ବଲାଙ୍ଗିର: ସଂସ୍କୃତିର ସୁରକ୍ଷା ବିନା ଆମ ବିକାଶ ଅସମ୍ଭବ। ସ୍ଥାନୀୟ ଗାନ୍ଧୀ ଭବନରେ ବଲାଙ୍ଗିରର ସାହିତ୍ୟ ଅନୁଷ୍ଠାନ ‘ରଚନା’ ପକ୍ଷରୁ ଆମ ସଂସ୍କୃତିର ସ୍ଥିତି ଓ ସମ୍ଭାବନା ଶୀର୍ଷକ ଆଲୋଚନାଚକ୍ରରେ ବକ୍ତାମାନେ ଏହା କହିଛନ୍ତି।
ସଭାପତି ଶିକ୍ଷାବିତ ସନାତନ ଠାକୁରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ଅତିଥି ବକ୍ତା ଭାବେ ସରକାରୀ ମହିଳା ମହାବିଦ୍ୟାଳୟର ସଂସ୍କୃତ ଅଧ୍ୟାପକ ସଦାଶିବ ମଲ୍ଲିକ, ଆଲୋଚକ ଭାବେ ଗାଳ୍ପିକ ପ୍ରଦୀପ କୁମାର ମିଶ୍ର, ଅଧ୍ୟାପକ ଡ. ଲକ୍ଷ୍ମଣ ମେହେର ଓ ଅଧ୍ୟାପକ ଡ.ଜଗନ୍ନାଥ ସାହୁ ଯୋଗ ଦେଇଥିଲେ। ସାଂପ୍ରତିକ ସମୟରେ ଆମ ସଂସ୍କୃତିର ଅବକ୍ଷୟର କାରଣ ଓ ନିରାକରଣ ତଥା ଆଗକୁ ଏହାର ସମୃଦ୍ଧି ଉପରେ ଆଲୋଚନା କରିଥିଲେ। ପରେ ପରେ ଶ୍ରୋତା ଓ ଅତିଥି ବକ୍ତାଙ୍କ ମଧ୍ୟରେ ଆଲୋଚ୍ୟ ବିଷୟରେ ଭାବ ବିନିମୟ ହୋଇଥିଲା। ସଭାରେ ସହରର ଅନେକ ସାହିତ୍ୟିକ, ବୁଦ୍ଧିଜୀବୀ, ସଂସ୍କୃତି ପ୍ରେମୀ ଯୋଗ ଦେଇଥିଲେ। ରଚନାର ସଭ୍ୟ କବି ରତ୍ନମୟ ତ୍ରିପାଠୀ ସ୍ୱାଗତ ଓ କୋଷାଧ୍ୟକ୍ଷ ମୃଗେଶ ବୈଷ୍ଣବ ପାଣିଗ୍ରାହୀ ଧନ୍ୟବାଦ ଦେଇଥିଲେ।



