ବିଦାୟ ନେଲେ ମହାରାଣୀ; ସରିଲା ଅନ୍ତିମ ସଂସ୍କାର

ଲଣ୍ଡନ: ମହାରାଣୀ ଏଲିଜାବେଥ ଦ୍ୱିତୀୟଙ୍କ କଫିନ ରାଜକୀୟ ଅନ୍ତିମ ସଂସ୍କାର ପାଇଁ ଲଣ୍ଡର ୱେଷ୍ଟମିନଷ୍ଟର ଆବେ ବାହାରେ ପହଞ୍ଚିଥିଲା। ଏହାପରେ ତାଙ୍କର ଅନ୍ତିମ ସଂସ୍କାର ସମ୍ପୂର୍ଣ୍ଣ ରାଜକୀୟ ସମ୍ମାନର ସହ ଅନୁଷ୍ଠିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ଭାରତର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କ ସମେତ ବିଭିନ୍ନ ଦେଶର ରାଷ୍ଟ୍ରମୁଖ୍ୟ ଓ ରାଜା ସାମିଲ ହୋଇଥିଲେ। ଏହାସହିତ ମହାରାଣୀ ଏଲିଜାବେଥଙ୍କ ଅନ୍ତିମ ସଂସ୍କାର କାର୍ଯ୍ୟକ୍ରମରେ ୫ଶହରୁ ଅଧିକ ରାଷ୍ଟ୍ରମୁଖ୍ୟ ତଥା ରାଜପରିବାର ସାମିଲ ହୋଇଥିଲେ। ଏହି ଅବସରରେ ୨ ମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା। ମହାରାଣୀ ଏଲିଜାବେଥ ଦ୍ବିତୀୟଙ୍କ ଶେଷକୃତ୍ୟ ଓ ଅନ୍ତିମ ଯାତ୍ରା ୧୨୫ ସହରରେ ସିଧା ପ୍ରସାରଣ କରାଯାଇଥିବା ସୂଚନା ମିଳିଛି।

prayash

ଆଜି ବ୍ରିଟେନର ମହାରାଣୀ ଏଲିଜାବେଥ ଦ୍ବିତୀୟଙ୍କ ଶେଷକୃତ୍ୟ ସମ୍ପର୍ଣ୍ଣ ହୋଇଛି। ଲଣ୍ଡନର ୱେଷ୍ଟ ମିନିଷ୍ଟରରେ ଭାରତୀୟ ସମୟ ଅପରାହ୍ଣ ସାଢେ ୩ଟାରେ ରାଜକୀୟ ସମ୍ମାନର ସହ ଅନ୍ତିମ ସଂସ୍କାର ଅନୁଷ୍ଠିତ ହୋଇଛି। ଲଣ୍ଡନର ୱେଷ୍ଟ ମିନିଷ୍ଟର ହଲରେ ସକାଳୁ ବହୁ ରାଷ୍ଟ୍ରନେତା ପହଞ୍ଚି ମହାରାଣୀ ଏଲିଜାବେଥ ଦ୍ବିତୀୟଙ୍କ ଶେଷ ଦର୍ଶନ କରିଛନ୍ତି। ଭାରତର ରାଷ୍ଟ୍ରପତି ଦୌପଦୀ ମୁର୍ମୁ ମହାରାଣୀଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିବା ସହ ବ୍ରିଟେନ ରାଜା କିଙ୍ଗ ଚାର୍ଲସ ତୃତୀୟଙ୍କ ସହ ଆଲୋଚନା କରିଛନ୍ତି ।
ଆଜି ମହାରାଣୀ ଏଲିଜାବେଥ ଦ୍ବିତୀୟଙ୍କ ଅନ୍ତିମ ମହାଯାତ୍ରାରେ ପ୍ରିନ୍ସ ଉଇଲିୟମ, ତାଙ୍କ ସ୍ତ୍ରୀ କାଥେରିନ୍, ପ୍ରିନ୍ସ ଜର୍ଜ, ପ୍ରିନ୍ସ ହ୍ୟାରୀ ଓ ତାଙ୍କ ସ୍ତ୍ରୀ ମେଘାନ ରାଣୀଙ୍କ କଫିନ ଯାତ୍ରାରେ ୱେଷ୍ଟ ମିନିଷ୍ଟର ଆବେ ପର୍ଯ୍ୟନ୍ତ ଯାଇଥିବା ଦେଖିବାକୁ ମିଳିଥିଲା। ମହାରାଣୀ ଏଲିଜାବେଥ ଦ୍ବିତୀୟଙ୍କ ଅନ୍ତିମ ମହାଯାତ୍ରାରେ ରାଜ ପରିବାର ସଦସ୍ୟ ଏକ ସ୍ବତନ୍ତ୍ର କଳା ରଙ୍ଗର ପୋଷାକ ପିନ୍ଧିଥିବା ନଜର ଆସିଥିଲା।

