www.samajalive.in
Saturday, December 6, 2025
26.1 C
Bhubaneswar

ଲାଞ୍ଜିଗଡ ଉତ୍କଳ କରାଟେ ସ୍କୁଲର ବେଲ୍ଟ ପରୀକ୍ଷା, ଉତ୍ତୀର୍ଣ୍ଣ ହେଲେ ୨୦ କରାଟେକା

ଲାଞ୍ଜିଗଡ:କଳାହାଣ୍ଡି ଜିଲା ଉତ୍କଳ କରାଟେ ସ୍କୁଲ ଲାଞ୍ଜିଗଡ ଶାଖା ପକ୍ଷରୁ ରବିବାର ବେଦାନ୍ତ ଷ୍ଟାଫ କଲୋନୀ କ୍ଳବ ହାଉସ ଠାରେ କରାଟେ ବେଲ୍ଟ ପରୀକ୍ଷା ଅନୁଷ୍ଠିତ ହୋଇଯାଇଛି।ଲାଞ୍ଜିଗଡ ଉତ୍କଳ କରାଟେ ସ୍କୁଲ ପ୍ରଶିକ୍ଷକ ସେନପାଇ କ୍ଷମାନିଧି ମହାଖୁଡଙ୍କ ତତ୍ତ୍ୱାବଧାନରେ ଅନୁଷ୍ଠିତ ଏହି କରାଟେ କଲର ବେଲ୍ଟ ପରୀକ୍ଷାରେ ଉତ୍କଳ କରାଟେ ସ୍କୁଲ ସ୍ୱୀକୃତିପ୍ରାପ୍ତ ପ୍ରଶିକ୍ଷକ ସେନସାଇ ସୁରେଶ ଜାଲ ୟାଦବ ପରୀକ୍ଷାଟିକୁ ପରିଚାଳନା କରିଥିଲେ। ଆଜିର ଏହି ପରୀକ୍ଷାରେ ଲାଞ୍ଜିଗଡ ଉତ୍କଳ କରାଟେ ସ୍କୁଲ ଅଧୀନରେ ଥିବା ବେଦାନ୍ତ ଡ଼ିଏଭି ସ୍କୁଲ, ଲାଞ୍ଜିଗଡ ଏସଏସଡି ସ୍କୁଲ ଓ ଲାଞ୍ଜିଗଡର କରାଟେ ଶିକ୍ଷ୍ୟାର୍ଥୀ ମାନେ ଅଂଶଗ୍ରହଣ କରିଥିଲେ। ଏଥିରେ ୨୦ ଜଣ କରାଟେକା ସଫଳତାର ସହ କୃତକାର୍ୟ୍ୟ ହୋଇଥିଲେ। ଏଥିମଧ୍ୟରୁ ୭ ଜଣ କରାଟେକା କାବ୍ୟଶ୍ରୀ ମହାପାତ୍ର,ଆରଧ୍ୟା ଆରାଧନା, ସ୍ବୟମ ପ୍ରକାଶ ସାହୁ, ଅବିନାଶ କୁମାର ସାହୁ, ଦିବ୍ୟାଂଶୁ ଦଣ୍ଡସେନା, ସୁଶ୍ରୀ ସୋମିୟା ଓ ଅଭୟ କୁମାର ନାଏକ ୟେଲ ବେଲ୍ଟ ପରୀକ୍ଷାରେ ସଫଳତା ହାସଲ କରିଥିଲେ।ସେହିପରି ୧୩ ଜଣ କରାଟେକା ଆଦ୍ୟାସା ପ୍ରିୟଦର୍ଶୀନୀ ଦାସ, ତେଜସ୍ବର ରାଉତରାୟ, ସୌନକ ସମଦର୍ଶୀ ସାହୁ, ଅର୍ପିତା ବାଡତିଆ, ରକ୍ଷନ ଅନୁରାଗ ତିୱାରୀ, ଅଂଶୁମିତା ପାଣିଗ୍ରାହୀ,ଆଶୀର୍ବାଦ ବାଡତିଆ,ସମୃଧା ଚାଟାର୍ଜୀ,ଆୟୁଷ ଦୁବେ, ଯକ୍ଷ ପାଟମାଝୀ, ରବୀନ୍ଦ୍ର ବେନାଲ ଓ ରଞ୍ଜିତ ହରିଜନ ଅରେଞ୍ଜ ବେଲ୍ଟ ପରୀକ୍ଷାରେ ସଫଳତା ହାସଲ କରିଥିଲେ। କଳାହାଣ୍ଡି ଉତ୍କଳ କରାଟେ ସ୍କୁଲ ସଂପାଦକ ତଥା ୫ଡନ୍ ବ୍ଲାକ ବେଲ୍ଟ କାଇ ରେଫରି ଏଣ୍ଡ୍ ଜଜ୍ ସେନସାଇ ସୁରେଶ ଜାଲ ୟାଦବ କରାଟେ ପ୍ରଶିକ୍ଷଣ ପରୀକ୍ଷାରେ ଉତ୍ତୀର୍ଣ୍ଣ କରାଟେକାମାନଙ୍କୁ କଲର ବେଲ୍ଟ ଓ ପ୍ରମାଣ ପତ୍ର ପ୍ରଦାନ କରିଥିଲେ। ଏହି ପ୍ରଶିକ୍ଷଣ ଶିବିରରେ ଲାଞ୍ଜିଗଡ ଉତ୍କଳ କରାଟେ ସ୍କୁଲର କରାଟେକା ହିତେଶ କୁମାର ମହାଖୁଡ, ଲୋକେଶ କୁମାର ମହାଖୁଡ, କିରଣ ବେମାଲ ସହଯୋଗ କରିଥିଲେ।

Hot this week

ରସୁଣ ଏବଂ ମୂଳା ଚଟଣି: ଶୀତରେ ପାଟିକୁ ସୁଆଦିଆ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ ମୂଳା ବହୁଳ ଭାବରେ ବଜାରରେ...

୧୦ପିସ୍ତଲ ଓ ଗୋଟିଏ କାର୍ବାଇନ ସହ ବନ୍ଧୁକ ମାଫିଆ ଜବତ

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରରେ ଏକ ବଡ ଧରଣର ଆନ୍ତଃରାଜ୍ୟ...

ଅନ୍ତିମ ଦିନିକିଆ: ଟସ୍‌ ଜିତି ବୋଲିଂ କରୁଛି ଭାରତ

ବିଶାଖାପାଟଣା: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆଜି ଅନ୍ତିମ ଦିନିକିଆ...

ଅପରାହ୍ନ ୨ଟା ମୁଖ୍ୟଖବର

() ରାଜଧାନୀରେ ଚୋରା ବନ୍ଧୁକ କାରବାର କରୁଥିବା ଗ୍ୟାଙ୍ଗର ଦୁଇ କୁଖ୍ୟାତ...

ବିମାନ ଅଚଳାବସ୍ଥା: ଅପିଲ୍‌ କଲେ ସୋନୁ ସୁଦ୍‌

ନୂଆଦିଲ୍ଲୀ: ଗତ ୫ଦିନ ହେଲାଣି ଇଣ୍ଡିଗୋ ଏୟାରଲାଇନ୍ସରେ ଦେଖା ଦେଇଥିବା ଅଚଳାବସ୍ଥା...

Related Articles

Popular Categories