ରାବଣର ସେହି ୩ଟି ନୀତିଶିକ୍ଷା, ମୃତ୍ୟୁ ପୂର୍ବରୁ ଯାହା ଦେଇଥିଲେ ଲକ୍ଷ୍ମଣଙ୍କୁ
ରାମାୟଣ ଅନୁଯାୟୀ ନୀତି, ରାଜନୀତି ଓ କୂଟନୀତି ଆଦିରେ ରାବଣର ପ୍ରଗାଢ ଜ୍ଞାନ ଥିଲା । ତେଣୁ ରାବଣର ଅନ୍ତିମ ସମୟରେ ତାଙ୍କଠାରୁ ନୀତିଶିକ୍ଷା ଲାଭ କରିବା ପାଇଁ ରାମ ଲକ୍ଷ୍ମଣଙ୍କୁ ପଠାଇଥିଲେ । ରାମଙ୍କ କଥା ମାନି ଲକ୍ଷ୍ମଣ ମଧ୍ୟ ରାବଣଙ୍କ ନକଟକୁ ଯାଇଥିଲେ ଏବଂ ସେଠାରେ ରାବଣ ତାଙ୍କୁ ତିନୋଟି ନୀତିଶିକ୍ଷା ଦେଇଥିଲେ । ଆସନ୍ତୁ ଜାଣିବା ରାବଣଙ୍କ ନୀତିଶିକ୍ଷା ବିଷୟରେ….
ଶୁଭସ୍ୟ ଶୀଘ୍ରମ: ରାବଣଙ୍କ ନୀତିଶିକ୍ଷା ଅନୁଯାୟୀ କୈଣସି ଶୁଭ କାର୍ଯ୍ୟ କରିବାରେ ଡେରି କରିବା ଉଚିତ ନୁହେଁ । ଯେବେ ବି କିଛି ଶୁଭ କାର୍ଯ୍ୟ ବିଷୟରେ ଚିନ୍ତା କରୁଛନ୍ତି ବା ମନରେ ବିଚାର ଆସୁଛି ତେବେ ତାହାକୁ ତୁରନ୍ତ କାର୍ଯ୍ୟକାରୀ କରିବା ଉଚିତ୍ । ଏହା ଛଡା ଅଶୁଭ ଚିନ୍ତାଧାରକୁ ପରିତ୍ୟାଗ କରିବା ଉଚିତ୍ ।
ଶତ୍ରୁକୁ ଶକ୍ତିହୀନ ଭାବିବା ଅନୁଚିତ୍: ଲକ୍ଷ୍ମଣଙ୍କୁ ରାବଣ ଦେଇଥିବା ଦ୍ୱିତୀୟ ଶିକ୍ଷା ହେଲା ଶତ୍ରୁକୁ କେବେ ନିଜଠାରୁ କମ୍ ବା ଶକ୍ତିହୀନ ଭାବିବା ଅନୁଚିତ୍ । କାରଣ ବାନର ସେନାକୁ ନିଜଠାରୁ କମ ଶକ୍ତିଶାଳୀ ଭାବିବା ତାଙ୍କର ସବୁଠୁ ବଡ ଭୁଲ ଥିଲା ବୋଲି ରାବଣ ସ୍ୱୀକାର କରିଥଲେ ।
ରହସ୍ୟ ପ୍ରକାଶ ନ କରିବା: ମହାଜ୍ଞାନୀ ରାବଣଙ୍କ ତୃତୀୟ ନୀତିଶିକ୍ଷା ହେଲା ନିଜ ରହସ୍ୟ କେବେ ଅନ୍ୟକୁ ପ୍ରକଶ କରିବା ଉଚିତ୍ ନୁହେଁ । ଳକ୍ଷ୍ମଣକୁ ସେ କହିଥିଲେ ଯେ, ମୋର ମୃତ୍ୟୁ ସହିତ ଜଡିତ ରହସ୍ୟ ଯଦି ମୁଁ ଅନ୍ୟ କାହାକୁ କହି ନ ଥାନ୍ତି ତେବେ ମୋର ମୃତ୍ୟୁ କେବେ ହୋଇ ନ ଥାନ୍ତା । କିନ୍ତୁ ମୁଁ ମୋର ଭାଇକୁ ଭରସା କରି ଏହି ରହସ୍ୟ କହିଥିବା କାରଣରୁ ଆଜି ମୁଁ ମୃତ୍ୟୁ ଶଯ୍ୟାରେ ପଡିଛି ।