ସକାଳୁ ଶେଷଦର୍ଶନ ପରେ ରାଣୀଙ୍କ ପାର୍ଥିବ ଶରୀରକୁ ଘୋଡା ଗାଡ଼ିରେ ୱିଣ୍ଡସରରେ ଥିବା ପ୍ରିନ୍ସ ଫିଲିପଙ୍କ କବର ନିକଟକୁ ନିଆଯାଇଥିଲା। ଶେଷକୃତ୍ୟରେ ପ୍ରାୟ ୫ଶହ ବିଦେଶୀ ଅତିଥି ସାମିଲ ହୋଇଥିଲେ। ଭାରତ ସମେତ ଆମେରିକା, ବେଲଜିୟମ, ସ୍ପେନ୍, ଜର୍ମାନୀ, ଆୟର୍ଲାଣ୍ଡ, ଇଟାଲୀ ଆଦିର ରାଷ୍ଟ୍ରମୁଖ୍ୟ ଓ ପ୍ରତିନିଧି ସାମିଲ ହୋଇଥିବା ଦେଖିବାକୁ ମିଳିଥିଲା। ତେବେ ସିରିଆ, ଭେନେଜୁଏଲା, ମିଆଁମାର, ଆଫଗାନିସ୍ତାନ, ଋଷ ଓ ବେଲାରୁଷକୁ ମହାରାଣୀ ଏଲିଜାବେଥ ଦ୍ବିତୀୟଙ୍କ ଅନ୍ତିମ ଶୋଭାଯାତ୍ରାରେ ସାମିଲ ପାଇଁ ନିମନ୍ତ୍ରଣ କରାଯାଇନଥିଲା।
ରାଜ ପରିବାର ସଦସ୍ୟଙ୍କ ସମେତ ୨ହଜାରରୁ ଅଧିକ ଲୋକଙ୍କ ଗହଣରେ ରାଣୀଙ୍କ ଶେଷକୃତ୍ୟ ସମ୍ପର୍ଣ୍ଣ ହୋଇଥିଲା। ଆଜି ମହାରାଣୀ ଏଲିଜାବେଥ ଦ୍ବିତୀୟଙ୍କ ଶେଷକୃତ୍ୟ ପାଇଁ ସାରା ବ୍ରିଟେନରେ ୨ ମିନିଟ ନୀରବ ପ୍ରାର୍ଥନା କରାଯାଇଛି। ଅନ୍ତିମ ସଂସ୍କାର ଲାଗି ବ୍ରିଟେନ ସରକାର ବ୍ୟାଙ୍କ ଛୁଟି ଘୋଷଣା କରିଥିଲେ। ସେହିପରି ଆଜି ସିନେମା ହଲ୍, ବିଦ୍ୟାଳୟ, ମହାବିଦ୍ୟାଳୟ, ବିଶ୍ବବିଦ୍ୟାଳୟ ଓ ବିଭିନ୍ନ ଶିକ୍ଷାନୁଷ୍ଠାନ ସମେତ ସୁପରମାର୍କେଟ ମଧ୍ୟ ବନ୍ଦ ଘୋଷଣା କରାଯାଇଥିଲା।

kalyan agarbati

Comments are closed.