇଥିଲେ। ଏହାକୁ ନେଇ ବିବାଦର ସୂତ୍ରପାତ ହୋଇଥିଲା। ତେବେ ସୁପ୍ରିମକୋର୍ଟଙ୍କ ନିର୍ଦେଶ ପରେ ଇସି ଏହି କାଗଜପତ୍ରକୁ ନାଗରିକତ୍ବ ପ୍ରମାଣପତ୍ର ଭାବେ ଗ୍ରହଣ କରିଛନ୍ତି।

Hot this week

ମିଳିତ ଭାବେ ୟୁରିଆ ଉତ୍ପାଦନ କରିବେ ଭାରତ-ରୁଷ

ସମାଜଲାଇଭ ଡେସ୍କ: ଆଉ ରହିବନି ୟୁରିଆ ସାରର ଅଭାବ। ଏଣିକି ଭାରତ...

୭ ବୁଝାମଣା ଉପରେ ମୋଦୀ-ପୁଟିନଙ୍କ ସହମତି, ରୁଷ ନାଗରିକଙ୍କୁ ମାଗଣା ପର୍ଯ୍ୟଟକ ଭିଜା

ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମଧ୍ୟରେ...

ଇଣ୍ଡିଗୋ ବିମାନ ସେବା ସମସ୍ୟା : ବଡ଼ ପଦକ୍ଷେପ ନେଲା ଡିଜିସିଏ

ସମାଜ ଲାଇଭ ଡ଼େସ୍କ : ଦେଶରେ ଇଣ୍ଡିଗୋ ବିମାନ ଚଳାଚଳରେ ଦେଖା...

ଏଏନଏମ୍‌ ପ୍ରଶ୍ନ ପତ୍ର ଲିକ୍‌ ପରେ ପରୀକ୍ଷା ବାତିଲ

ମାଲକାନଗିରି: ମାଲକାନଗିରି ଜିଲାରେ ଏଏନଏମ୍‌ ପରୀକ୍ଷା ପ୍ରଶ୍ନ ପତ୍ର ଲିକ୍ ହେବା...

ଡ଼ଲାର ତୁଳନାରେ ଟଙ୍କାକୁ ମିଳିଲା ସାମାନ୍ୟ ଆଶ୍ଵସ୍ତି

ସମାଜ ଲାଇଭ ଡ଼େସ୍କ : ଡ଼ଲାର ତୁଳନାରେ ଟଙ୍କାର ମୂଲ୍ୟ ହ୍ରାସ...

Related Articles

Popular Categories