www.samajalive.in
Tuesday, December 9, 2025
16.1 C
Bhubaneswar

ଅଧିନାୟକ ଭାବେ ଦ୍ରାବିଡ଼ଙ୍କୁ ଉପଯୁକ୍ତ ଶ୍ରେୟ ମିଳି ନାହିଁ : ଗମ୍ଭୀର

ନୂଆଦିଲ୍ଲୀ : ବିଶ୍ବ କ୍ରିକେଟ୍‌ରେ ‘ଦି ୱାଲ୍‌’ ଭାବେ ପରିଚିତ ରାହୁଲ ଦ୍ରାବିଡ଼ କେବଳ ଜଣେ ମହାନ୍‌ ବ୍ୟାଟସମ୍ୟାନ୍‌ ନୁହନ୍ତି ଜଣେ ଦକ୍ଷ ଅଧିନାୟକ ଥିଲେ ବୋଲି ମତ ଦେଇଛନ୍ତି ପୂର୍ବତନ କ୍ରିକେଟର୍‌ ଗୌତମ ଗମ୍ଭୀର। ଏକ ଗଣମାଧ୍ୟମକୁ ସାକ୍ଷାତକାର ଦେବା ଅବସରରେ ଗମ୍ଭୀର କହିଥିଲେ ରାହୁଲ ଦ୍ରାବିଡ଼ ଅଧିନାୟକ ଭାବେ ବେଶ୍‌ ସଫଳତା ହାସଲ କରିଥିଲେ। ତେବେ ତାଙ୍କୁ ଏଥିପାଇଁ ବିଶେଷ ଶ୍ରେୟ ମିଳିପାରି ନ ଥିଲା, ଯାହାକି ଦୁର୍ଭାଗ୍ୟଜନକ। ୨୦୦୬ରେ ଦ୍ରାବିଡ଼ଙ୍କ ନେତୃତ୍ବାଧୀନ ଭାରତୀୟ ଦଳ ୱେଷ୍ଟଇଣ୍ଡିଜ ଗସ୍ତରେ ଯାଇ ଘରୋଇ ଦଳକୁ ଟେଷ୍ଟ ସିରିଜ୍‌ରେ ହରାଇଥିଲା। ଏଥିସହ ୨୦୦୬-୦୭ରେ ଦଳ ଦକ୍ଷିଣ ଆଫ୍ରିକାକୁ ତାହାରି ମାଟିରେ ପରାସ୍ତ କରିଥିଲା। ୨୦୦୭ରେ ଭାରତୀୟ ଦଳ ଇଂଲଣ୍ଡ ଗସ୍ତରେ ଯାଇ ଟେଷ୍ଟ ସିରିଜ୍‌ ଜିତିଥିଲା। ଏସବୁ ବିଜୟକୁ ଲକ୍ଷ୍ୟ ରଖି ଦ୍ରାବିଡ଼ ଜଣେ ଦକ୍ଷ ଅଧିନାୟକ ବୋଲି କୁହାଯାଇ ପାରିବ।

Hot this week

ସେନସେକ୍ସ ୬୧୦ ପଏଣ୍ଟ ଓ ନିଫ୍ଟି ୨୨୬ ପଏଣ୍ଟ ହ୍ରାସ

ନୂଆଦିଲ୍ଲୀ : ଘରୋଇ ଇକ୍ୱିଟି ସୂଚକାଙ୍କ ସୋମବାର ହ୍ରାସ ପାଇଛି। ସୂଚକାଙ୍କଗୁଡ଼ିକ...

ବୁଧବାର ଭାରତ-ଆମେରିକା ଆଲୋଚନା

ନୂଆଦିଲ୍ଲୀ : ବୁଧବାର ପରବର୍ତ୍ତୀ ପର୍ଯ୍ୟାୟ ଭାରତ-ଆମେରିକା ମୁକ୍ତ ବାଣିଜ୍ୟ ଚୁକ୍ତି...

ଦୁର୍ନୀତି ବ୍ୟାଧିର ଉପଚାର

ପୂର୍ବ ୟୁରୋପର ଦେଶ ଜର୍ଜିଆ, ଯାହା କି ପୂର୍ବରୁ ସୋଭିଏତ୍‌‌ ରୁଷ...

ଚିନ୍ତାକଳ୍ପ : ଗୃହୀ ସାଧକର ଆଭିମୁଖ୍ୟ

ମହର୍ଷି ଅଙ୍ଗିରାଙ୍କ ଆଶ୍ରମରେ ରହି ଶିଷ୍ୟମାନେ ଅଧ୍ୟୟନ କରୁଥାନ୍ତି। ତାଙ୍କ ମାର୍ଗଦର୍ଶନରେ...

ସମ୍ପାଦକୀୟ : ଜାତିସଂଘର ପାଣ୍ଠି ଚିନ୍ତା

ବିଶ୍ବବ୍ୟାପୀ ମାନବିକ ସହାୟତା ପ୍ରଭାବିତ ମିଳିତ ଜାତିସଂଘ ୨୦୨୬ ବର୍ଷ ପାଇଁ ୨୩...

Related Articles

Popular Categories