ଭାରତକୁ ଆଉ ୩୬ ରାଫେଲ ବିକିବାକୁ ଚାହୁଁଛି ଫ୍ରାନ୍ସ

0

ନୂଆଦିଲ୍ଲୀ : ରାଫେଲ ଯୁଦ୍ଧ ବିମାନ ରାଜିନାମାକୁ ନେଇ ବିରୋଧୀ ଦଳ ଗୁଡ଼ିକ କେନ୍ଦ୍ରର ବିଜେପି ସରକାରଙ୍କ ବିରୋଧରେ ଦୁର୍ନୀତି ଅଭିଯୋଗ ଆଣିଛନ୍ତି । ଫଳରେ ରାଫେଲ ଯୁଦ୍ଧ ବିମାନ ରାଜିନାମା ବିବାଦୀୟ ହୋଇପଡିଛି । ଏଭଳି ସମୟରେ ଫ୍ରାନ୍ସ ଆଉ ୩୬ଟି ରାଫେଲ ଯୁଦ୍ଧ ବିମାନ ଭାରତକୁ ବିକ୍ରି କରିବାକୁ ଇଚ୍ଛା ଜାହରି କରିଛି । ଏହା ଉପରେ ଭାରତ ଏପର୍ଯ୍ୟନ୍ତ ଜବାବ ଦେଇନାହିଁ ।

ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମାକ୍ରନ ଚାରିଦିନିଆ ଭାରତ ଗସ୍ତରେ ଅଛନ୍ତି । ସେ ଶନିବାର ନୂଆଦିଲ୍ଲୀର ହାଇଦରାବାଦ ହାଉସରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହିତ ୧୪ଟି ରାଜିନାମା ସ୍ୱାକ୍ଷର କରିଛନ୍ତି। ଏହା ମଧ୍ୟରେ ଅତିରିକ୍ତ ରାଫେଲ ଯୁଦ୍ଧ ବିମାନ ସମ୍ପକରେ କିଛି ବି ଉଲ୍ଲେଖ ନ ଥିଲା ।

ତେବେ ଅତିରିକ୍ତ ରାଫେଲ ଯୁଦ୍ଧ ବିମାନ ନେଇ ଫ୍ରାନ୍ସର ପ୍ରତିରକ୍ଷା ମନ୍ତ୍ରୀ ଫ୍ଲୋରେନ୍ସ ପାର୍ଲି ଭାରତ ପ୍ରତିରକ୍ଷା ମନ୍ତ୍ରୀ ନିର୍ମଳା ସୀତାରମଣଙ୍କୁ ଏକ ପତ୍ରଲେଖି ଜଣାଇଛନ୍ତି । ଅତିରିକ୍ତ ୩୬ ରାଫେଲ ଯୁଦ୍ଧ ବିମାନରେ ମେକ ଇନ ଇଣ୍ଡିଆର ଭୂମିକା ଓ ଅଂଶ ବି ରହିବ ବୋଲି ସେ ଏଥିରେ ଉଲ୍ଲେଖ କରିଛନ୍ତି । ଏଥିପାଇଁ ଭାରତ ସହ କଥାବାର୍ତ୍ତା ଆରମ୍ଭ କରିବାକୁ ଫ୍ରାନ୍ସ ଇଚ୍ଛା ଜାହିର କରିଛି । ପ୍ରକାଶ ଯେ ୨୦୧୬ରେ ୫୯,୦୦୦ କୋଟି ଟଙ୍କା (୭.୮୭ ଶହ କୋଟି ୟୁରୋର) ୩୬ ରାଫେଲ ଯୁଦ୍ଧ ବିମାନ ପାଇଁ ଭାରତ ଓ ଫ୍ରାନ୍ସ ମଧ୍ୟରେ ରାଜିନାମା ହୋଇଛି ।

Leave A Reply