ରାହୁଳଙ୍କ ପ୍ରଶ୍ନ: ମୋଦୀ କେବେ କରିବେ ଦେଶର ପ୍ରତିରକ୍ଷା ଏବଂ ନିରାପତ୍ତା ପ୍ରସଙ୍ଗରେ ଆଲୋଚନା?
ନୂଆଦିଲ୍ଲୀ : କଂଗ୍ରେସ ନେତା ରାହୁଲ ଗାନ୍ଧୀ ରବିବାର ଦେଶର ପ୍ରତିରକ୍ଷା ଏବଂ ନିରାପତ୍ତା ପ୍ରସଙ୍ଗକୁ ନେଇ ମୋଦୀ ସରକାରକୁ ଟାର୍ଗେଟ କରିଛନ୍ତି। ରବିବାର ପ୍ରଧାନମନ୍ତ୍ରୀ ମୋଦୀଙ୍କ ମନ୍ କି ବାତ୍ କାର୍ଯ୍ୟକ୍ରମ ପୂର୍ବରୁ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଟ୍ବିଟ୍ କରି ଲେଖିଛନ୍ତି ମୋଦୀ ସରକାର ଦେଶର ଜାତୀୟ ନିରାପତ୍ତା ଏବଂ ପ୍ରତିରକ୍ଷା ପ୍ରସଙ୍ଗରେ କେବେ ଆଲୋଚନା କରିବେ।
कब होगी राष्ट्र रक्षा और सुरक्षा की बात?
— Rahul Gandhi (@RahulGandhi) June 28, 2020
ରାହୁଲ ଗାନ୍ଧୀ ଆହୁରି ମଧ୍ୟ କହିଛନ୍ତି ଯେ ଲଦାଖରେ ଥିବା ଆକ୍ଟୁଆଲ୍ ଲାଇନ୍ ଅଫ କଣ୍ଟ୍ରୋଲ୍(ଏଲଏସି)ରେ ଚୀନ୍ ସହିତ ଭାରତର ତିକ୍ତତା ଏବଂ ଚୀନ୍ର ଭାରତୀୟ ଅଞ୍ଚଳରେ ଅନୁପ୍ରବେଶ ଅଭିଯୋଗରେ ପ୍ରଧାନମନ୍ତ୍ରୀଙ୍କ କଣ ପାଇଁ ଚୁପ ରହିଛନ୍ତି। ପ୍ରଧାନମନ୍ତ୍ରୀ କଣ ପାଇଁ ଚୀନ ବିରୋଧରେ ମୁହଁ ଖୋଲିବାରେ ପଛଘୁଞ୍ଚା ଦେଉଛନ୍ତି।
अब नेपाल ने पहली बार सीमा पर सेना लगाई!
मोदी है तो ये भी मुमकिन है…….. pic.twitter.com/fK8U8BIhch
— Randeep Singh Surjewala (@rssurjewala) June 28, 2020
ଏଥି ସହିତ କଂଗ୍ରେସର ମୁଖ୍ୟ ମୁଖପାତ୍ର ରଣଦୀପ ସୁରଜେୱାଲା ମଧ୍ୟ ମୋଦୀ ସରକାରଙ୍କୁ ଟାର୍ଗେଟ କରି କହିଛନ୍ତି ନେପାଳ ମଧ୍ୟ ପ୍ରଥମ ଥର ପାଇଁ ଭାରତ ସୀମାରେ ସେନା ମୁତୟନ କରିଛି। ଆଉ ଏହା କେବଳ ସମ୍ଭବ ହୋଇଛି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପାଇଁ। ବାସ୍ତବରେ ସୁରଜୱାଲା ବିଜେପିର ସ୍ଲୋଗାନ ‘ମୋଦୀ ହେ ତୋ ମୁନକିନ୍ ହେ’ କୁ କଟାକ୍ଷ କରି ଏହା କହିଛନ୍ତି। କାରଣ ବିଜେପି ସର୍ବଦା ପ୍ରଚାରରେ ‘ମୋଦୀ ହେ ତୋ ମୁନକିନ୍ ହେ’ ସ୍ଲୋଗାନକୁ ବ୍ୟବହାର କରୁଥିଲା।
Comments are closed.