www.samajalive.in
Sunday, December 7, 2025
14.1 C
Bhubaneswar

ଜୈନ ମୁନି ଆଚାର୍ଯ୍ୟ ବିଦ୍ୟାସାଗର ମହାରାଜଙ୍କ ଦେହତ୍ୟାଗ, ଅପୂରଣୀୟ କ୍ଷତି କହିଲେ ରାହୁଲ ଗାନ୍ଧୀ

ଡେସ୍କ: ଡଙ୍ଗରଗଡ଼ ଚନ୍ଦ୍ରଗିରି ତୀର୍ଥରେ ଜୈନ ଧର୍ମର ମହାନ ସନ୍ଥ ଶ୍ରୀ ବିଦ୍ୟାସାଗର ଜୀ ମହାରାଜଙ୍କ ସମାଧି ସମାଜ ଓ ଦେଶ ପାଇଁ ଏକ ଅପୂରଣୀୟ କ୍ଷତି ବୋଲି କଂଗ୍ରେସ ନେତା ରାହୁଲ ଗାନ୍ଧୀ କହିଛନ୍ତି। ସେ କହିଛନ୍ତି, ତାଙ୍କ ଜୀବନ ଦୃଢ଼ତା, ଜ୍ଞାନ ଓ ପ୍ରେମର ପ୍ରତୀକ, ଯାହା ସର୍ବଦା ଜନକଲ୍ୟାଣ ଦିଗରେ ଆମକୁ ମାର୍ଗଦର୍ଶନ କରିବ।

ଏକ ଦେଶ ଏକ ନିର୍ବାଚନ ସମ୍ପର୍କିତ ବୈଠକ ଅନୁଷ୍ଠିତ

- Advertisement -

ବିଶ୍ବ ପ୍ରସିଦ୍ଧ ଜୈନ ମୁନି ଆଚାର୍ଯ୍ୟ ବିଦ୍ୟାସାଗର ମହାରାଜ ଶନିବାର ବିଳମ୍ବିତ ରାତିରେ ଛତିଶଗଡ଼ ଡଙ୍ଗରଗଡ଼ର ଚନ୍ଦ୍ରଗିରିରେ ସେ ଶେଷ ନିଃଶ୍ବାସ ତ୍ୟାଗ କରିଛନ୍ତି। ବିଦ୍ୟାସାଗର ମହାରାଜ ଗତ କିଛି ଦିନ ଧରି ଅସୁସ୍ଥ ଥିଲେ। ୭୭ ବର୍ଷୀୟ ବିଦ୍ୟାସାଗର ମହାରାଜ ଅନ୍ନଜଳ ତ୍ୟାଗ କରିବା ସହିତ ମଉନବ୍ରତ ଅବଲମ୍ବନ କରି ସମାଧିରେ ବସିବାର ୩ ଦିନ ପରେ ରାତି ପ୍ରାୟ ୨.୩୫ରେ ପରଲୋକ ଗମନ କରିଛନ୍ତି।

ଓଡିଶା ପରେ ବିହାର ଗସ୍ତରେ ନିର୍ବାଚନ କମିଶନଙ୍କ ଟିମ୍

ଜୈନ ସମ୍ପ୍ରଦାୟର ପ୍ରମୁଖ ଧର୍ମଗୁରୁମାନଙ୍କ ମଧ୍ୟରୁ ଆଚାର୍ଯ୍ୟ ବିଦ୍ୟାସାଗର ମହାରାଜ ଅନ୍ୟତମ। ୧୯୪୬ ମସିହା ଅକ୍ଟୋବର ୧୦ ତାରିଖ ଦିନ କର୍ଣ୍ଣାଟକର ସଡ଼ଲଗା ଗାଁରେ ଜନ୍ମ ଗ୍ରହଣ କରିଥିଲେ। ସେ ଥିଲେ ଆଚାର୍ଯ୍ୟ ଜ୍ଞାନସାଗରଙ୍କ ଶିଷ୍ୟ। ଆଚାର୍ଯ୍ୟ ଜ୍ଞାନସାଗର ସମାଧି ନେବା ବେଳେ ଆଚାର୍ଯ୍ୟ ପଦବୀକୁ ମୁନି ବିଦ୍ୟାସାଗରଙ୍କୁ ହସ୍ତାନ୍ତର କରିଥିଲେ। ୧୯୭୨ ମସିହା ନଭେମ୍ବର ୨୨ ତାରିଖ ଦିନ ବିଦ୍ୟାସାଗର ମାତ୍ର ୨୬ ବର୍ଷ ବୟସରେ ଆଚାର୍ଯ୍ୟ ହୋଇଥିଲେ।

ନିର୍ବାଚନୀ ବଣ୍ଡଦାତା ଓ ଗ୍ରହୀତାଙ୍କ ସମସ୍ତ ବିବରଣୀ ପ୍ରକାଶ କରିବେ ନିର୍ବାଚନ କମିଶନ

Hot this week

ଅହୋରାତ୍ର ଧାରଣାରେ ପ୍ରାଥମିକ ଶିକ୍ଷକ ମହାସଂଘ

ଭୁବନେଶ୍ୱର,୬ା୧୨(ନି.ପ୍ର): ଗାନ୍ଧୀମାର୍ଗରେ ପ୍ରାଥମିକ ଶିକ୍ଷକ ମହାସଂଘର ଅହୋରାତ୍ର ଆନ୍ଦୋଳନ ଜାରି ରହିଛି।...

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

ଏଏନ୍‌ଏମ ପ୍ରଶ୍ନପତ୍ର ପ୍ରଘଟ ପ୍ରସଙ୍ଗରେ ବିଜେଡିର ସମାଲୋଚନା

ଭୁବନେଶ୍ବର : ଏଏନଏମ ପ୍ରଶ୍ନପତ୍ର ପ୍ରଘଟ ଓ ଶେଷ ମୁହୂର୍ତ୍ତରେ ଏହି...

୩୭ ଟ୍ରେନ୍‌ରେ ଲାଗିଲା ଅତିରକ୍ତ ୧୧୬ ବଗି

ନୂଆଦିଲ୍ଲୀ : ଇଣ୍ଡିଗୋ ସମସ୍ୟା ଯୋଗୁଁ ଦେଶବ୍ୟାପୀ ବିମାନସେବା ବର୍ତ୍ତମାନ ଜଟିଳ...

ବହିଷ୍କୃତ ହେବେ ଇଣ୍ଡିଗୋ ସିଇଓ !

ନୂଆଦିଲ୍ଲୀ : ପାଞ୍ଚଦିନ ମଧ୍ୟରେ ଇଣ୍ଡିଗୋ ଏୟାରଲାଇନ୍ସର ଅବସ୍ଥା ଶୋଚନୀୟ ହୋଇପଡିଥିବାବେଳେ...

Related Articles

Popular Categories