www.samajalive.in
Sunday, December 14, 2025
19.1 C
Bhubaneswar

ଆଇଏସ୍‌ଆଇ ସହାୟତାରେ ତାଲିବାନ ସକ୍ରିୟ : ୱାଶିଂଟନ ଟାଇମ୍ସ

ୱାଶିଂଟନ : ଆମେରିକାର ୱାଶିଂଟନ ଟାଇମ୍ସ ଏକ ରିପୋର୍ଟରେ ଦର୍ଶାଇଛି ଯେ ପାକିସ୍ତାନର ଗୁଇନ୍ଦା ସଂସ୍ଥା ଇଣ୍ଟର-ସର୍ଭିସ୍‌ ଇଣ୍ଟେଲିଜେନ୍ସ (ଆଇଏସ୍‌ଆଇ) ସୀମାନ୍ତ ଅଞ୍ଚଳରେ ତାଲିବାନକୁ ଗୁପ୍ତରେ ସହାୟତା କରୁଛି । ୱାଶିଂଟନ ଟାଇମ୍ସର ଏକ ଅନୁସନ୍ଧାନମୂଳକ ଖବରରେ ପ୍ରକାଶ ପାଇଛି ଯେ ଆଫଗାନିସ୍ଥାନରୁ ତାଲିବାନର ଆତଙ୍କବାଦୀମାନେ କ୍ୱେଟାରେ ଥିବା ପାକିସ୍ତାନ ସେନାବାହିନୀ ଅଞ୍ଚଳକୁ ଅବାଧରେ ପ୍ରବେଶ କରିପାରୁଛନ୍ତି।  ସେମାନେ ସେଠାରେ ସେନାବାହିନୀ ଏବଂ ଆଇଏସ୍‌ଆଇ ଅଧିକାରୀମାନଙ୍କୁ ମଧ୍ୟ ସାକ୍ଷାତ କରୁୁଛନ୍ତି।  କ୍ୱେଟାଠାରୁ ୪୪ ମାଇଲ୍‌ ଦୂରରେ ଥିବା ଏକ ଛୋଟ ସୀମାନ୍ତ ଜିଲ୍ଲା ‘କିଲ୍ଲା ଅବଦୁଲ୍ଲା’ ଭଳି ଅନ୍ୟ ଏକ ଅଞ୍ଚଳରେ ଆଇଏସ୍‌ଆଇ ସହିତ ମିଶି ତାଲିବାନ କାର୍ଯ୍ୟ କରୁଛି। ସେହି ଜିଲ୍ଲାରେ ଆଫଗାନିସ୍ଥାନ ସୀମାକୁ ଲାଗି ଥିବା ଚମନ ଅଞ୍ଚଳରେ ଏକ ତାଲିବାନ କେନ୍ଦ୍ର ଥିବା ଜଣାପଡିଛି। ଆତଙ୍କବାଦୀମାନେ ଏଠାରେ ଖୋଲାଖୋଲିଭାବେ ବୁଲାବୁଲି କରିବା ସହ ସ୍ଥାନୀୟ ଲୋକଙ୍କ ସହିତ ସମ୍ପର୍କ ରଖିଛନ୍ତି।

ୱାଶିଂଟନ ଟାଇମ୍ସର ଆହୁରି ପ୍ରକାଶ କରିଛି ଯେ, ଦୁଇଚକିଆ ଏବଂ ଚାରିଚକିଆ ଯାନରେ ଅସ୍ତ୍ରଶସ୍ତ୍ରରେ ସଜ୍ଜିତ ହୋଇ ତାଲିବାନ ଆତଙ୍କବାଦୀମାନେ ଚଳପ୍ରଚଳ ହେଉଛନ୍ତି। କୁଚଲାକ ରାଜପଥରେ ସେମାନେ ଆଇଏସ୍‌ଆଇର ଆଧୁନିକ ଯାନକୁ ବ୍ୟବହାର କରୁଥିବା ଜଣାପଡିଛି। ଏହି ରିପୋର୍ଟ ପ୍ରକାଶ ପାଇବା ପରେ ସଂପୃକ୍ତ ଅଞ୍ଚଳରେ ଆତଙ୍କବାଦୀଙ୍କ ବିରୁଦ୍ଧରେ କଠୋର ପଦକ୍ଷେପ ଗ୍ରହଣ କରିବା ପାଇଁ ପେଣ୍ଟାଗନ ପକ୍ଷରୁ କୁହାଯାଇଛି।

Hot this week

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

ସୋରାବାଡି ଜଙ୍ଗଲରେ ଗୋହତ୍ୟା, ୩ ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ପୁରୁଣାପାଟଣା ନିକଟ ସୋରାବାଡି ଜଙ୍ଗଲରେ ଗତ...

ମାଲକାନଗିରି ହିଂସା: ୧୨ ଗିରଫ

ସମାଜଲାଇଭ ଡ଼େସ୍କ: ମହିଳାଙ୍କ ମୃତ୍ୟୁ ଘଟଣାକୁ ନେଇ ମାଲକାନଗିରିରେ ସୃଷ୍ଟି ହୋଇଥିବା...

Related Articles

Popular Categories