www.samajalive.in
Monday, December 15, 2025
14.1 C
Bhubaneswar

ରାଫେଲ ରାଜିନାମାକୁ ନେଇ ନିର୍ମଳାଙ୍କ ମିଛ ଧରାପଡିଛି : ରାହୁଲ

ନୂଆଦିଲ୍ଲୀ : କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ରାଫେଲ ଯୁଦ୍ଧ ବିମାନ ରାଜିନାମାକୁ ନେଇ କେନ୍ଦ୍ର ସରକାରଙ୍କୁ ପୁଣି ଥରେ ଶୁକ୍ରବାର କଡ଼ା ସମାଲୋଚନା କରିଛନ୍ତି । ରାହୁଲ ଗାନ୍ଧି ଅଭିଯୋଗ କରିଛନ୍ତି ଯେ ଏହି ରାଜିନାମ ଯୋଗୁ ସରକାରଙ୍କ ରାକୋଷରୁ ୩୬,୦୦୦ କୋଟି ଟଙ୍କାର କ୍ଷତି ହୋଇଛି । ସେପଟେ ଅର୍ଥ ଅଭାବରୁ ସେନାର ଆଧୁନିକୀକରଣ ହୋଇପାରୁନାହିଁ । ମୋଦି ସରକାର ପ୍ରତି ରାଫେଲ ଯୁଦ୍ଧ ବିମାନ ପାଇଁ ୧୧୦୦ କୋଟି ଟଙ୍କା ଅଧିକ ଦେଉଛନ୍ତି । ରାଫେଲ ଯୁଦ୍ଧ ବିମାନ ନିର୍ମାଣକାରୀ ଫ୍ରାନ୍ସ କମ୍ପାନୀ ଡାସୋଲ୍ଟ ଆଭିଏସନ ପ୍ରତିରକ୍ଷା ମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ମିଛର ପର୍ଦ୍ଦାଫାସ କରି ନିଜର ୨୦୧୬ ବାର୍ଷିକ ରିପୋର୍ଟରେ ଯୁଦ୍ଧ ବିମାନର ମୂଲ୍ୟ ଉଲ୍ଲେଖ କରିଛି ।

ରାହୁଲ ଦାବି କରିଛନ୍ତି ଯେ ଉପା ସରକାର ସମୟରେ ପ୍ରତି ରାଫେଲ ପିଛା ୫୭୦ କୋଟି ଟଙ୍କା ମୂଲଚାଲ ହୋଇଥିଲା । ବର୍ତ୍ତମାନ ମୋଦି ସରକାରରେ ପ୍ରତି ରାଫେଲ ମୂଲ୍ୟ ୧୬୭୦ କୋଟି ଟଙ୍କା ଧାର୍ଯ୍ୟ ହୋଇଛି । ହେଲେ ଏହି ରାଫେଲ ଯୁଦ୍ଧ ବିମାନକୁ କ୍ୱାତର ରାଷ୍ଟ୍ର ୧୩୧୯ କୋଟି ଟଙ୍କା ମୂଲ୍ୟରେ କିଣିଛି । ପ୍ରତି ଯୁଦ୍ଧ ବିମାନ ପିଛା ୧୧୦୦ କୋଟି ହିସାବରେ ସରକାର ୩୬୦୦୦ କୋଟି ଟଙ୍କା କ୍ଷତି କରିଛନ୍ତି । ଅର୍ଥାତ ପ୍ରତିରକ୍ଷା ବଜେଟର ୧୦% ପକେଟକୁ ଯାଉଛି । ଏପଟେ ଆମ ସେନା ସରକାରଙ୍କ ନିକଟରେ ଅର୍ଥ ପାଇଁ ଗୁହାରୀ କରୁଛି ।

- Advertisement -

ପ୍ରକାଶ ଯେ ରାହୁଲ ଗାନ୍ଧି ବିଜେପି ସରକାରଙ୍କୁ ରାଫେଲ ଯୁଦ୍ଧ ବିମାନ ରାଜିନାମା ନେଇ ବାରମ୍ବାର କଡା ସାଲୋଚନା କରି ଆସୁଛନ୍ତି । ତାଙ୍କ ଅଭିଯୋଗ ଅନୁସାରେ ଏହି ରାଜିନାମା ଦ୍ୱାରା ସରକାରଙ୍କ ରାଜକୋଷରୁ ବହୁ ଟଙ୍କାର କ୍ଷତି ଘଟିଛି । ଏଭଳି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଚୁପ୍‌ ରହିବାକୁ ନେଇ ସେ ପ୍ରଶ୍ନ କରିଛନ୍ତି ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories